ଭାରତର ସହାୟତା ଲୋଡିଲେ ଜେଲେନେସ୍କି…

କାଇଭ୍‌, ୩।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁକ୍ରେନର ରାଷ୍ଟ୍ରପତି ବ୍ଲାଡିମୀର ଜେେଲେକେସ୍କି ଶାନ୍ତି ଉପରେ ଗୁରୁତ୍ୱାରୋପ କରୁଛନ୍ତି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦମୟେତ୍ରୋ କୁଲେବା ରୁଷିଆ ଶାନ୍ତ ପ୍ରୟାସ ନେଇ ଭାରତକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଏହାର ପ୍ରଭାବ ନିଶ୍ଚିତ ଅନୁଭୁତ ହେବ। ଭାରତୀୟ ଗଣମାଧ୍ୟମ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କୁଲେବା କହିଛନ୍ତି ଯେ ୟୁକ୍ରେନ ଏକ ବନ୍ଧୁ ଏବଂ ଭାରତର ଅଂଶୀଦାର ବୋଲି ଭାରତ ସ୍ପଷ୍ଟ ଭାବରେ ରୁଷିଆକୁ କହିପାରିବ। ସାଂପ୍ରତିକ ସଙ୍କଟର ସମାଧାନ ପାଇଁ ସାମରିକ କିମ୍ବା ଆଭ୍ୟନ୍ତରୀଣ ସ୍ତରରେ ଅସ୍ଥିରତା ଆଣିବା ପାଇଁ ରୁଷିଆର କୌଣସି ପ୍ରୟାସକୁ ଭାରତ ଗ୍ରହଣୀୟ ନୁହେଁ ବୋଲି ବିବେଚନା କରୁଛି। ସେ କହିଛନ୍ତି, ’ଯଦି ରୁଷିଆ ଭାରତ ସରକାରଙ୍କଠାରୁ ଏହା ଶୁଣେ, ତେବେ ଏହା ଏକ ଦୃଢ଼ ସକାରାତ୍ମକ ବାର୍ତ୍ତା ସୃଷ୍ଟି କରିବ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ପ୍ରସଙ୍ଗରେ ମତଦାନକୁ ଭାରତ ଏଡ଼ାଇ ଦେଇଛି। ଫଳରେ ଭାରତ ଏହି ପ୍ରସଙ୍ଗରେ କୌଣସି ପକ୍ଷକୁ ସମର୍ଥନ କରିବାକୁ ଚାହୁଁନାହିଁ। ଯଦି ରୁଷିଆ ସପକ୍ଷରେ ଭାରତ ଭୋଟ ଦେଇଥାନ୍ତା, ତେବେ ଆମେରିକା ସମେତ ବହୁ ପାଶ୍ଚାତ୍ୟ ଦେଶକୁ କ୍ରୋଧିତ କରିଥାନ୍ତେ। ଅପରପକ୍ଷରେ, ଯଦି ଭାରତ ୟୁକ୍ରେନକୁ ସମର୍ଥନ କରିଥାନ୍ତା, ତେବେ ରୁଷିଆ ସହିତ ସମ୍ପର୍କ ଉପରେ ଏହାର ଗୁରୁତର ପ୍ରଭାବ ପଡିଥାନ୍ତା। ଏଭଳି ପରିସ୍ଥିତିରେ ଭାରତ ମଧ୍ୟମ ରାସ୍ତା ବାଛିବା ସହ ଭୋଟ ଦେବା ଠାରୁ ଦୂରତା ରକ୍ଷା କରିଥିଲା। ଭାରତର ଏଭଳି ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ୟୁକ୍ରେନ୍‌ ଶାନ୍ତି ପ୍ରୟାସ କ୍ଷେତ୍ରରେ ସହାୟତା ଲୋଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri