ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ: ସୁଯୋଗର ଫାଇଦା ନେବାରେ ବିରୋଧୀ ବିଫଳ

ଯାଜପୁର,୨୨।୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ଗତ ଦୁଇ ଦଶନ୍ଧି ଧରି ପରୀକ୍ଷାନିରୀକ୍ଷାର ପ୍ରୟୋଗଶାଳା ହୋଇଆସୁଛି। ଏଥର ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗରେ ସେଭଳି ପବନ ବହିପାରେ ବୋଲି ଚର୍ଚ୍ଚା ହେଉଛି। ଇତିମଧ୍ୟରେ ଯାଜପୁର ବିଧାୟକ ତଥା ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) କୋରେଇମୁହାଁ ହେଉଛନ୍ତି ବୋଲି ଆଲୋଚନା ଚାଲିଛି।

୨୦୦୪ ମେଣ୍ଟ ସମୟରେ କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ଭାଜପା ଭାଗରେ ପଡ଼ିଥିଲା ଓ ସଞ୍ଜିତା ମହାନ୍ତି ବିଜୟୀ ହୋଇଥିଲେ। ମେଣ୍ଟ ଭାଙ୍ଗିବା ପରେ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି କ୍ରମାଗତ ପ୍ରାର୍ଥୀ ବଦଳ କରି ବିଜୟୀ ହୋଇଆସିଛି। ତେଣୁ ନିୟମିତ ପ୍ରାର୍ଥୀ ବଦଳ ପ୍ରକ୍ରିୟାରେ କୋରେଇର ବିକାଶ ସମ୍ଭବପର ହୋଇ ପାରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଭୋଟରଙ୍କ ରୋଷରୁ ବର୍ତ୍ତିବା ପାଇଁ ଉତ୍ତରଦାୟୀ ହେବାକୁ ବବି ଆଗେଇ ଆସୁଥିବା ପୂର୍ବ କେତେକ କାର୍ଯ୍ୟକ୍ରମରୁ ମନେହେଉଛି। ଏହାବାଦ୍‌ ତାଙ୍କ ପିତା ଅଶୋକ ଦାସ କୋରେଇରେ ୪ ଦଶନ୍ଧି ଧରି ନେତୃତ୍ୱ ନେଇଥିବାରୁ ବବିଙ୍କୁ ସମର୍ଥନ ମିଳିବା ନେଇ ସମର୍ଥକମାନେ ଆଶା ବାନ୍ଧିଛନ୍ତି। ଏହା ହେଲେ ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସନାୟକ ଏଥର ବିଜେଡି ଟିକେଟରୁ ବଳି ପଡ଼ିପାରନ୍ତି ବୋଲି କୁହାଯାଉଛି। ଏହାସହ ବିଧାୟକ ଅଶୋକ ବଳ, ବ୍ୟାସନଗର ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷା ତଥା ଜିଲା ମହିଳା ବିଜୁ ଜନତା ଦଳ ଅଧ୍ୟକ୍ଷା ସବିତା ରାଉତ, ଜିଲା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି ପ୍ରମୁଖ ଚିନ୍ତାରେ ଅଛନ୍ତି। ଏଭଳି ସ୍ଥିତିରେ ଯାଜପୁର ଆସନ ପାଇଁ କିଏ ପ୍ରାର୍ଥୀ ହେବେ, ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।

ଯାଜପୁର ପୌରପରିଷଦ, ବରୀ ବ୍ଲକର ୮ ଓ ଦଶରଥପୁର ବ୍ଲକର ୨୦ ପଞ୍ଚାୟତକୁ ନେଇ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ। ବିଗତ ନିର୍ବାଚନଗୁଡ଼ିକୁ ଯଦି ଏଠାରେ ଦେଖାଯାଏ, ତାହା ହେଲେ ବବି ଭୋଟ ପ୍ରଚାରରେ ସେତେଟା ସକ୍ରିୟ ନ ଥିଲେ ମଧ୍ୟ ନିରଙ୍କୁଶ ସଫଳତା ପାଇଆସୁଛନ୍ତି। ରାଜ୍ୟ ରାଜନୀତିରେ ସେ ସର୍ବଦା ସକ୍ରିୟ ଥିବାରୁ ଯାଜପୁରକୁ ତାଙ୍କ ସମର୍ଥକ ଓ ପରିବାର ସଦସ୍ୟଙ୍କ ହାତରେ ପ୍ରାୟ ଛାଡ଼ି ଦେଇଥିବା ଦେଖାଯାଇଛି। ଏଥିରେ ସେମାନେ ସଫଳତା ପାଉଥିବାରୁ ବବିଙ୍କ ଚିନ୍ତା ପ୍ରାୟ ରହୁନାହିଁ। ବିଶେଷକରି ବିରୋଧୀ ଭାଜପା ଓ କଂଗ୍ରେସ ମଧ୍ୟ ନିର୍ବାଚନୀ ଯୁଦ୍ଧ ପୂର୍ବରୁ ହାତ ଟେକି ଦେଉଥିବା ଭଳି ମନେହେଉଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥନରେ ସମସ୍ତ ଜିଲା ପରିଷଦ ଆସନ ଏବଂ ପୌରପରିଷଦ ନିର୍ବାଚନରେ ପୌରାଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନ୍‌ସିଲରଙ୍କ ବିଜୟ ଏହାକୁ ପ୍ରମାଣିତ କରୁଛି।

