ଜିଡିପି ଆକଳନ ଖସାଉଛନ୍ତି ଏଜେନ୍ସି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ବିଶ୍ୱର ସଙ୍କଟ ସ୍ଥିତି ଉପୁଜିଛି। ଭାରତ ବଜାର ପାଇଁ ଏହା ପୁଣି ଥରେ ସମସ୍ୟା ଆଣିଛି। ବିଶ୍ୱର ପ୍ରମୁଖ ବ୍ରୋକରେଜ ଫାର୍ମଗୁଡିକ ଭାରତ ବଜାର ଲାଗି ପୂର୍ବରୁ କରିଥିବା ଜିଡିପି ଆକଳନକୁ ବର୍ତ୍ତମାନ ଖସାଉଥିବା ଦେଖାଯାଇଛି। ଦେଶ ମଧ୍ୟରେ ବିଭିନ୍ନ ସ୍ଥାନରେ ଲକଡାଉନ ହେବା ଯୋଗୁ ଆର୍ଥତ୍କ ସ୍ଥିତି ପ୍ରଭାବିତ ହେଉଛି। ଏହାକୁ ଦେଖି ଏଜେନ୍ସିଗୁଡିକ ଜିଡିପିକୁ ପ୍ରାୟ ୧୦% ଯାଏ ହ୍ରାସ କରିଛନ୍ତି।
ବ୍ରୋକରେଜ ଫାର୍ମ ନୋମୁରା କହିଛି ଯେ, ଜିଡିପି ୧୨.୬% ରହିପାରେ। ପୂର୍ବରୁ ଏହା ୧୩.୬% ଅଭିବୃଦ୍ଧି ନେଇ କହିଥିଲା। ସେହିଭଳି ଜେପି ମୋର୍ଗାନ ୧୩ରୁ ୧୧%, ୟୁଏସ୍‌ବି ୧୧.୫ରୁ ୧୦%କୁ ଜିଡିପି ଆକଳନ କମାଇଛି। ଏହାବାଦ ସିଟି ଗ୍ରୁପ ପୂର୍ବରୁ ଆକଳନକୁ ପରିବର୍ତ୍ତନ କରି ବର୍ତ୍ତମାନ ୧୨% କରିଛି। ସେହିଭଳି ଅଭିବୃଦ୍ଧି ୧୦.୫% ରହିବା ନେଇ ଆର୍‌ବିଆଇ କହିଥିବା ବେଳେ ଆଇଏମ୍‌ଏଫ୍‌ ୧୨.୫% ଏବଂ ଓ୍ବାର୍ଲଡ ବ୍ୟାଙ୍କ ୧୨.୫% ଜିଡିପି ଆକଳନ କରିଛି। ଜିଡିପି ୧୧.୫% ରହିବା ନେଇ ପୂର୍ବରୁ ୟୁବିଏସ୍‌ ନାମକ ବ୍ରୋକରେଜ କହିଥିବା ବେଳେ ବର୍ତ୍ତମାନ ଏହା ୧୦%କୁ ଖସାଇ ଦେଇଛି।
ନିକଟରେ ବ୍ୟାଙ୍କ ଅଫ୍‌ ଆମେରିକା ଏହାର ଆକଳନରେ କହିଥିଲା ଯେ,କରୋନା ସ୍ଥିତି ବିଗୁଡୁଥିବାରୁ ୨୦୨୦-୨୧ ଆର୍ଥତ୍କ ବର୍ଷର ଚତୁର୍ଥ ତ୍ରୈମାସ ଜିଡିପି ଅଭିବୃଦ୍ଧି ପ୍ରଭାବିତ ରହିବ। ପୂର୍ବରୁ ଏହି ଅବଧିରେ ୩% ଅଭିବୃଦ୍ଧି ଆକଳନ କରାଯାଇଥିଲା। ମାତ୍ର ଏହା ହାସଲ କରିବାରେ ଚ୍ୟାଲେଞ୍ଜ ଉପୁଜିବ। ସାରା ଦେଶରେ ଗୋଟିଏ ମାସ ଲକଡାଉନ ହେଲେ ଦେଶର ଅର୍ଥ ବ୍ୟବସ୍ଥାକୁ ୧୦୦ରୁ ୨୦୦ ବେସିସ ପଏଣ୍ଟ ଝଟକା ଲାଗିବ ବୋଲି ଆଶଙ୍କା କରାଯାଉଛି। କୋଭିଡ ୧୯ର ନୂଆ ଲହର ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ସଙ୍କଟ ସ୍ଥିତି ସୃଷ୍ଟି କରୁଥିବା ଏହି ଫିଚ୍‌ ସଲ୍ୟୁଶନ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?