Categories: ଜାତୀୟ

ଖେଳ ପଡିଆରୁ କୌଣସି ଖେଳାଳି ଖାଲି ହାତରେ ଫେରନ୍ତି ନାହିଁ: ମୋଦି

ନୂଆଦିଲ୍ଲୀ,୫ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ଜୟପୁର ମହାଖେଳ’ର ପ୍ରତିଯୋଗୀଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି, ‘ଦେଶରେ ଆରମ୍ଭ ହୋଇଥିବା ଖେଳ ଆୟୋଜନ ଓ ଖେଳ ମହାକୁମ୍ଭର ଧାରା ଏକ ବଡ ପରିବର୍ତ୍ତନର ପରିଚାୟକ । ଖେଲ ପଡିଆରୁ କେହିବି ଖେଳାଳି ଖାଲି ହାତରେ ଫେରନ୍ତି ନାହିଁ ।’
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଏହି ସମାରୋହରେ ଏମିତି ଅନେକ ଚେହେରା ଉପସ୍ଥିତ ଅଛନ୍ତି ଯେଉଁମାନେ ଖେଳ ମାଧ୍ୟମରେ ଦେଶକୁ ଗୌରାବାନ୍ୱିତ କରିଛନ୍ତି । ଖେଳାଳିଙ୍କୁ ସମ୍ବୋଧିତ କରିବା ସମୟରେ ସେ କହିଛନ୍ତି, ରାଜସ୍ଥାନର ମାଟି ତା’ର ଯୁବକଙ୍କୁ ଉତ୍ସାହ ଓ ସାମର୍ଥ ଦେବାରେ ବେଶ ପରିଚିତ । ଇତିହାସ ସାକ୍ଷୀ, ଏହି ବୀର ମାଟିର ସନ୍ତାନ ଯୁଦ୍ଧ ଭୂମିକୁ ବି ନିଜର ସୌର୍ଯ୍ୟ ବଳରେ ଖେଲ ପଡ଼ିଆ କରି ଦିଅନ୍ତି । ସେଥିପାଇଁ ଅତିତରୁ ଆଜି ପର୍ଯ୍ୟନ୍ତ ଯେତେବେଳେ ବି ଦେଶର ରକ୍ଷା କଥା ଉଠେ ସେତେବେଳେ ରାଜସ୍ଥାନର ଯୁବା ଆଗରେ ଠିଆ ହୋଇଥାଆନ୍ତି ।

Share