Posted inଜାତୀୟ

ଦିଲ୍ଲୀରୁ ଜୈଶ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ, ୧୮।୫: ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌)ର ସଦସ୍ୟ ଜନ୍‌ ମହମ୍ମଦ ଦର୍‌ଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ। ସେ ଦଶନା ଦେବୀ ମନ୍ଦିର ପୂଜକ ସ୍ବାମୀ ଯତି ନରସିଂହାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିବା ଯୋଜନାରେ ଥିଲେ। ରବିବାର ପହରଗଞ୍ଜସ୍ଥିତ ଏକ ହୋଟେଲରୁ ଦର୍‌ଙ୍କୁ ଗିରଫ କରାଯାଇଛି। ତାଙ୍କ ପ୍ରକୋଷ୍ଠରୁ ଗୈରିକ ବସ୍ତ୍ର, ଧଳା ପାଇଜାମା, ହାତରେ ବନ୍ଧାଯାଉଥିବା ଫିତା, ମୋତି ହାର, ଚନ୍ଦନକାଠ ପେଷ୍ଟ, କଙ୍କୁମ ବାକ୍ସ ମିଳିଛି। ଏହା ବ୍ୟତୀତ ପଏଣ୍ଟ ଥ୍ରି ଜିରୋ ପିସ୍ତଲ, ଦୁଇଟି ମାଗାଜିନ ଓ ୧୫ ରାଉଣ୍ଡ ଗୁଳି ମିଳିଥିବାରୁ ସେ ନରସିଂହାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିବା ଯୋଜନାରେ ଥିଲେ ବୋଲି ପୋଲିସ ଜାଣିପାରିଛି। କାରଣ ନିକଟରେ ନରସିଂହାନନ୍ଦ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ମନ୍ଦିର ପୂଜକଙ୍କୁ ହତ୍ୟା କରିବା କାମ ଜେଇଏମ୍‌ ତାଙ୍କ ଉପରେ ନ୍ୟସ୍ତ କରିଥିବା ଜେରା ବେଳେ ଦର୍‌ ସ୍ବୀକାର କରିଛନ୍ତି। ଦର୍‌ ପେସାରେ ଜଣେ କାଠମିସ୍ତ୍ରି। ସେ ୨୦୨୦ ଡିସେମ୍ବରରେ ଜେଇଏମ୍‌ ଆତଙ୍କବାଦୀ ଆବିଦ୍‌ଙ୍କ ସଂସ୍ପର୍ଶରେ ଆସିବା ପରେ ଉକ୍ତ ସଂଗଠନ ପାଇଁ କାର୍ଯ୍ୟ କରିବାକୁ ନିୟୋଜିତ ହୋଇଥିଲେ। ଗତମାସ ୨ ତାରିଖରେ ଆବିଦ୍‌ ତାଙ୍କୁ ଅନନ୍ତନାଗରେ ଭେଟି ସ୍ବାମୀ ନରସିଂହାନନ୍ଦଙ୍କୁ ହତ୍ୟା କରିବା ଲାଗି ଦାୟିତ୍ୱ ଦେଇଥିଲେ। ଏଥିସହିତ ଆବିଦ୍‌ ଦର୍‌ଙ୍କୁ ପିସ୍ତଲ ଦେବା ସହ ଏହାକୁ କିପରି ବ୍ୟବହାର କରାଯିବ, ସେ ସମ୍ପର୍କରେ ତାଲିମ ଦେଇଥିଲେ। ତାଙ୍କୁ ଆବିଦ୍‌ ନଗଦ ୬,୫୦୦ ଟଙ୍କା ଦେବା ସହ ଦିଲ୍ଲୀ ଆସିବା ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟକୁ ୩୫,୦୦୦ ଟଙ୍କା ପଠାଇଥିଲେ। ପୂଜକଙ୍କୁ ହତ୍ୟା କରିବା ପରେ ବଡ଼ ଧରଣର ଅର୍ଥ ସହାୟତା ଦିଆଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri