ଲକ୍ଷ୍ନୌକୁ ୧୭୯ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ଆଇପିଏଲ ୨୦୨୨ର ୬୩ତମ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଲାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ୍‌ ହରାଇ ୧୭୮ ରନ୍‌ ସଂଗ୍ରହ କରିଛି। ଫଳରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୭୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।
ରାଜସ୍ଥାନ ପକ୍ଷରୁ ଓପନର୍‌ ଜଶସ୍ବୀ ଜଶଓ୍ବାଲ୍‌ ସର୍ବଧିକ ୪୧ ରନ୍‌ କରିଥିବାବେଳେ ଦେବଦତ୍ତ ପଡ୍ଡିକଲ୍‌ ୩୯ ଏବଂ ଅଧିନାୟକ ସଞ୍ଜୁ ସାମସନ୍‌ ୩୨ ରନ୍‌ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ରବି ବିଶ୍ନୋଇ ୨ଟି ଉଇକେଟ ନେଇଥିଲେ।
ରାଜସ୍ଥାନ ରୟାଲ୍ସ ୧୨ଟି ମ୍ୟାଚରୁ ୭ଟି ବିଜୟ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ପ୍ଲେ ଅଫ ଯିବାକୁ ହେଲେ ରାଜସ୍ଥାନକୁ ଆଜିର ମ୍ୟାଚ୍‌ ଜିତିବାକୁ ପଡ଼ିବ। ସେହିପରି ଆଜିର ମ୍ୟାଚ ଜିତିବା ମାତ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ଲେ ଅଫ ପହଞ୍ଚିବାରେ ଦ୍ୱିତୀୟ ଦଳ ହେବ। ଲକ୍ଷ୍ନୌ ବର୍ତ୍ତମାନ ୧୨ଟି ମ୍ୟାଚରୁ ୧୬ ପଏଣ୍ଟ ପାଇଛି ଏବଂ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି।

Share