Posted inଜାତୀୟ

ୟୁପିରୁ ଜଣେ ଆତଙ୍କବାଦୀ ଗିରଫ: ନୂପୁରଙ୍କୁ ହତ୍ୟା କରିବାକୁ କରିଥିଲେ ଷଡ଼ଯନ୍ତ୍ର

ଲକ୍ଷ୍ନୌ,୧୨।୮: ଅଗଷ୍ଟ ୧୫ ପୂର୍ବରୁ ଉତ୍ତରପ୍ରଦେଶ ଏଟିଏସ୍‌ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛି। ସାହାରନପୁରରୁ ଜୈଶ-ଏ-ମହମ୍ମଦ ଏବଂ ପାକିସ୍ତାନର ସଂଗଠନ ତେହେରିକ-ଏ-ତାଲିବାନ ସହ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ୍‌ ଗିରଫ କରିଛି। ଶୁକ୍ରବାର ସାହାରନପୁରର ଗଙ୍ଗୋହ ନିବାସୀ ଆତଙ୍କବାଦୀ ମହମ୍ମଦ ନାଦିମଙ୍କୁ ଏଟିଏସ୍‌ ଗିରଫ କରିଛି। ମହମ୍ମଦ ନାଦିମଙ୍କଠାରୁ ବିଭିନ୍ନ ପ୍ରକାରର ଆଇଇଡି ଏବଂ ଫିଦାଇ ଫୋର୍ସର ବୋମା ତିଆରି ପାଇଁ ତାଲିମ ସାହିତ୍ୟ ଉଦ୍ଧାର କରିଛି। ସବୁଠାରୁ ବଡ଼ କଥା ହେଉଛି ନାଦିମଙ୍କୁ ପଚରାଉଚରା ବେଳେ ଜୈଶ ସଂଗଠନ ପକ୍ଷରୁ ତାଙ୍କୁ ନୂପୁର ଶର୍ମାଙ୍କୁ ହତ୍ୟା କରିବାର ଦାୟିତ୍ୱ ଦିଆଯାଇଥିଲା ବୋଲି ପୋଲିସ ଦାବି କରିଛି। ପୋଲିସ ଦାବି କରିଛି ଯେ, ନାଦିମ ଜୈଶ-ଏ-ମହମ୍ମଦ ଏବଂ ତେହେରିକ-ଏ-ତାଲିବାନ ପାକିସ୍ତାନର ଆତଙ୍କବାଦୀଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଥିଲେ। ଜୈଶ ଏବଂ ତେହେରିକ-ଏ-ତାଲିବାନର ଆଦର୍ଶ ଦ୍ୱାରା ପ୍ରଭାବିତ ହୋଇ ସେ ଏକ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ଫିଦାୟିନ୍‌ ବିସ୍ଫୋରଣ ସହ ଜଡିତ ଏକ ପିଡିଏଫ୍‌ ଫାଇଲ ମଧ୍ୟ ନାଦିମଙ୍କ ମୋବାଇଲରୁ ମିଳିଛି। ତାଙ୍କ ମୋବାଇଲରୁ ଜୈଶ-ଏ-ମହମ୍ମଦ ଏବଂ ଟିଟିପି ଆତଙ୍କବାଦୀଙ୍କ ସହ ଚାଟ୍‌ ଓ ଭଏସ୍‌ ମେସେଜ କରିଥିବା ଦେଖିବାକୁ ମିଳିଛି। ହ୍ବାଟସ ଆପ୍‌, ଟେଲିଗ୍ରାମ, ଆଇଏମ୍‌ଓ, ଫେସ୍‌ବୁକ ମେସେଞ୍ଜର, କ୍ଲବ ହାଉସ ଭଳି ସୋସିଆଲ ମିଡିଆ ଜରିଆରେ ୨୦୧୮ରୁ ନାଦିମ ଜୈଶ ଏବଂ ଟିଟିପି ଆତଙ୍କବାଦୀଙ୍କ ସହ ଜଡିତ ଥିବା ପୋଲିସ ଦାବି କରିଛି। ଭର୍ଚୁଆଲ ନମ୍ବର ପ୍ରସ୍ତୁତ କରିବାକୁ ସେ ଏହି ଆତଙ୍କବାଦୀଙ୍କଠାରୁ ତାଲିମ ନେଇଥିଲେ। ଆତଙ୍କବାଦୀ ସଂଗଠନ ତାଙ୍କୁ ୩୦ରୁ ଅଧିକ ଭର୍ଚୁଆଲ ନମ୍ବର ସୋସିଆଲ ମିଡିଆ ଆଇଡି ତିଆରି କରିଦେଇଥିଲେ। ଏଟିଏସ୍‌ ଅନୁଯାୟୀ, ଆଫଗାନିସ୍ତାନ ଏବଂ ପାକିସ୍ତାନରେ କାର୍ଯ୍ୟ କରୁଥିବା ଜୈଶ ଏବଂ ଟିଟିପି ଆତଙ୍କବାଦୀଙ୍କୁ ସ୍ବତନ୍ତ୍ର ତାଲିମ ଦେବା ପାଇଁ ଆତଙ୍କବାଦୀମାନେ ନାଦିମଙ୍କୁ ପାକିସ୍ତାନକୁ ଡାକିଥିଲେ। ସେ ଖୁବ ଶୀଘ୍ର ଭିସା ନେଇ ପାକିସ୍ତାନ ଯିବାକୁ ଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri