ଜୈର୍‌ ବୋଲସୋନାରୋଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର

ବ୍ରାସିଲିଆ,୧।୭: ରାଜନୈତିକ କ୍ଷମତାର ଅପବ୍ୟବହାର ଓ ଗଣମାଧ୍ୟମର ଦୁରୁପଯୋଗ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କୁ ମହଙ୍ଗା ପଡ଼ିଛି। ଗତ ଅକ୍ଟୋବରରେ ଅନୁଷ୍ଠିତ ନିର୍ବାଚନ ପ୍ରଚାରବେଳେ ଲିବରାଲ୍‌ ପାର୍ଟି ପ୍ରାର୍ଥୀର ୬୮ବର୍ଷୀୟ ଦକ୍ଷିଣପନ୍ଥୀ ନେତା ନିର୍ବାଚନର ବୈଧତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଦେଶର ମତଦାନ ବ୍ୟବସ୍ଥା ଏବଂ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରାଯାଇପାରିବ ବୋଲି ସେ କହିଥିଲେ। ଡେମୋକ୍ରାଟିକ୍‌ ଲିବରାଲ ପାର୍ଟି ନେତା ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭାଙ୍କ ବିଜୟକୁ ପରାଜିତ ବୋଲ୍‌ସୋନାରୋ ଗ୍ରହଣ କରିପାରି ନ ଥିଲେ। ଲୁଲା ଗତ ଜାନୁୟାରୀରେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ସରକାରୀ ଅଫିସ୍‌ଗୁଡ଼ିକୁ ପଶି ଭଙ୍ଗାରୁଜା ସହ ବିଦ୍ରୋହ ଉଦ୍ୟମ କରିଥିଲେ। ନିର୍ବାଚନ ଫଳାଫଳ ପଲଟାଇବା ପାଇଁ ବୋଲ୍‌ସୋନାରୋ ନିଜ ସମର୍ଥକମାନଙ୍କୁ ଉସୁକାଇଥିବା ଡେମୋକ୍ରାଟିକ୍‌ ଲିବରାଲ ପାର୍ଟି ପକ୍ଷରୁ ଦେଶର ସର୍ବୋଚ୍ଚ ନିର୍ବାଚନୀ ଅଦାଲତ ଟିଏସ୍‌ଇରେ ପିଟିଶନ ଦାଖଲ କରିଥିଲେ। ଶୁକ୍ରବାର ଟିଏସ୍‌ଇ ବୋଲ୍‌ସୋନାରୋଙ୍କୁ ଦୋଷୀ ସାବ୍ୟସ୍ତ କରି ନିର୍ବାଚନ ପ୍ରତିଦ୍ୱନ୍ଦୀତାରୁ ୮ ବର୍ଷ ବାସନ୍ଦ କରିଛନ୍ତି। ଅର୍ଥାତ୍‌ ବୋଲ୍‌ସୋନାରୋ ୭୬ ବର୍ଷରେ ଉପନିତ ହେବା ପରେ ନିର୍ବାଚନ ଲଢ଼ିପାରିବେ। ନିର୍ବାଚନୀ ଅଦାଲତଙ୍କ ରାୟ ଏହି ଦକ୍ଷିଣପନ୍ଥୀ ନେତାଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧକାର କରିଦେଇଛି। ୭ ଜଣ ବିଚାରପତିଙ୍କ ମଧ୍ୟରୁ ୫ ନିଲମ୍ବନ ସପକ୍ଷରେ ଭୋଟ ଦେଇଥିବାବେଳେ ୨ ଜଣ ବିଚାରପତି ବିରୋଧ କରିଥିଲେ। ନିଜ ଅନିଶ୍ଚିତ କ୍ୟାରିୟରକୁ ନେଇ ଚିନ୍ତିତ ବୋଲସୋନାରୋ କହିଛନ୍ତି, ଟିଏସ୍‌ଇ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri