Posted inଖେଳ

ଇରାନୀ କପ୍‌ରେ ଜୟସ୍ବାଲଙ୍କ ଦ୍ୱିଶତକ

ଗ୍ବାଲିୟର,୨ା୩: ଗ୍ବାଲିୟରର କ୍ୟାପଟେନ୍‌ ରୁପ୍‌ ସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଇରାନୀ କପ୍‌ ମୁକାବିଲାରେ ଅବଶିଷ୍ଟ ଭାରତ ଏକ ବୃହତ ସ୍କୋର ଆଡକୁ ଅଗ୍ରସର ହେଉଛି। ୨୦୨୧-୨୨ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ମଧ୍ୟପ୍ରଦେଶ ଓ ଅବଶିଷ୍ଟ ଭାରତ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅବଶିଷ୍ଟ ଭାରତ ୩ ଉଇକେଟ ହରାଇ ୩୮୧ ରନ୍‌ ସଂଗ୍ରହ କରିଛି। ଯଶସ୍ବୀ ଜୟସ୍ବାଲ ୨୧୩ ଓ ଅଭିମନ୍ୟୁ ଈଶ୍ୱରନ୍‌ ୧୫୪ ରନ୍‌ର ଇନିଂସ ଖେଳିଥିଲେ। ଦ୍ୱିତୀୟ ଉଇକେଟରେ ଉଭୟ ଖେଳାଳି ୩୭୧ ରନ୍‌ ଯୋଡିଥିଲେ। ଟସ୍‌ ଜିତି ଅବଶିଷ୍ଟ ଭାରତ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳକୁ ଡାକରା ସୁଯୋଗ ଅପେକ୍ଷାରେ ରହିଥିବା ମୟଙ୍କ ମାତ୍ର ୨ ରନ୍‌ କରି ଆଭେଶ ଖାନଙ୍କ ବଲରେ ଆଉଟ ହୋଇଥିଲେ। ତେବେ ଅଭିମନ୍ୟୁ ଈଶ୍ୱରନ ଓ ଯଶସ୍ବୀ ଜୟସ୍ବାଲ ଦ୍ୱିତୀୟ ଉଇକେଟରେ ୩୭୧ ରନ୍‌ ଯୋଡିଥିଲେ। ଦ୍ୱିଶତକୀୟ ଇନିଂସରେ ଜୟସ୍ବାଲ ୨୫୯ ବଲ୍‌ ଖେଳି ୩୦ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଈଶ୍ୱରନ୍‌ ୨୪୦ ବଲ୍‌ ଖେଳି ୧୭ ଚୌକା ଓ ୨ ଛକା ମାରିଥିଲେ। ଉଭୟ ଖେଳାଳି ୪୯୧ ବଲର ସମ୍ମୁଖୀନ ହୋଇ ଏହି ଭାଗୀଦାରି କରିଥିଲେ। ମ୍ୟାଚ୍‌ର ୮୫ ତମ ଓଭରରେ ଲଗାତାର ବଲରେ ଉଭୟ ଖେଳାଳି ପ୍ୟାଭିଲିୟନ୍‌ ଫେରିଥିଲେ। ଓଭରର ଚତୁର୍ଥ ବଲରେ ଜୟସ୍ବାଲ ବୋଲ୍ଡ ହୋଇଥିବା ବେଳେ ପରବର୍ତ୍ତୀ ବଲରେ ରନ୍‌ଆଉଟ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ ଈଶ୍ୱରନ୍‌। ଯଶସ୍ବୀ ଜୟସ୍ବାଲ ଅପେକ୍ଷାକୃତ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିବା ବେଳେ ଈଶ୍ୱରନ୍‌ ଆଙ୍କର ଭୂମିକା ନିଭାଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ସୌରଭ କୁମାର (୦) ଓ ବାବା ଇନ୍ଦ୍ରଜିତ୍‌(୩) କ୍ରିଜରେ ଉପସ୍ଥିତ ରହିଥିଲେ। ମଧ୍ୟପ୍ରଦେଶ ପକ୍ଷରୁ ସଫଳ ବୋଲର ଭାବେ ଆଭେଶ ଖାନ୍‌ ଦୁଇଟି ଉଇକେଟ ନେଇଥିଲେ। ଅଧିନାୟକ ହିମାଂଶୁ ମନ୍ତ୍ରୀ ୭ ଜଣ ବୋଲରଙ୍କୁ ନିୟୋଜିତ କରିଥିଲେ ମଧ୍ୟ ଏହାର ସୁଫଳ ମିଳିନଥିଲା।
ସଂକ୍ଷିପ୍ତ ସ୍କୋର
ଅବଶିଷ୍ଟ ଭାରତ- ୮୭ ଓଭରରେ ୩୮୧/୩ (ଯଶସ୍ବୀ ଜୟସ୍ବାଲ-୨୧୩, ଅଭିମନ୍ୟୁ ଈଶ୍ୱରନ୍‌-୧୫୪, ଆଭେଶ୍‌ ଖାନ୍‌-୨/୫୧)।)


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri