Posted inଜାତୀୟ

ଗାୟତ୍ରୀ ମନ୍ତ୍ର ଜପ କରୁଥିଲେ ରୋଗୀ, ଡାକ୍ତର କରିଦେଲେ ବ୍ରେନ ଟ୍ୟୁମର ଅପରେଶନ

ଜୟପୁର,୧୧।୮: ରାଜସ୍ଥାନର ଜୟପୁରର ଏକ ଘରୋଇ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଏକ ନିଆରା ଅପରେଶନ କରିଛନ୍ତି ଡାକ୍ତର। ବିଶେଷ କଥା ହେଉଛି ରୋଗୀକୁ ଚେତାଶୂନ୍ୟ ନ କରି ତାଙ୍କର ବ୍ରେନ୍‌ ଟ୍ୟୁମରର ଅପରେଶନ କରାଯାଇଛି। ଅପରେଶନ ରୋଗୀ ଗାୟତ୍ରୀ ମନ୍ତ୍ର ଜପ କରିଥିଲେ ସେପଟେ ଡାକ୍ତରମାନେ ଅପରେଶନ ଜାରି ରଖିଥିଲେ। ଅସ୍ତ୍ରୋପଚାର ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିଲା। ଏଥିରେ ହାଇ ଆଣ୍ଡ ମାଇକ୍ରୋସ୍କୋପ ବ୍ୟବହୃତ ହୋଇଥିଲା। ଏହା ମସ୍ତିଷ୍କ ଭିତରକୁ ଅତି ନିକଟରୁ ଦେଖିବାରେ ସାହାଯ୍ୟ କରିଥିଲା। ଡାକ୍ତରଙ୍କ କହିବାନୁସାରେ, ସେନାରୁ ଅବସର ନେଇଥିବା ୫୭ ବର୍ଷୀୟ ହାବିଲଦାର ରିଡମଲ ରାମ ବାରମ୍ବାର ଏପିଲିପଟିକ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ, ତାଙ୍କ ସ୍ବର କିଛି ସମୟ ଚାଲିଯାଉଥିଲା। ପରେ ପରୀକ୍ଷାରୁ ଜଣାପଡିଥିଲା ଯେ ତାଙ୍କର ବ୍ରେନ୍‌ ଟ୍ୟୁମର ହୋଇଛି। ଏହି ଅସ୍ତ୍ରୋପଚାର ରୋଗୀର କଥା କହିବା କ୍ଷମତାକୁ ପ୍ରଭାବିତ କରିପାରେ ଏବଂ ପକ୍ଷାଘାତ ରୋଗ ହେବାର ଆଶଙ୍କା ମଧ୍ୟ ରହିଥିଲା। ଅସ୍ତ୍ରୋପଚାର ସମୟରେ ଏକ ଛୋଟ ଭୁଲ ମଧ୍ୟ ରୋଗୀ କଥା କହିବାର କ୍ଷମତା ହରାଇପାରେ। ସେଥିପାଇଁ ତାଙ୍କୁ ଚେତାଶୂନ୍ୟ ନ କରି ଅପରେଶନ କରାଯାଇଥିଲା। ଅସ୍ତ୍ରୋପଚାର ସମୟରେ ରୋଗୀଙ୍କୁ ବାରମ୍ବାର ଆଙ୍ଗୁଠି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ନ୍ୟୁରୋ ସର୍ଜନ ଡକ୍ଟର କେ.କେ ବଂଶଲ କହିଛନ୍ତି ଯେ, ସାଧାରଣ ଅସ୍ତ୍ରୋପଚାରରେ ରୋଗୀ ବସିଥାନ୍ତି। କିନ୍ତୁ ଏହି କ୍ଷେତ୍ରରେ, ଏକ ଛୋଟ ଭୁଲ ହେତୁ ରୋଗୀର ସ୍ବର ସବୁଦିନ ପାଇଁ ହରାଇବାର ବିପଦ ରହିଥିଲା। ତେଣୁ ଏଥିରେ ରୋଗୀଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ଏବଂ ଆଙ୍ଗୁଳି ଚଳାଇବାକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସି ପ୍ରାର୍ଥୀଙ୍କ ଉପରେ ନିର୍ଭରକଲେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା…

ଝିଅ ଡିଭର୍ସରେ ଖୁସିରେ ବିଭୋର ବାପା, ନାଚଗୀତରେ ଝୁମିଲେ ପୂରା ପରିବାର, ଭିଡିଓ ଦେଖିଲେ…

ମିରଟ,୬ା୪: ଜଣେ ଝିଅ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ବାପଘରକୁ ଫେରିଆସିଲେ ସାଧାରଣ ଭାବେ ଦୁଃଖଦ ପରିବେଶ ସୃଷ୍ଟି ହୋଇଥାଏ। ତେବେ ଉତ୍ତରପ୍ରଦେଶର ମିରଟରେ ଛାଡ଼ପତ୍ର ଦେଇ…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri