ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ନିନ୍ଦା କଲେ ଜୟଶଙ୍କର…

ମେଲବୋର୍ନ,୧୧।୧୦ : ଭାରତ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅଷ୍ଟ୍ରେଲିଆ ଗସ୍ତ ସମୟରେ ୟୁକ୍ରେନ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ନିନ୍ଦା କରିଛନ୍ତି। ରୁଷିଆର ଏହି କାର୍ଯ୍ୟକଳାପକୁ ନେଇ ସେ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ୟୁକ୍ରେନ ବିବାଦ କାହାର ହିତ ପାଇଁ କାର୍ଯ୍ୟ କରୁ ନାହିଁ। ଭିତ୍ତିଭୂମି ଉପରେ ଆକ୍ରମଣ କରିବା ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟାଇବା ବିଶ୍ୱର କୌଣସି ଭାଗରେ ଗ୍ରହଣୀୟ ନୁହେଁ।

ସେ କହିଛନ୍ତି ଯେ ଭାରତ ଏପରି ଶତ୍ରୁତା ବିରୁଦ୍ଧରେ ଅଛି କାରଣ ଏହା ସମଗ୍ର ବିଶ୍ୱରେ ସମସ୍ତଙ୍କ ଉପରେ ଗଭୀର ପ୍ରଭାବ ପକାଇବାର ଆଶଙ୍କା ରହିଛି। ମସ୍କୋ ୟୁକ୍ରେନର ରାଜଧାନୀ କ୍ୱିଭ୍‌ ଏବଂ ଅନ୍ୟାନ୍ୟ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାର ଗୋଟିଏ ଦିନ ପରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀଙ୍କ ମନ୍ତବ୍ୟ ଆସିଛି।

ମଙ୍ଗଳବାର ଅଷ୍ଟ୍ରେଲିଆର ଲୋଓ୍ବି ଇନଷ୍ଟିଚ୍ୟୁଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ ଜୟଶଙ୍କର ଏହା କହିଛନ୍ତି। ରୁଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ କୂଟନୈତିକ ପଥକୁ ଫେରିବା ଆବଶ୍ୟକତାକୁ ସେ ଦୋହରାଇ କହିଛନ୍ତି ଯେ ଏହି ବିବାଦ କାହାର ଉପକାର କରୁନାହିଁ।

ସେ ତାଙ୍କ ଅଭିଭାଷଣରେ କରୋନା, ଜଳବାୟୁ ପରିବର୍ତ୍ତନ ଭଳି ପ୍ରମୁଖ ଆହ୍ବାନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଆମେ ବର୍ତ୍ତମାନ କୋଭିଡ, ବିବାଦ ଏବଂ ଜଳବାୟୁ ପରିବର୍ତ୍ତନର ଥ୍ରୀ-ସି ଆହ୍ବାନ ସହ ମୁକାବିଲା କରୁଛୁ। ବିବାଦର ସମାଧାନ ପାଇଁ କୂଟନୀତି ଏବଂ ଆଲୋଚନା ପଥକୁ ଫେରିବା ଆବଶ୍ୟକତା ଉପରେ ଭାରତ ବିଶ୍ୱାସ କରେ।

ଲୋଓ୍ବି ଇନଷ୍ଟିଚ୍ୟୁଟରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ଅଷ୍ଟ୍ରେଲିଆରେ ଲେବର ପାର୍ଟି ସରକାର କ୍ଷମତାକୁ ଆସିବା ପରେ ମୁଁ ଅଷ୍ଟ୍ରେଲିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଷଷ୍ଠ ମନ୍ତ୍ରୀ ଭାବେ ଏଠାକୁ ଆସିଛି। ଭାରତୀୟ ମନ୍ତ୍ରୀଙ୍କ ବାରମ୍ବାର ଅଷ୍ଟ୍ରେଲିଆ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କର ଦୃଢ଼ତା ବିଷୟରେ କହିଥାଏ।

ସେ କହିଛନ୍ତି ଯେ ସମାଜରେ ପରିବର୍ତ୍ତନ ଏବଂ ବ୍ୟାପକ ସ୍ବାର୍ଥ ଯୋଗୁ ପରସ୍ପରର ରଣନୀତି ଏବଂ ଆହ୍ବାନ ପାଇଁ ଆମର ଆଗ୍ରହ ଏବଂ ପ୍ରାସଙ୍ଗିକତାକୁ ଦୃଷ୍ଟିରେ ରଖି ମୁଁ ନିଶ୍ଚିତ ଯେ ଏହି ସମ୍ପର୍କ ଆହୁରି ଶକ୍ତିଶାଳୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri