ପଳାଅ ନ ହେଲେ ଜେଲ

ଓ୍ବାଶିଂଟନ୍‌,୧୪ା୪: ଆମେରିକାରେ ବିନା ପଞ୍ଜୀକରଣରେ ୩୦ ଦିନରୁ ଅଧିକ ସମୟ ଧରି ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ଟ୍ରମ୍ପ୍‌ ପ୍ରଶାସନର ନୂଆ ଛାଟ। ଏଣିକି ଏଭଳି ବିଦେଶୀମାନେ ଆମେରିକା ଛାଡ଼ି ପଳାଇବେ ନଚେତ୍‌ ସେମାନଙ୍କୁ ଜେଲ ଯିବାକୁ ପଡ଼ିବ ବୋଲି ଦେଶର ଗୃହ ସୁରକ୍ଷା ବିଭାଗ (ଡିଏଚ୍‌ଏସ୍‌) ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାନୁଆରୀ ୨୦ରେ ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ରେସିପ୍ରୋକାଲ ଟାରିଫ୍‌ ଲାଗୁ କରିବା ସହ ଆପ୍ରବାସନ ନୀତିକୁ କଠୋର କରିଛନ୍ତି। ଏହା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ଡିଏଚ୍‌ଏସ୍‌ ପକ୍ଷରୁ ଶନିବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ପୋଷ୍ଟ କରାଯାଇଥିବା ଏକ ନିର୍ଦ୍ଦେଶନାମା ବେଆଇନ ଆପ୍ରବାସୀଙ୍କ ମଧ୍ୟରେ ହଡ଼କମ୍ପ ସୃଷ୍ଟି କରିଛି। ଡିଏଚ୍‌ଏସ୍‌ ଅନୁଯାୟୀ, ଆମେରିକାରେ ବିନା ପଞ୍ଜୀକରଣରେ ୩୦ ଦିନରୁ ଅଧିକ ସମୟ ରହିବା ଏକ ଅପରାଧ। ଯଦି କୌଣସି ବିଦେଶୀ ନାଗରିକ ବିନା ପଞ୍ଜୀକରଣରେ ରହୁଥିବେ ତାଙ୍କୁ ତୁରନ୍ତ ଦେଶ ଛାଡ଼ି ଚାଲିଯିବାକୁ କୁହାଯାଇଛି। ବେଆଇନ ଏଲିୟନ୍‌ମାନେ ଆମେରିକାରୁ ନ ପଳାଇଲେ ଉଭୟ ଜେଲଦଣ୍ଡ ଭୋଗିବେ ଓ ଜରିମାନା ମଧ୍ୟ ଦେବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଅଫିସ୍‌ ଏବଂ ଡିଏଚ୍‌ଏସ୍‌ ସେକ୍ରେଟାରି କ୍ରିଶି ନୋଏମ୍‌ଙ୍କୁ ଉକ୍ତ ପୋଷ୍ଟରେ ଟ୍ୟାଗ୍‌ କରାଯାଇଛି। ଏହି ପୋଷ୍ଟ ସମସ୍ତ ବିଦେଶୀ ଏଲିୟନ୍‌ଙ୍କ ପାଇଁ ସ୍ପଷ୍ଟ ସନ୍ଦେଶ ବୋଲି ସେଥିରେ ଉଲ୍ଲେଖ କରାଯାଇଛି। ଏହି ପଦକ୍ଷେପ ଯୋଗୁ ଏଚ୍‌-ଆଇବି କିମ୍ବା ଷ୍ଟୁଡେଣ୍ଟ ଭିଜା ଭଳି ଆଇନଗତ ଭିଜା ଧାରକଙ୍କ ପରମିଟ୍‌ ଉପରେ ତତ୍କାଳ କୌଣସି ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଏହାଦ୍ୱାରା ଆପ୍ରବାସନ ପ୍ରବର୍ତ୍ତନ ନୀତି ଆହୁରି କଠୋର ହୋଇଛି। ତେବେ ଯେଉଁ ଏଚ୍‌-୧ବି ଭିଜା ଧାରକ ଚାକିରି ହରାଇ ଗ୍ରେସ୍‌ ଅବଧି ପରେ ମଧ୍ୟ ଆମେରିକାରେ ରହୁଛନ୍ତି, ସେମାନେ ପ୍ରଭାବିତ ହେବେ। ଯେଉଁମାନେ ଦେଶ ଛାଡ଼ି ନ ଯିବେ, ସେମାନଙ୍କୁ ଦିନକୁ ୯୯୮ ଡଲାର ଜରିମାନା ଦେବାକୁ ପଡ଼ିବ। ଏପରି କି ଭବିଷ୍ୟତରେ ଆମେରିକାକୁ ପ୍ରବେଶ ପାଇଁ ଅନୁମତି ମଧ୍ୟ ମିଳିବ ନାହିଁ। ସେମାନଙ୍କ ପ୍ରବାସନ ଉପରେ ଆଜୀବନ ରୋକ ଲଗାଯିବ। ଆମତ୍ପ୍ରତ୍ୟର୍ପଣ ସୁରକ୍ଷିତ। ଏହାଦ୍ୱାରା ବିଦେଶୀ ଲାଭାନ୍ବିତ ହେବେ ବୋଲି ଡିଏଚ୍‌ଏସ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri