Posted inଖେଳ

ଜୟସ୍ବାଲଙ୍କ ଆଉଟକୁ ତେଜିଲା ବିବାଦ

ମେଲବୋର୍ନ, ୩୧।୧୨: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ସୋମବାର ଯଶସ୍ବୀ ଜୟସ୍ବାଲଙ୍କ ଆଉଟକୁ ନେଇ ବିବାଦୀୟ ସ୍ଥିତି ଦେଖା ଦେଇଛି। ଏହା ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଜୟସ୍ବାଲ ୮୪ ରନ କରିଥିବାବେଳେ କଟ୍‌ ବିହାଇଣ୍ଡ ଆବେଦନ କରିଥିଲେ ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍‌ କୁମିନ୍ସ ଓ ଉଇକେଟ କିପର ଆଲେକ୍ସ କାରେ। ଫିଲ୍ଡ ଅମ୍ପାୟର ଜୋଏଲ ଓ୍ବିଲସନ ଆଉଟ ନ ଦେବାରୁ କୁମିନ୍ସ ଡିଆରଏସ ନେଇଥିଲେ। ତେବେ ବଲ୍‌ ବ୍ୟାଟ୍‌ରେ ବାଜି ନ ଥିବା ସ୍ନିକୋ ମିଟରରେ ସ୍ପଷ୍ଟ ହୋଇଥିଲେ ମଧ୍ୟ ତୃତୀୟ ଅମ୍ପାୟର ସୈକତ ଶର୍ଫୁଦୁଲା ଆଉଟ ଦେଇଥିଲେ।

ଜୟସ୍ବାଲ ଏଥିରେ ସନ୍ତୁଷ୍ଟ ନ ହୋଇ ଫିଲ୍ଡ ଅମ୍ପାୟରଙ୍କ ସହିତ ଆଲୋଚନା କରି ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ମାତ୍ର ଭିଜୁଆଲ ଭିତ୍ତିରେ ବଲ୍‌ ଜୟସ୍ବାଲ୍‌ଙ୍କ ଗ୍ଲୋଭ୍ସ/ବ୍ୟାଟ୍‌ରେ ବାଜିଥିବା ନେଇ ତୃତୀୟ ଅମ୍ପାୟର ପ୍ରକାଶ କରିଥିଲେ। ତେବେ ନିଷ୍ପତ୍ତି ନେବାବେଳେ ସେ ସ୍ନିକୋ ମିଟରକୁ ଅଣଦେଖା କରିଥିବାରୁ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଦର୍ଶକମାନେ ଚିଟର, ଚିଟର ଗୁଞ୍ଜରଣ ସୃଷ୍ଟି କରିଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କୁମିନ୍ସ କିନ୍ତୁ ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତି ଠିକ୍‌ ବୋଲି ପ୍ରକାଶ କରିଛନ୍ତି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମଧ୍ୟ ଜୟସ୍ବାଲ ହୁକ୍‌ କରୁଥିବାବେଳେ ବଲ୍‌କୁ ଟଚ୍‌ କରିଥିବାନେଇ ଅନୁଭବ କରୁଥିବା କହିଛନ୍ତି। ପୂର୍ବତନ ଆଇସିସି ଏଲିଟ ପ୍ୟାନେଲ ଅମ୍ପାୟର ସିମନ ଟଫେଲ ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତି ଠିକ୍‌ ବୋଲି ଚ୍ୟାନେଲ-୭କୁ ସାକ୍ଷାତ୍‌କାର ଦେଇ ପ୍ରକାଶ କରିଛନ୍ତି। ଟେକ୍ନୋଲୋଜିକୁ ଅଣଦେଖା କରିଥିବାରୁ ଟିଭି ଅମ୍ପାୟରଙ୍କୁ ସମାଲୋଚନା କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ଗୋଟିଏ ଦିନ ଭିଜୁଆଲ ଓ ଅନ୍ୟ ଦିନ ଟେକ୍ନୋଲୋଜିକୁ ପ୍ରମାଣ ଭାବେ ନିଆଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri