ଧର୍ମଘଟ କଲେ ଜେଲ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ସରକାରୀ କର୍ମଚାରୀ ମନଇଚ୍ଛା ଧର୍ମଘଟ କରିପାରିବେ ନାହିଁ କିମ୍ବା ଏଥିପାଇଁ ପ୍ରୋତ୍ସାହିତ କରିପାରିବେ ନାହିଁ। ବେଆଇନ ଧର୍ମଘଟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ୧ ବର୍ଷ ଜେଲ ସହିତ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏପରିକି ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର ମଧ୍ୟ କରାଯିବ।
କୌଣସି ଧର୍ମଘଟ ପାଇଁ ଯଦି ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହୁଏ ତାହେଲେ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା ହେବ। ଏପରିକି ଜନସାଧାରଣଙ୍କ ନିକଟରେ ଅତ୍ୟାବଶ୍ୟକ ସେବା ପହଞ୍ଚତ୍ବାରେ ବାଧା ଉପୁଜାଉଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଯଦି ବେଆଇନ ଧର୍ମଘଟକୁ କେହି ପ୍ରୋତ୍ସାହିତ କରେ କିମ୍ବା ଆର୍ଥିକ ସହଯୋଗ ମାଧ୍ୟମରେ ସମର୍ଥନ ଯୋଗାଇଦିଏ, ତେବେ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଦଣ୍ଡିତ କରାଯିବ। ସ୍ଥଳବିଶେଷରେ ଉଭୟ ଆର୍ଥିକ ଓ ଜେଲଦଣ୍ଡରେ ମଧ୍ୟ ଦଣ୍ଡିତ କରାଯିବ। ସୋମବାର ସରକାରଙ୍କ ଦ୍ୱାରା ଆଗତ ଓଡ଼ିଶା ଅତ୍ୟାବଶ୍ୟକ ସେବା(ରକ୍ଷଣାବେକ୍ଷଣ) ସଂଶୋଧନ ବିଲ୍‌ ୨୦୨୦କୁ ବିଧାନସଭାରେ ଅନୁମୋଦନ ମିଳିଛି।
ଏହି ସଂଶୋଧିତ ବିଲ୍‌ରେ ଅତ୍ୟାବଶ୍ୟକ ସେବା ପ୍ରଭାବିତ ହେଉଥିବା କୌଣସି ଧର୍ମଘଟରେ ସରକାରୀ କର୍ମଚାରୀ ଅଂଶଗ୍ରହଣ କରିବା ବେଆଇନ ବୋଲି କୁହାଯାଇଛି। ଯଦି କୌଣସି ସରକାରୀ କର୍ମଚାରୀ ବେଆଇନ ଧର୍ମଘଟରେ ଅଂଶଗ୍ରହଣ କରନ୍ତି କିମ୍ବା ଅନ୍ୟକୁ ଧର୍ମଘଟରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରନ୍ତି, ତାଙ୍କର ଏଭଳି କାର୍ଯ୍ୟକୁ ‘ଅସଦାଚରଣ’ଭାବେ ବିବେଚନା କରାଯିବ। ଏଥିଲାଗି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଗ୍ନି ନିରାପତ୍ତା,

ସାଧାରଣ ଶୃଙ୍ଖଳା ତଥା ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ସହ ଜଡ଼ିତ ଯେ କୌଣସି ସେବାକୁ ଅତ୍ୟାବଶ୍ୟକ ସେବା ଭାବେ ବିବେଚନା କରାଯିବ। ଏହି ସଂଶୋଧିତ ବିଲ୍‌ରେ ଅବକାରୀ, ଜଙ୍ଗଲ, କାରାଗାର ଓ ସଂସ୍କାର ସେବାକୁ ସାମିଲ କରାଯାଇଛି। ନୂଆକରି ସାମିଲ ହୋଇଥିବା ବିଭାଗର କୌଣସି କର୍ମଚାରୀ ଧର୍ଘଘଟରେ ସାମିଲ ହେଲେ ଦଣ୍ଡିତ ହେବେ। ଖାଦ୍ୟଶସ୍ୟ କ୍ରୟ, ସଂଗ୍ରହ, ସଂରକ୍ଷଣ, ଯୋଗାଣ ଓ ବଣ୍ଟନ କାର୍ଯ୍ୟରେ ସମ୍ପୃକ୍ତ ଥିବା ରାଜ୍ୟ ସରକାରଙ୍କ ମାଲିକାନାଭୁକ୍ତ ଓ ନିୟନ୍ତ୍ରଣାଧୀନ ଯେ କୌଣସି ସଂସ୍ଥା, ଉଦ୍ୟୋଗ ତଥା ଏଜେନ୍ସି ଦ୍ୱାରା ସମ୍ପାଦିତ ସେବାକୁ ମଧ୍ୟ ଅତ୍ୟାବଶ୍ୟକ ସେବା ଭାବେ ବିବେଚନା କରାଯିବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ଯୋଗାଯୋଗ ସହ ଜଡ଼ିତ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ସଂସ୍ଥା ଯୋଗାଇ ଦେଉଥିବା ସେବାରେ ବ୍ୟାଘାତ ସୃଷ୍ଟିହୋଇ ସାଧାରଣ ପ୍ରଶାସନ ବ୍ୟବସ୍ଥା ବିପନ୍ନ ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାବାଦ୍‌ ସରକାରଙ୍କ ବିଚାରରେ ଅନ୍ୟ କୌଣସି ସେବା କିମ୍ବା ପ୍ରସଙ୍ଗରେ ଧର୍ମଘଟ କାରଣରୁ ସେବା କିମ୍ବା ସାଧାରଣ ସୁରକ୍ଷା ବିପନ୍ନ ହେଲେ ସେହି ସେବାଗୁଡ଼ିକ ସରକାରୀ ଗେଜେଟ ମାଧ୍ୟମରେ ଅତ୍ୟାବଶ୍ୟକ ସେବାଭାବେ ଗ୍ରହଣ କରାଯିବ। ଓଡ଼ିଶା ଅତ୍ୟାବଶ୍ୟକ ସେବା(ରକ୍ଷଣାବେକ୍ଷଣ) ଅଧିନିୟମ ୧୯୮୮ରେ ବେଆଇନ ଧର୍ମଘଟ କରୁଥିବା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ନ ଥିବାରୁ ଏହାର ସଂଶୋଧନ କରାଯାଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।
ଏହି ବିଲ୍‌କୁ ବିରୋଧୀ କଂଗ୍ରେସ ଓ ଭାଜପାର ସଦସ୍ୟମାନେ କଡ଼ା ବିରୋଧ କରିଛନ୍ତି। ଏହା ମୌଳିକ ଅଧିକାର ବିରୋଧୀ ବୋଲି କହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଲ୍‌କୁ ବିରୋଧ କରିବା ସହ ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ। ଏହା କର୍ମଚାରୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି। ଧର୍ମଘଟକୁ ବନ୍ଦ କରି ସରକାର ନିଜ କ୍ଷମତାର ଅପବ୍ୟବହାର କରିବାର ଉଦ୍ୟମ କରୁଛନ୍ତି। କର୍ମଚାରୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଆଇନ ଅନୁଯାୟୀ ଦଣ୍ଡିତ କରିବାର ବ୍ୟବସ୍ଥା ଏହି ବିଲ୍‌ରେ କରିବାକୁ ସେ ଦାବି କରିଥିଲେ। ଏହି ବିଲ୍‌ ଅତ୍ୟାବଶ୍ୟକ ସେବା ଯୋଗାଇ ଦେଉଥିବା କର୍ମଚାରୀ ବିରୋଧୀ। ସେବା ଯୋଗାଇଦେବା ନାଁରେ ସରକାର ଶୋଷଣ କରିବାକୁ ଚାହୁଁଛନ୍ତି। ସମ୍ମାନର ସହ ବଞ୍ଚତ୍ବା ସମସ୍ତଙ୍କର ଅଧିକାର ଏବଂ ଯଦି ସମ୍ମାନ ପାଇଁ କିଏ ଧର୍ମଘଟ କରୁଛି ତା’ହେଲେ ତାହା ବେଆଇନ କିଭଳି ହେବ ବୋଲି ସେ ପ୍ରଶ୍ନ କରିଥିଲେ। ଏହି ବିଲ୍‌କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଲ୍‌ର ଅନୁଚ୍ଛେଦ-୭(ଖ) ଉଠାଇବାକୁ ଦାବି କରିଥିଲେ। କର୍ମଚାରୀମାନେ ଧର୍ମଘଟରେ ସାମିଲ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦୁର୍ଭାଗ୍ୟଜନକ। ନ୍ୟାଯ୍ୟ ସ୍ବାର୍ଥ ସାଧନ ନ ହେଲେ ଲୋକେ ଧର୍ମଘଟ କରିବେ, ଯାହାକି ବେଆଇନ ନୁହେଁ ବୋଲି ସେ କହିଥିଲେ। ସରକାର କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିବା ବେଳେ ଭାଜପା ବିଧାୟକ ମୁକେଶ ମହାଲିଙ୍ଗ ଧାରା ୭(ଖ)କୁ ଉଚ୍ଛେଦ କରିବାକୁ ଦାବି କରିଥିଲେ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଲ୍‌ ସପକ୍ଷରେ ମତରଖି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଏହା ଶୃଙ୍ଖଳିତ ଏବଂ ସରକାରୀ ସମ୍ପତ୍ତିର ସୁରକ୍ଷା କରିବ ବୋଲି କହିଥିଲେ। ଶାସକ ଦଳ ସଦସ୍ୟ ଅମର ଶତପଥୀ କହିଥିଲେ, ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇବା ଏକ ଦାୟିତ୍ୱସମ୍ପନ୍ନ ସରକାରର କାମ। ଏହି ବିଲ୍‌ ନୂଆ ନୁହେଁ, ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଆନ୍ଦୋଳନ କଲେ ଅସୁବିଧା ହେବ। ଯେଉଁଠି ସେବା ବାଧାପ୍ରାପ୍ତ ହେଉଛି, ତା’ର ପ୍ରତିବନ୍ଧକକୁ ଦୂର କରିବା ସରକାରଙ୍କ କାମ। ସାଧାରଣ ଲୋକେ ଯେପରି କ୍ଷତିଗ୍ରସ୍ତ ହେବେନି, ସେହି ଉଦ୍ଦେଶ୍ୟରେ ଏହି ବିଲ୍‌ ଆସିଥିବା ଶତପଥୀ କହିଥିଲେ। ବିଜେଡିର ଅଶ୍ୱିନୀ ପାତ୍ର ବିଲ୍‌କୁ ସମର୍ଥନ କରି ନିଜର ମତ ରଖିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ବିଲ୍‌ ଉପସ୍ଥାପନ କରି କହିଥିଲେ, ସାଧାରଣ ଜୀବନକୁ ସୁଗମ କରିବା ପାଇଁ କେତେକ ଅତ୍ୟାବଶ୍ୟକ ସେବାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଅତ୍ୟାବଶ୍ୟକ ସେବା(ରକ୍ଷଣାବେକ୍ଷଣ) ଅଧିନିୟମ, ୧୯୮୮ ପ୍ରଣୟନ କରାଯାଇଥିଲା। କିନ୍ତୁ ଏହି ଅଧିନିୟମର କାର୍ଯ୍ୟ ପରିସର ଖୁବ୍‌ ସୀମିତ ଥିଲା। ଏହି ଅଧିନିୟମ ଅନ୍ତର୍ଗତ ସେବାଗୁଡ଼ିକର କାର୍ଯ୍ୟ ପରିସର ବିସ୍ତୃତ କରିବା ଲକ୍ଷ୍ୟରେ ଯେଉଁ ସେବା ବ୍ୟାହତ ହେଲେ ସାଧାରଣ ଜନଜୀବନ ପ୍ରଭାବିତ ହେବାର ସମ୍ଭାବନା ରହିଛି, ଏହି ଅଧିନିୟମର ସଂଶୋଧନ କ୍ରମେ ସେହି ସେବାଗୁଡ଼ିକୁ ଏହାର ପରିସରଭୁକ୍ତ କରାଯାଇଛି ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri