ଏଫ୍‌-୧୬ ଯୁଦ୍ଧ ବିମାନ ପ୍ୟାକେଜ ଉପରେ ପ୍ରଶ୍ନ ଉଠାଇଲେ ଜୟଶଙ୍କର

ନ୍ୟୁୟର୍କ,୨୭ା୯: ପାକିସ୍ତାନକୁ ଆମେରିକାର ଏଫ୍‌-୧୬ ଯୁଦ୍ଧ ବିମାନ ପ୍ୟାକେଜ ପ୍ରଦାନ ଉପରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପ୍ରଶ୍ନ ଉଠାଇଛନ୍ତି। ନ୍ୟୁୟର୍କରେ ଭାରତୀୟ-ଆମେରିକୀୟଙ୍କୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ଆମେରିକା ଓ ପାକିସ୍ତାନ ମଧ୍ୟରେ ଯେଉଁ ସମ୍ପର୍କ ଅଛି ସେଥିରେ ନା ଓ୍ବାଶିଂଟନ୍‌ର ଫାଇଦା ଅଛି ନା ଇସ୍‌ଲାମାବାଦର। ଆମେରିକା ଏହା ଚିନ୍ତା କରିବା ଦରକାର ଯେ ପାକିସ୍ତାନ ସହ ସମ୍ପର୍କ ରଖି ତାକୁ କ’ଣ ଲାଭ ମିଳିଛି। ଆଗାମୀ ଦିନରେ ଦୁଇ ଦେଶ ମଧ୍ୟ ସମ୍ପର୍କ କେତେ ମଜଭୁତ ଏବଂ ଲାଭଦାୟକ ହେବ ତାହା ଉପରେ ବିଚାର କରାଯିବା କଥା।

ସୂଚନା ଯୋଗ୍ୟ, ଜୋ ବାଇଡେନ୍‌ ସରକାର ଏଫ୍‌-୧୬ ଫାଇଟର ଜେଟ୍‌ ପାଇଁ ପାକିସ୍ତାନକୁ ୪୫୦ ନିୟୁତ ଡଲାର ସହୟତାକୁ ମଞ୍ଜୁରୀ ଦେଇଛି। ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉକ୍ତ ପ୍ୟାକେଜ୍‌କୁ ବାତିଲ କରିଦେଇଥିଲେ।

Share