କୁହାଯାଉଛି, ଏଠାରେ ଭାଜପା ଓ କଂଗ୍ରେସର ନେତୃତ୍ୱ ନେଉଥିବା ନେତାଙ୍କ ଲୋକପ୍ରିୟତା ଓ ଜନସମ୍ପର୍କ ଅଭିଯାନ ସେତେଟା ସଫଳ ହୋଇପାରି ନ ଥିବାରୁ ଭୋଟରଙ୍କ ଆସ୍ଥା ଜିଣିବା ସେମାନଙ୍କ ପକ୍ଷେ କଷ୍ଟକର ହେଉଛି। ଦେଖିବାକୁ ଗଲେ ଯାଜପୁର ବିଧାନସଭା କ୍ଷେତ୍ରରେ ବିଜେଡିର କୌଣସି ଜିଲା କାର୍ଯ୍ୟାଳୟ ନାହିଁ। ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ବବି ପ୍ରାୟ ବାହାରେ ରହୁଥିବା ଦେଖିବାକୁ ମିଳୁଛି। ଫଳରେ ତାଙ୍କୁ ସହଜରେ ଭେଟି ସାଧାରଣ ଜନତା ସେମାନଙ୍କ ସମସ୍ୟା ଜଣାଇବାକୁ ସମୟ ପାଉନାହାନ୍ତି। ଏହିସବୁ ସମସ୍ୟାର ସମାଧାନ କରିବାରେ ବବିଙ୍କ ପାଖଲୋକ ଯଥେଷ୍ଟ ହେଉଥିବା ଦେଖାଯାଇଛି। ଏସବୁ ଜାଣିବା ସତ୍ତ୍ୱେ ବିରୋଧୀ ଭାଜପା ଓ କଂଗ୍ରେସ ସୁଯୋଗର ଫାଇଦା ନେବାରେ ବିଫଳ ହେଉଥିବା କୁହାଯାଉଛି। ଏପରି କି ଭାଜପା ଓ କଂଗ୍ରେସର ଜିଲା କାର୍ଯ୍ୟାଳୟ ସଦର ମହକୁମାରେ ରହିଛି। ହେଲେ ଏହି ଦୁଇ ପ୍ରମୁଖ ବିରୋଧୀ ଦଳର ନେତୃବର୍ଗ ଭୋଟରଙ୍କୁ ଠିକ୍‌ ଭାବେ ପ୍ରଭାବିତ କରିପାରୁ ନ ଥିବା ଆଲୋଚନା ହେଉଛି । ୨୦୧୯ ବିଧାନସଭା ନିର୍ବାଚନରେ ବବି ୯୯,୭୩୮(୬୦.୨୪%), ଭାଜପାର ଗୌତମ ରାୟ ୫୯,୦୮୨(୩୫.୬୮%) ଓ କଂଗ୍ରେସର ସନ୍ତୋଷ ନନ୍ଦ ମାତ୍ର ୪,୭୪୮(୨.୮୭%) ଭୋଟ ପାଇଥିଲେ।

ତେଣୁ ବିଜେଡିର ୬୦% ଭୋଟକୁ ଭାଙ୍ଗିବା ସହ କଂଗ୍ରେସ ହାତରୁ ଅଧିକ ଭୋଟ ଛଡ଼ାଇ ନ ଆଣିପାରିଲେ ଭାଜପା ଯାଜପୁରରେ ସଫଳତା ପାଇବା କଷ୍ଟକର ହୋଇପଡ଼ିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ଗୌତମଙ୍କ ନେତୃତ୍ୱରେ ଭାଜପା ଗତ ପୌରପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରିନାହିଁ। ଏଥିପାଇଁ ଦକ୍ଷ ତଥା ଯୁବ ସଂଗଠକ ହିଁ ଭାଜପାର ମଙ୍ଗୁଆଳ ହେବା ଆବଶ୍ୟକ ବୋଲି ଭାଜପା ଉଚ୍ଚ ନେତୃତ୍ୱ ଚିନ୍ତା କରୁଥିବା ଆଲୋଚନା ହେଉଛି। ଏହି କ୍ରମରେ କଂଗ୍ରେସରୁ ଆସିଥିବା ଭାଜପାର ପୁଲିନ ପୁହାଣ ଆଶାୟୀ ଅଛନ୍ତି। ଭାଜପା ବ୍ୟାନରରେ ସେ ବିଭିନ୍ନ କାର୍ଯ୍ୟକ୍ରମ କରି ଏବେ ଆଲୋଚନାର ଶୀର୍ଷରେ ରହିଛନ୍ତି। କଂଗ୍ରେସର ସନ୍ତୋଷ ନନ୍ଦ ଦଳୀୟ ଟିକେଟ ପାଇବାକୁ ଆଶାବାଦୀ ଥିବା କୁହାଯାଉଛି। ତେବେ ବବି ଯଦି କୋରେଇମୁହାଁ ହେବେ, ତାଙ୍କ ସ୍ଥାନରେ କିଏ ପ୍ରାର୍ଥୀ ହେବେ ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗଁାରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri