Categories: ଜାତୀୟ

ଜଳ ଜୀବନ ମିଶନରେ ୩୭ ଲକ୍ଷ ପରିବାର ଉପକୃତ

ନୂଆଦିଲ୍ଲୀ, ୧୭।୨: ଦେଶର ୩୭ ଲକ୍ଷ ପରିବାର କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଦ୍ୱାରା ଉପକୃତ ହୋଇଛନ୍ତି। ବୁଧବାର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୧୯ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ଅଧୀନରେ ୩୪,୪୩୪୮୦ ଲକ୍ଷ ଘରକ୍‌ୁ ପାଇପ୍‌ ଯୋଗେ ଜଳ ସଂଯୋଗ ସୁବିଧା ପ୍ରଦାନ କରାଯାଇଛି। ୮୮.୩୩ ଲକ୍ଷ ପରିବାର ଭିତରୁ ୩.୧୦ ଲକ୍ଷଙ୍କ ପାଖରେ ପୂର୍ବରୁ ଜଳ ଯୋଗାଣ ସୁବିଧା ରହିଥିବା ମନ୍ତ୍ରଣାଳୟ କହିଛି। ବର୍ତ୍ତମାନ ସମୟରେ ୪୭ ହଜାର ଗ୍ରାମ ମଧ୍ୟରୁ ମୋଟ ୬ ହଜାର ଗାଁରେ ଶତ ପ୍ରତିଶତ ଜଳ ଯୋଗାଣ ସୁବିଧା ଉପଲବ୍ଧ ଅଛି। ବିଶେଷକରି ମହିଳା ଏବଂ ଗ୍ରାମାଞ୍ଚଳରେ ଥିବା ସଂଗଠନଗୁଡିକ ମାଧ୍ୟମରେ ଜଳଜୀବନ ମିଶନ ଜନ ଆନ୍ଦୋଳନର ରୂପ ନେଇଛି। ଏଥିରେ ପଞ୍ଚାୟତଗୁଡିକର ମଧ୍ୟ ଅବଦାନ ରହିଛି। ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ଗଁା’ରେ ଏହି ମିଶନ ସହାୟତାରେ ଟ୍ୟାପ୍‌ ଯୋଗେ ଜଳ ଯୋଗାଣ ସୁବିଧା ଉପଲବ୍ଧ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

Share