ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ କର୍ମୀମାନେ ଗାଁକୁ ଗାଁ ବୁଲୁଥିବାରୁ ଗ୍ରାମାଞ୍ଚଳରେ ନିର୍ବାଚନୀ ପରିବେଶ ସରଗରମ ହୋଇଛି। ଏଥର ବିଜେଡି ଜିଲାର ଲୋକ ସଭା ଆସନ ସମେତ ୪ ବିଧାନସଭା ନିର୍ବାଚନମଣ୍ଡଳୀ ବିଞ୍ଝାରପୁର, ବଡ଼ଚଣା, ଯାଜପୁର ଓ କୋରେଇରେ ମହିଳା କାର୍ଡ ଖେଳିଛି। ଭାଜପା ମଧ୍ୟ ଏଥର ବିଞ୍ଝାରପୁର, ଧର୍ମଶାଳା ଏବଂ କଂଗ୍ରେସ କୋରେଇ ଓ ବିଞ୍ଝାରପୁରରେ ମହିଳା ପ୍ରାର୍ଥୀ ଦେଇ ବିଜୟୀ ହେବାର ଲକ୍ଷ୍ୟରେ ରହିଛନ୍ତି।

ଏଥର କିଏ ଜିତିବ ଏବଂ କିଏ ହାରିବ ସେନେଇ ସବୁଠି ଭୋଟରମାନଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ଗତ ନିର୍ବାଚନରେ ବିଞ୍ଝାରପୁର ଓ ବରୀରୁ ୨ ଜଣ ମହିଳା ବିଜୟୀ ହୋଇଥିଲେ। ଏଥର ବିଞ୍ଝାରପୁରରେ ପ୍ରମିଳା ମଲ୍ଲିକ ଲଗାତର ୫ମ ଥର ବିଜୟୀ ହେବା ଲକ୍ଷ୍ୟରେ ଥିବାବେଳେ ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଉଛନ୍ତି ଭାଜପା ପ୍ରାର୍ଥିନୀ ବବିତା ମଲ୍ଲିକ ଏବଂ କଂଗ୍ରେସ ପ୍ରାର୍ଥିନୀ କନକଲତା ମଲ୍ଲିକ। ୨୦୧୯ ଅପେକ୍ଷା ଏଥର ପ୍ରମିଳା ଓ ବବିତାଙ୍କ ମଧ୍ୟରେ ଲଢ଼େଇ ଅଧିକ ଜୋରଦାର ହୋଇଛି। ହାରଜିତ୍‌ର ବ୍ୟବଧାନ ମଧ୍ୟ ହ୍ରାସ ପାଇବ ବୋଲି ଆଲୋଚନା ହେଉଛି। ବରୀରେ ବିଧାୟିକା ସୁନନ୍ଦା ଦାସଙ୍କୁ ଟିକେଟ ନ ଦେଇ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଏଠାରେ ଭାଜପାରୁ ଉମେଶ ଜେନା ଓ କଂଗ୍ରେସରୁ ଦେବାଶିଷ ନାୟକ ପ୍ରାର୍ଥୀ ହୋଇଥିବାବେଳେ ତ୍ରିମୁଖୀ ଲଢେଇ ହେଉଥିବାର ଚର୍ଚ୍ଚା ହେଉଛି। କୋରେଇରେ କଂଗ୍ରେସରୁ ବନ୍ଦିତା ପରିଡ଼ା ଓ ବିଜେଡିରୁ ସନ୍ଧ୍ୟାରାଣୀ ଦାସଙ୍କ ମଧ୍ୟରେ ଲଢ଼େଇ ରୋଚକ ହେଉଛି। ବିଜେଡିର ସନ୍ଧ୍ୟାରାଣୀଙ୍କ ନିର୍ବାଚନୀ ପ୍ରଚାରରେ ବର୍ତ୍ତମାନର ବିଧାୟକ ଅଶୋକ ବଳ ଓ ବ୍ୟାସନଗର ପୌର ପରିଷଦର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ଉପସ୍ଥିତି ସେତେଟା ମନେ ହେଉନାହିଁ, ଯାହାକି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଭାଜପାରୁ ଆକାଶ ଦାସନାୟକ ଦ୍ୱିତୀୟ ଥର ପାଇଁ ବିଧାୟକ ଦୌଡ଼ରେ ରହିଛନ୍ତି। ସେ ଘରକୁ ଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି।

ବଡ଼ଚଣାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ପ୍ରାର୍ଥୀ କରି ଅନ୍ୟତମ ମହିଳା କାର୍ଡ ଖେଳିଛି। ତେବେ ଗତ ନିର୍ବାଚନରେ ଭାଜପାର ଅମର ନାୟକ ମାତ୍ର ୧,୪୮୫ ଭୋଟରେ ହାରିଥିବାରୁ ଏଥର ତାଙ୍କୁ ଭୋଟର କରିବେ ନାହିଁ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ହେଲେ ବର୍ଷା ମହିଳାମାନଙ୍କୁ ନେଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ତାଙ୍କ ନାମରେ ଥିବା ୨୦ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲାକୁ ନେଇ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ହେଉଛି।

ସେହିପରି ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ବିଜେଡିର ହେଭିଓ୍ବେଟ ନେତା ତଥା ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ଜଣେ ମହିଳାଙ୍କୁ ସୁଯୋଗ ଦେଇ ସେ ସମ୍ବଲପୁର ଲୋକ ସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି। ଏହାର ସୁଯୋଗରେ ଭାଜପା ପ୍ରାର୍ଥୀ ଗୌତମ ରାୟ ଏଥର ବିଜୟୀ ହେବାର ଆଶା ବାନ୍ଧିଛନ୍ତି। ଏଠାରେ ବିଜେଡି ଓ ଭାଜପା ମଧ୍ୟରେ କଡା ଟକ୍କର ହେଉଥିବା ଆଲୋଚନା ହେଉଛି। ଧର୍ମଶାଳାରେ ଭାଜପାରୁ ସ୍ମୃତିରେଖା ପହି ପ୍ରାର୍ଥୀ ହୋଇଥିଲେ ହେଁ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ଓ ବିଜେଡିର ପ୍ରଣବ ବଳବନ୍ତରାୟଙ୍କ ମଧ୍ୟରେ ମୁକାବିଲା ହେଉଥିବା ଆଲୋଚନା ହେଉଛି। ସେହିପରି ଯାଜପୁର ଲୋକସଭା ଆସନ ପାଇଁ ବିଜେଡିରୁ ଶର୍ମିଷ୍ଠା ସେଠୀ, ଭାଜପାରୁ ରବୀନ୍ଦ୍ର ନାରାୟଣ ବେହେରା ଓ କଂଗ୍ରେସରୁ ଅଞ୍ଚଳ ଦାସ ପ୍ରାର୍ଥୀ ହୋଇଛନ୍ତି ା ହେଲେ ଏଠାରେ ଶର୍ମିଷ୍ଠା ଓ ରବୀନ୍ଦ୍ର ନାରାୟଣଙ୍କ ମଧ୍ୟରେ ମୁକାବିଲା ହେଉଥିବା ଆଲୋଚନା ହେଉଛି। ତେବେ ଯାଜପୁର ଜିଲାର ଆସନଗୁଡ଼ିକରେ ପ୍ରମୁଖ ୩ଟି ଦଳ ମହିଳା ପ୍ରାର୍ଥୀ କରି କେତେ ସଫଳ ହେଉଛନ୍ତି ତାହା ଜୁନ୍‌ ୪ରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri