ପରିବର୍ତ୍ତନ ସ୍ରୋତରେ ଜଳେଶ୍ୱର ଉପକାରାଗାର

ଜଳେଶ୍ୱର,୧୯।୪- କାରାଗାରର ଅନ୍ୟ ନାମ ନିଃସଙ୍ଗ ଜୀବନ। ଭାରତୀୟ ଆଇନ ବ୍ୟବସ୍ଥାରେ ଦଣ୍ଡନୀୟ ଅପରାଧୀଙ୍କ ଲାଗି ଏପରି ବ୍ୟବସ୍ଥା ରହିଛି। କିନ୍ତୁ କାରାଗାର ଅନ୍ତେବାସୀଙ୍କ ଜୀବନରେ ସୁଧାର ଲାଗି ମାନସିକତାରେ ପରିିବର୍ତ୍ତନ ସହିତ ସ୍ବାବଲମ୍ବୀ କରାଇବାର ଆବଶ୍ୟକତା ରହିଛି। ନିଜର ଭୁଲ୍‌ରେ ହେଉ କିମ୍ବା ପାରିପାର୍ଶ୍ୱିକ ପରିସ୍ଥିତିରେ ପଡ଼ି ଦଣ୍ଡ ଭୋଗୁଥିବା ଅପରାଧୀଟିଏ ପରିବାରଠାରୁ ଦୂରରେ ରହି ପ୍ରତିଦିନ ଯନ୍ତ୍ରଣାରେ ଛଟପଟ ହୋଇଥାଏ। ଏଭଳି ଅନ୍ତେବାସୀଙ୍କ ଲାଗି ପରିବର୍ତ୍ତନର ସୂତ୍ରଧର ସାଜିଛନ୍ତି ସବ୍‌ଜେଲର ଅନସୂୟା ଷଡ଼ଙ୍ଗୀ ା
ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲା ଉପାନ୍ତ ଜଳେଶ୍ୱରଠାରେ ଏକ ଉପକାରାଗାର ୨୦୧୧ରେ ନିର୍ମାଣ ହୋଇଥିଲା। ସାଢ଼େ ୪ଏକର ପରିମିତ ଏହି କାରାଗାରରେ ୧୬୭ଜଣ ପୁରୁଷ ଓ ୩୭ଜଣ ମହିଳା କଏଦୀ ରହିବାର ବ୍ୟବସ୍ଥା ରହିଛି। ଏବେ ସେଠାରେ ୧୨୨ ଜଣ ପୁରୁଷ, ୯ଜଣ ମହିଳା ବିଚାରାଧୀନ କଏଦୀ ରହିଛନ୍ତି। ଏମାନଙ୍କ ବ୍ୟତୀତ ୫ଜଣ ସଜା ଭୋଗୁଥିବା କଏଦୀ ଅବସ୍ଥାନ କରୁଥିବା ଜଣାଯାଇଛି। ସରକାର ଯୋଗାଉଥିବା ସୁବିଧା ସୁଯୋଗ ସହିତ ଜଳେଶ୍ୱର ସବ୍‌ଜେଲର ଷଡ଼ଙ୍ଗୀ ଉପକାରାଗାରରେ କେତେକ ପରିବର୍ତ୍ତନର ସ୍ବପ୍ନ ଦେଖିଛନ୍ତି। ଅନ୍ତେବାସୀମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ କରାଇ ସ୍ବାବଲମ୍ବୀ କରିବା ଲାଗି ସେ ପ୍ରେରଣା ଯୋଗାଉଛନ୍ତି। କାରାଗାରରେ ରହୁଥିବା ଅନ୍ତେବାସୀମାନେ ଜୈବିକ ସାର ପ୍ରୟୋଗ କରି ବାଇଗଣ, ପାଳଙ୍ଗ, ଭେଣ୍ଡି, ଟମାଟୋ, ସଜନାଛୁଇଁ, ଝୁଡ଼ଙ୍ଗ, କଖାରୁ ଓ ଛତୁଚାଷ କରିବାରେ ସକ୍ଷମ ହୋଇପାରିଛନ୍ତି। ଉତ୍ପାଦିତ ପରିବା ବିକ୍ରି କରି ଷଡ଼ଙ୍ଗୀ ପ୍ରିଜନ୍‌ର ୱେଲ୍‌ଫେୟାର ଫଣ୍ଡରେ ୩୬ହଜାର ଟଙ୍କା ଜମା ରଖିଥିବା କହିଛନ୍ତି ା ବିଚାରାଧୀନ ଅନ୍ତେବାସୀଙ୍କ ମଧ୍ୟରୁ ଶରତ ଦାସ, ପରିମଳ ମଣ୍ଡଳ, ଚନ୍ଦନ ଦାସ, ସୁଖଦେବ ମଲ୍ଲିକଙ୍କ ନେତୃତ୍ୱରେ ସବୁ ଅନ୍ତେବାସୀ କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ କବିତା ରଚନା, ସୁଲଳିତ କଣ୍ଠସ୍ବର ଅନ୍ତେବାସୀମାନଙ୍କୁ ନୂଆ ଜୀବନର ପ୍ରେରଣା ଯୋଗାଉଛିି। ସେହିପରି ସୁବ୍ରତ ସରେନ୍‌, ନାଣ୍ଢୁ ଦାସ ଭଳି କେତେଜଣ ଯୁବକ ମାଟିରେ ବିଭିନ୍ନ ମୂର୍ତ୍ତି ତିଆରି କରିବାକୁ ଆଗେଇ ଆସିଛନ୍ତି। ତିଆରି ଜିନିଷକୁ ବଜାରରେ ବିକ୍ରି କରି ସେମାନଙ୍କ ଭବିଷ୍ୟତ ଲାଗି ଜେଲ୍‌ କର୍ତ୍ତୃପକ୍ଷ ସଞ୍ଚୟ କରୁଛନ୍ତି। ରୋଟାରୀ, ଲାୟନ୍ସ, ଜଳେଶ୍ୱର ଯୁବମଞ୍ଚ, ମେ’ ଆଇ ହେଲ୍ପ ୟୁ, ହେଲ୍ପ ଫର ୟୁ ଫାଉଣ୍ଡେଶନ ଆଦି ସଙ୍ଗଠନ ପକ୍ଷରୁ ଅନ୍ତେବାସୀଙ୍କ ଲାଗି ଆବଶ୍ୟକ ସରଞ୍ଜାମ ପ୍ରଦାନ ସହିତ ସ୍ବାବଲମ୍ବୀ ଓ ଜୀବନ ସୁଧାର ଆଣିବାରେ ମାନସିକ ପରିବର୍ତ୍ତନ ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଶିକ୍ଷିତ ଯୁବକମାନଙ୍କୁ କୋରିୟର କାଉନସେଲିଂ ଦ୍ୱାରା ଅନ୍‌ଲାଇନ୍‌ରେ ସ୍ପୋକନ୍‌ ଇଂଲିଶ୍‌ ଓ ୧୫ଦିନିଆ ପାଠ୍ୟକ୍ରମ ଶିକ୍ଷା ଦିଆଯାଉଛି ା ସେଠାରେ ଏକ ଲାଇବ୍ରେରୀ, ଡାଇନିଂ ସେଟ୍‌ ଓ ପାଠ ପଢିବାର ସୁବିଧା ଯୋଗାଇ ଦେବାକୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସେ ଆହ୍ବାନ କରିଛନ୍ତି ା
ସବ୍‌ଜେଲର ଷଡ଼ଙ୍ଗୀ ୨୦୧୨ ଅକ୍ଟୋବର ୧୨ରେ କାର୍ଯ୍ୟରେ ଯୋଗଦେବା ପରେ ଜଳେଶ୍ୱର ଉପକାରାଗାରକୁ ୨୦୧୯ ଅଗଷ୍ଟ ୨୩ ତାରିଖରେ ବଦଳିହୋଇ ଆସିଥିଲେ। ସେ କୁହନ୍ତି, ଅନ୍ତେବାସୀମାନେ ତାଙ୍କ ନିଜ ପରିବାରର ସଦସ୍ୟ ଭଳି। ସେମାନଙ୍କୁ ଶୃଙ୍ଖଳିତ କରାଇବା ସହିତ ଆଧ୍ୟାମତ୍ିକ ଚିନ୍ତା ଚେତନାରେ ଦିଗ୍‌ଦର୍ଶନ ଦେଇ ସେମାନଙ୍କ ମାନସିକ ପରିବର୍ତ୍ତନ କରାଇବାକୁ ଚେଷ୍ଟା ଚଳାଇ ଆସୁଛନ୍ତି। ଅନ୍ତେବାସୀଙ୍କ ପ୍ରତିଟି କାର୍ଯ୍ୟ ଉପରେ ସେ ସର୍ବଦା ତୀକ୍ଷ୍‌ଣ ଦୃଷ୍ଟି ରଖିଥାନ୍ତି। ଏପରିକି ଏଠାକୁ ଅନ୍ୟ କାରାଗାରରୁ ଆସିଥିବା ଦୁଷ୍ଟମାନଙ୍କୁ ସିଷ୍ଟ କରାଇବାରେ ସେ ସଫଳ ହୋଇଛନ୍ତି। ସେମାନଙ୍କୁ ସ୍ନେହ ଓ ଅନୁଶାସନରେ ବାନ୍ଧି ଏକ ପରିବାର ଭଳି ପରିବେଶ ସୃଷ୍ଟି କରିପାରିଛନ୍ତି ା କେତେଜଣ ଅନ୍ତେବାସୀ ସେମାନଙ୍କ ସଜା ଭୋଗି ସାରିବା ପରେ ଘରକୁ ଯିବାକୁ ପସନ୍ଦ କରୁନାହାନ୍ତି ବୋଲି ଷଡ଼ଙ୍ଗୀ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି। ଜଳେଶ୍ୱର ଉପକାରାଗାରକୁ ଏକ ମଡେଲ ଜେଲ୍‌ରେ ପରିବର୍ତ୍ତନ କରିବାକୁ ତାଙ୍କର ପ୍ରଚେଷ୍ଟା ଜାରି ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri