ଏଲ୍‌ଏସିରେ ସାମ୍ପ୍ରତିକ ପରିସ୍ଥିତି ପାଇଁ ଚାଇନା ଦାୟୀ: ଏସ୍‌ ଜୟଶଙ୍କର

ମେଲବର୍ନ,୧୨।୨: ଏଲ୍‌ଏସିରେ ବର୍ତ୍ତମାନର ସାମ୍ପ୍ରତିକ ପରିସ୍ଥିତି ପାଇଁ ଭାରତ ଚାଇନାକୁ ଦାୟୀ କରିଛି। ସୀମାନ୍ତରେ ସାମୂହିକ ସୈନ୍ୟଙ୍କ ପାଇଁ ହୋଇଥିବା ଲିଖିତ ଚୁକ୍ତିନାମାକୁ ଚାଇନା ପକ୍ଷରୁ ପ୍ରଥମେ ଅବମାନନା କରାଯାଇଛି। ଯେଉଁଥିପାଇଁ ଏଲ୍‌ଏସିରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ବର୍ହିବ୍ୟାପାର ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ଅଷ୍ଟ୍ରେଲିଆର ମେଲବର୍ନରେ ଆୟୋଜିତ ହୋଇଥିବା କ୍ୱାଡ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଯୋଗଦେଇଥିଲେ। ଅଷ୍ଟ୍ରେଲିୟ ପ୍ରତିପକ୍ଷ ମାରିସ ପାୟନେଙ୍କ ସହ ଏକ ମିଳିତ ପ୍ରେସ୍‌ କନ୍‌ଫରେନ୍ସରେ ଭାରତ-ଚାଇନା ସୀମା ପ୍ରସଙ୍ଗରେ ଉତ୍ତର ଦେବାକୁ ଯାଇ ଶନିବାର ଜୟଶଙ୍କର ଚାଇନାକୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି, ଯେତେବେଳେ ଏକ ବଡ଼ ଦେଶ ଲିଖିତ ଚୁକ୍ତିନାମାକୁ ଅବମାନନା କରେ, ତେବେ ଏହା ସମଗ୍ର ଅନ୍ତର୍ଜାତୀୟ ସମୁଦାୟ ପାଇଁ ଏକ ଚିନ୍ତାର ବିଷୟ।

Share