ଜଳେଶ୍ୱର ଝିଅ ରଶ୍ମିଙ୍କ କମାଲ

ଜଳେଶ୍ୱର, ୨୪।୫(ଡି.ଏନ୍‌.ଏ): ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଝାଡପିମ୍ପଳ ଗାଁର ଝିଅ ରଶ୍ମି ପ୍ରଧାନ ସର୍ବଭାରତୀୟ ସ୍ତରରେ ୪୦୫ ର଼୍ୟାଙ୍କ ରଖି ସଫଳତା ହାସଲ କରିଛନ୍ତି। ରଶ୍ମିଙ୍କ ବାପା ରାଧାଶ୍ୟାମ ଭୁବନେଶ୍ୱରର ଭୂତଳଜଳ ଉନ୍ନୟନ ବିଭାଗର ବରିଷ୍ଠ ତତ୍ତ୍ୱବିତ୍‌ ଥିବା ବେଳେ ମା’ ମୀନାକୁମାରୀ ନିକଟସ୍ଥ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ପିଲାଦିନରୁ ରଶ୍ମି ମେଧାବୀ ଥିଲେ। ୨୦୧୯ ଓୟୁଏଟି ବିଶ୍ୱବିଦ୍ୟାଳୟରୁ କୃଷି ସ୍ନାତକରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୨୦ରେ ସେ ଓଏଏସ୍‌ ଓ ୨୦୨୧ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ। ଏବେ ସେ ଦିଲ୍ଲୀଠାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗରେ କାର୍ଯ୍ୟ କରୁଥିବା ବେଳେ ପୁଣି ୟୁପିଏସ୍‌ସି ପରୀକ୍ଷା ଦେଇଥିଲେ ା ଏହି ଖବର ଜଣାପଡିବା ପରେ ଜଳେଶ୍ୱର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି ା