ଜିଡିପି ଆକଳନ ଖସାଉଛନ୍ତି ଏଜେନ୍ସି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ବିଶ୍ୱର ସଙ୍କଟ ସ୍ଥିତି ଉପୁଜିଛି। ଭାରତ ବଜାର ପାଇଁ ଏହା ପୁଣି ଥରେ ସମସ୍ୟା ଆଣିଛି। ବିଶ୍ୱର ପ୍ରମୁଖ ବ୍ରୋକରେଜ ଫାର୍ମଗୁଡିକ ଭାରତ ବଜାର ଲାଗି ପୂର୍ବରୁ କରିଥିବା ଜିଡିପି ଆକଳନକୁ ବର୍ତ୍ତମାନ ଖସାଉଥିବା ଦେଖାଯାଇଛି। ଦେଶ ମଧ୍ୟରେ ବିଭିନ୍ନ ସ୍ଥାନରେ ଲକଡାଉନ ହେବା ଯୋଗୁ ଆର୍ଥତ୍କ ସ୍ଥିତି ପ୍ରଭାବିତ ହେଉଛି। ଏହାକୁ ଦେଖି ଏଜେନ୍ସିଗୁଡିକ ଜିଡିପିକୁ ପ୍ରାୟ ୧୦% ଯାଏ ହ୍ରାସ କରିଛନ୍ତି।
ବ୍ରୋକରେଜ ଫାର୍ମ ନୋମୁରା କହିଛି ଯେ, ଜିଡିପି ୧୨.୬% ରହିପାରେ। ପୂର୍ବରୁ ଏହା ୧୩.୬% ଅଭିବୃଦ୍ଧି ନେଇ କହିଥିଲା। ସେହିଭଳି ଜେପି ମୋର୍ଗାନ ୧୩ରୁ ୧୧%, ୟୁଏସ୍‌ବି ୧୧.୫ରୁ ୧୦%କୁ ଜିଡିପି ଆକଳନ କମାଇଛି। ଏହାବାଦ ସିଟି ଗ୍ରୁପ ପୂର୍ବରୁ ଆକଳନକୁ ପରିବର୍ତ୍ତନ କରି ବର୍ତ୍ତମାନ ୧୨% କରିଛି। ସେହିଭଳି ଅଭିବୃଦ୍ଧି ୧୦.୫% ରହିବା ନେଇ ଆର୍‌ବିଆଇ କହିଥିବା ବେଳେ ଆଇଏମ୍‌ଏଫ୍‌ ୧୨.୫% ଏବଂ ଓ୍ବାର୍ଲଡ ବ୍ୟାଙ୍କ ୧୨.୫% ଜିଡିପି ଆକଳନ କରିଛି। ଜିଡିପି ୧୧.୫% ରହିବା ନେଇ ପୂର୍ବରୁ ୟୁବିଏସ୍‌ ନାମକ ବ୍ରୋକରେଜ କହିଥିବା ବେଳେ ବର୍ତ୍ତମାନ ଏହା ୧୦%କୁ ଖସାଇ ଦେଇଛି।
ନିକଟରେ ବ୍ୟାଙ୍କ ଅଫ୍‌ ଆମେରିକା ଏହାର ଆକଳନରେ କହିଥିଲା ଯେ,କରୋନା ସ୍ଥିତି ବିଗୁଡୁଥିବାରୁ ୨୦୨୦-୨୧ ଆର୍ଥତ୍କ ବର୍ଷର ଚତୁର୍ଥ ତ୍ରୈମାସ ଜିଡିପି ଅଭିବୃଦ୍ଧି ପ୍ରଭାବିତ ରହିବ। ପୂର୍ବରୁ ଏହି ଅବଧିରେ ୩% ଅଭିବୃଦ୍ଧି ଆକଳନ କରାଯାଇଥିଲା। ମାତ୍ର ଏହା ହାସଲ କରିବାରେ ଚ୍ୟାଲେଞ୍ଜ ଉପୁଜିବ। ସାରା ଦେଶରେ ଗୋଟିଏ ମାସ ଲକଡାଉନ ହେଲେ ଦେଶର ଅର୍ଥ ବ୍ୟବସ୍ଥାକୁ ୧୦୦ରୁ ୨୦୦ ବେସିସ ପଏଣ୍ଟ ଝଟକା ଲାଗିବ ବୋଲି ଆଶଙ୍କା କରାଯାଉଛି। କୋଭିଡ ୧୯ର ନୂଆ ଲହର ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ସଙ୍କଟ ସ୍ଥିତି ସୃଷ୍ଟି କରୁଥିବା ଏହି ଫିଚ୍‌ ସଲ୍ୟୁଶନ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri