Categories: ଜାତୀୟ

ଜୟପୁର ବୋମା ବିସ୍ଫୋରଣ ମାମଲା: ୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଜୟପୁର,୨୯।୩: ଜୟପୁର ବୋମା ବିସ୍ଫୋରଣ ମାମଲାରେ ସମସ୍ତ ଚାରି ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହି ଚାରିଜଣଙ୍କ ମୃତ୍ୟୁଦଣ୍ଡକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପୂର୍ବରୁ ଚାରି ଅଭିଯୁକ୍ତଙ୍କୁ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ମୃତ୍ୟୁ ଦଣ୍ଡାଦେଶ ଶୁଣାଣିରେ ହାଇକୋର୍ଟ ନିଷ୍ପତ୍ତି ବଦଳାଇ ଦେଇଛନ୍ତି।
ମେ ୧୩, ୨୦୦୮ରେ ରାଜସ୍ଥାନ ରାଜଧାନୀ ଜୟପୁରରେ ସିରିଏଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ବୋମା ବିସ୍ଫୋରଣରେ ୭୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮୫ ଜଣ ଆହତ ହୋଇଥିଲେ।
ଏହି ମାମଲାରେ ଚାରିଜଣ ଦୋଷୀଙ୍କୁ ଜୟପୁରର ଏକ ଟ୍ରାଏଲ କୋର୍ଟ ମୃତୁ ଦଣ୍ଡାଦେଶ ଦେଇଥିଲେ। ଏହି ନିଷ୍ପତ୍ତି ରାଜସ୍ଥାନ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ବୁଧବାର ଜଷ୍ଟିସ ପଙ୍କଜ ଭଣ୍ଡାରୀ ଏବଂ ସମୀର ଜୈନଙ୍କ ଏକ ଡିଭିଜନ ବେଞ୍ଚ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଏହାର ରାୟ ଦେଇଛନ୍ତି। ହାଇକୋର୍ଟ ଦୋଷୀମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Share