ଡାକ୍ତରଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳର ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)୩ ରାଜ କୁମାର ଦାଶ ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷୀକେଶ ତ୍ରିପାଠୀ, ସହଯୋଗୀ ବିଧାନ ସେଠୀ ଓ ଗଙ୍ଗା ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡାକ୍ତର ହୃଷୀକେଶଙ୍କୁ ଏଡିଜେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ୨ ଦୋଷୀ ବିଧାନ ଓ ଗଙ୍ଗାଙ୍କୁ ୨ ବର୍ଷ ଜେଲଦଣ୍ଡ ଓ ଉଭୟ ୫ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ମୃତକଙ୍କ ସ୍ତ୍ରୀଙ୍କୁ ନିୟମ ଅନୁସାରେ ସମସ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୮ ଅଗଷ୍ଟ ୧୯ ତାରିଖରେ ଖଲ୍ଲିକୋଟ ଅଞ୍ଚଳର ବିଷ୍ଣୁ ନିଖୋଜ ହୋଇଥିବା ନେଇ ତାଙ୍କ ସ୍ତ୍ରୀ ନର୍ମଦା ଗୌଡ଼ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଡାକ୍ତର ହୃଷୀକେଶଙ୍କ କ୍ଲିନିକକୁ ଯାଇ ବିଷ୍ଣୁ ଆଉ ଫେରି ନ ଥିବା ପରିବାର ଲୋକେ ପୋଲିସ ନିକଟରେ କହିଥିଲେ। ପୋଲିସ ଉକ୍ତ ଘଟଣାକୁ ପ୍ରଥମେ ହାଲକା ଭାବେ ନେଇଥିବାରୁ ତଦନ୍ତରେ ବିଳମ୍ବ ହୋଇଥିଲା। ଘଟଣାର ୨୦ଦିନ ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ବୈଦ୍ୟନାଥପୁର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିବାରେ ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଥିଲା। ବିଷ୍ଣୁଙ୍କୁ ଡାକ୍ତର ହୃଷୀକେଶ ନିଜ କ୍ଲିନିକ୍‌କୁ ଡାକି ସେଠାରେ ନିଶା ଦେଇ ହତ୍ୟା କରିବା ପରେ ମରଶରୀରକୁ କ୍ଲିନିକାଲ ବ୍ଲେଡ଼ରେ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ । ଘରକୁ କାମ କରିବାକୁ ଆସୁଥିବା ଗଙ୍ଗା ଓ ବିଧାନଙ୍କ ସହାୟତାରେ ସେସବୁକୁ ଏକ ବସ୍ତାରେ ପୂରାଇ ସହର ଉପକଣ୍ଠ ପଲିଗୁମୁଳାରେ ଥିବା କ୍ଲିନିକର ଆବର୍ଜନା ପକାଉଥିବା ସ୍ଥାନକୁ ନେଇଥିଲେ। ସେଠାରେ ବସ୍ତା ଖୋଲି ବିଷ୍ଣୁଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ଏକ ଗାତ ଭିତରେ ପକାଇ ପୋତି ଦେଇଥିଲେ । ପୋଲିସ ସେଠାରୁ ମୃତଦେହ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷୀକେଶ ଓ ୨ ସହଯୋଗୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ସହଯୋଗୀଦ୍ୱୟ ଜାମିନରେ ମୁକୁଳିଥିବା ବେଳେ ଗିରଫ ପରଠୁ ହୃଷୀକେଶ ଜେଲରେ ଅଛନ୍ତି। ମାମଲାର ବିଚାର ବେଳେ ୨୩ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଉପଯୁକ୍ତ ପ୍ରମାଣ ମିଳି ଥିବାରୁ ବିଚାରପତି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ବିକ୍ରମ କୁଣ୍ଡୁ ମାମଲା ପରିଚାଳନା କରିଥିଲେ। ରାୟ ପ୍ରକାଶ ପରେ ବିଷ୍ଣୁଙ୍କ ସ୍ତ୍ରୀ କହିଛନ୍ତି, ଡାକ୍ତର ମୋ ସ୍ବାମୀଙ୍କୁ ଯେମିତି ଛଟପଟ କରି ମାରିଛନ୍ତି ତାଙ୍କୁ ଫାଶୀ ଦେବା ଦରକାର। ନ ହେଲେ ମୋତେ ଶାନ୍ତି ମିଳିବନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri