Categories: ଜାତୀୟ

ଭାରତରେ ଦଙ୍ଗା କରାଇବା ଷଡ଼ଯନ୍ତ୍ର ରଚିଥିଲା ଜୈଶ୍‌ ଆତଙ୍କବାଦୀ ସଂଗଠନ…

ନୂଆଦିଲ୍ଲୀ,୧୭।୫: ଭାରତରେ ଦଙ୍ଗା କରାଇବା ଲାଗି ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଷଡ଼ଯନ୍ତ୍ର ରଚିଥିଲା। ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ପାକିସ୍ତାନରେ ଶିବିର ସ୍ଥାପନ କରିଥିବା ଜୈଶ୍‌ ସଂଗଠନ ସ୍ଥିତିକୁ ଅଧିକ ଜଟି, କରିବା ଲାଗି ଯୋଜନା କରାଯାଇଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ କ୍ଷରୁ ଏହାର ପର୍ଦ୍ଦାଫାଶ୍‌ କରାଯାଇଛି। ଡାସନାସ୍ଥିତ ମନ୍ଦିର ମହନ୍ତ ନରସିଂହାନନ୍ଦ ସରସ୍ବତୀଙ୍କ ହତ୍ୟା ସହିତ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ କଶ୍ମୀରରୁ ଗିରଫ କରାଯାଇଛି। ତାଙ୍କୁ ପଚରା ଉଚରା ସମୟରେ ଭାରତରେ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ନାମ ମହମ୍ମଦ ଡାର ଜାହାଙ୍ଗୀର ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ଜୈଶ୍‌ ସଂଗଠନ ପକ୍ଷରୁ କଣ୍ଟ୍ରାକ୍ଟ କିଲିଂ ପାଇଁ ଟଙ୍କା ଦିଆଯାଇଥିବା ସେ ପୋଲିସକୁ କହିଛନ୍ତି। ଉତ୍ତରପ୍ରଦେଶ ସମେତ ଅନ୍ୟ ଅଞ୍ଚଳରେ ଦଙ୍ଗା ସୃଷ୍ଟି କରାଇବା ଲାଗି ମଧ୍ୟ ତାଙ୍କୁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଡାର୍‌ଙ୍କ ପାଖରୁ ସାଧୁଙ୍କ ବେଶଭୂଷା, ପେଟ୍ରୋଲ ଏବଂ କେତେକ ମାଗାଜିନ୍‌ ଜବତ ହୋଇଛି।

Share