Categories: ବାଣିଜ୍ୟ

ଜେକେ ଟାୟାରର ନୂତନ ଟ୍ରକ୍‌ ହୁଇଲ୍‌ ସେଣ୍ଟର

ଚୌଦ୍ୱାର,୨୫ା୮(ଡି.ଏନ୍‌.ଏ): ଦେଶର ପ୍ରମୁଖ ଟାୟାର ଉତ୍ପାଦକ ଜେକେ ଟାୟାର ଓ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ପକ୍ଷରୁ ସ୍ଥାନୀୟ କଜଳକଣା ଗଡ଼ା ନିକଟରେ ଜେକେ ଟାୟାରର ନୂତନ ଟ୍ରକ୍‌ ହୁଇଲ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ପୂର୍ବ ଭାରତରେ କମ୍ପାନୀର ଟ୍ରକ୍‌ ହୁଇଲ ନେଟ୍‌ୱର୍କ ସଂଖ୍ୟା ୧୨ରେ ପହଞ୍ଚତ୍ଛି। ସେହିଭଳି ଅମ୍ବିକା ଅଟୋ ଷ୍ଟୋର ଆନୁକୂଲ୍ୟରେ ଖୋଲିଥିବା ଏହି ୱାନ୍‌ ଷ୍ଟପ୍‌ ସଲ୍ୟୁସନ ‘ଟ୍ରକ୍‌ ହୁଇଲ ସେଣ୍ଟର’କୁ ଜେକେ ଟାୟାର ଓ ଇଷ୍ଟ୍ରିଜ ଲିମିଟେଡ୍‌ର ଜେନେରାଲ ମ୍ୟାନେଜର ସଞ୍ଜୀବ ଶର୍ମା ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅମ୍ବିକା ଅଟୋ ଷ୍ଟୋରର ମାଲିକ ମନମୋହନ ପୋଦର, ଆନନ୍ଦ ପୋଦର, କମ୍ପାନୀର ଜୋନାଲ ମ୍ୟାନେଜର (ଇଷ୍ଟ) ସୁବନ୍ଧୁ ଚକ୍ରବର୍ତ୍ତୀଙ୍କ ସମେତ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ ଅମ୍ବିକା ଅଟୋ ଷ୍ଟୋରର କର୍ମଚାରୀମାନେ ଉପସ୍ଥିତ ଥିଲେ।

୮୦୦୦ବର୍ଗଫୁଟର ଏହି ଫାସିଲିଟି ସେଣ୍ଟର ୫୫ନମ୍ବର ଜାତୀୟ ରାଜପଥ, କଟକଠାରେ ଅବସ୍ଥିତ। ଏହି ଅତ୍ୟାଧୁନିକ ସେଣ୍ଟରରେ ଉଚ୍ଚ ପ୍ରଶିକ୍ଷିତ ଟେକ୍ନିକାଲ ପରାମର୍ଶଦାତାଙ୍କର ଏକ ଦଳ, ହୁଇଲ ସର୍ଭିସିଂ ଉପକରଣ ସହ ସୁସଜ୍ଜିତ ହୋଇଛି। ଏ ସମ୍ପର୍କରେ ଜେକେ ଟାୟାର ଓ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ସେଲ୍‌ସ ଏବଂ ମାର୍କେଟିଂ ଡାଇରେକ୍ଟର ଶ୍ରୀନିବାସ ଆଲ୍ଲାପନ କହିଛନ୍ତି, ଏହି ନୂତନ ‘ୱାନ୍‌ ଷ୍ଟପ୍‌ ସଲ୍ୟୁସନ’ ସେବା କେନ୍ଦ୍ର ଜେକେ ଟାୟାରର ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ ଉପରେ କାର୍ଯ୍ୟ କରିବ ବୋଲି କମ୍ପାନୀ ଗୁରୁତ୍ୱାରୋପ କରିଛି। ଓଡ଼ିଶାରେ ଏହା ପ୍ରଥମ ଏବଂ ଦେଶରେ ୭୩ତମ ସେଣ୍ଟର ବୋଲି ଜଣାପଡ଼ିଛି।

Share