ତୀବ୍ର ହେଉଛି ଯାଜପୁର ରାଜନୀତି: ପ୍ରେସ୍‌ମିଟ୍‌ କରି ଖୁବ୍‌ ବର୍ଷିଲେ ପ୍ରମିଳା, କହିଲେ ଭାଜପା ସରକାର ଆସିବା ପରଠାରୁ…

ଭୁବନେଶ୍ୱର,୨୪ା୧୧: ଯାଜପୁରରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଭାଜପା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପଡ଼ିଛି। ଉଭୟ ଭାଜପା ଏବଂ ବିଜେଡି କେହି କାହାକୁ ଛାଡୁ ନାହାନ୍ତି। ଆକ୍ଷେପ ପ୍ରତି ଆକ୍ଷେପରେ ଚାଲିଛି ଯାଜପୁର ରାଜନୀତି। ରବିବାର ଏକ ପ୍ରେସମିଟ୍‌ କରି ପ୍ରବଳ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ସେ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ନାରୀ ନିର୍ଯାତନା ଓ ହିଂସା ବଢ଼ିଚାଲିଛି। ରୋକିବାକୁ କୌଣସି ପଦକ୍ଷେପ ନାହିଁ। ପ୍ରତିବାଦରେ ସୋମବାର ଡିଜିପିଙ୍କୁ ଭେଟି ଦାବି ଜଣାଇବୁ । ନ୍ୟାୟ ନ ମିଳିଲେ ଜୋରଦାର ଆନ୍ଦୋଳନ ହେବ ବୋଲି ପ୍ରମିଳା ଚେତାବନୀ ଦେଇଛନ୍ତି।

ପ୍ରମିଳା ଭଦ୍ରକ ବାଲେଶ୍ବରର ଦଙ୍ଗାର ମଧ୍ୟ ଉଦାହରଣ ଦେଇଛନ୍ତି। ସଂଖ୍ୟାଲଘୁ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି। ନାରୀ ନିର୍ଯାତନା, ହିଂସା ରୋକିବାକୁ କିଛି ପଦକ୍ଷେପ ନିଆଯାଉନି । ଏପରି କୁକର୍ମ କରି ଅପରାଧୀଙ୍କୁ ପୋଲିସ ଦ୍ବାରା ଉତ୍ସାହିତ କରାଯାଉଛି। ବିଜେଡି ଲୋକଙ୍କୁ ହଇରାଣ କରାଯାଉଛି। ଭାଜପା କର୍ମୀ କେସ୍‌ ଜରିଆରେ ବିଜେଡି ନେତାଙ୍କୁ ହଇରାଣ କରୁଛି ପୋଲିସ। କୁଚିଣ୍ଡା, ନୀଳଗିରି, ବଙ୍ଗୋମୁଣ୍ଡା, କଟକରେ ମହିଳା ନିର୍ଯ୍ୟାତନା ବଢ଼ିଚାଲିଛି ହେଲେ ପୋଲିସ ଦେଖୁନି।

ପ୍ରମିଳା ଶନିବାର ବି ପ୍ରବଳ ବର୍ଷିଥିଲେ। ରାତିରେ କଳାକାର୍‌ରେ ବିଧାୟକ କେଉଁ କାମରେ ଯାଉଥିଲେ। ଗୋଟିଏ ଜାଗାରେ ଯଦି ଆନ୍ଦୋଳନ ହେଉଛି ସେଠାକୁ କାହିଁକି ଯାଉଥିଲେ। ସେଠିକି ବିଧାୟକ ଜାଣିଶୁଣି ଯାଉଥିଲେ। ସେ ଗଣ୍ଡଗୋଳ କରିବା ପାଇଁ ହିଁ ଯାଇଥିଲେ।

ବିଧାୟକ ମିଛ କଥା କହିଛନ୍ତି। ପୋଲିସ ଏବେ ଭାଜପା କଥାରେ ଚାଲୁଛି। ଶାସକ ଦଳର ହାତବାରିସି ସାଜିଛି ପୋଲିସ। ବିଜେଡି ସରକାରରେ ଯେମିତି କାର୍ଯ୍ୟାନୁଷ୍ଠାନ ପୋଲିସ ନେଉଥିଲା ଏବେ କାହିଁକି ନେଉନାହିଁ। ବିଧାୟକ ତାଙ୍କ ଗାଡ଼ିରୁ ଆଗେ ଓହ୍ଲାଇଛନ୍ତି ସେ ଅଯଥା ମିଛ କଥା କହୁଛନ୍ତି। ପୋଲିସ ଭାଜପାର ସରକାରୀ ଗୁଣ୍ଡା ଭାବେ କାମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri