Categories: ଫୁରସତ

ଜୟ ଯବାନ, ଜୟ କିଷାନ

ଦେଶରେ ପ୍ରଥମେ ଜୟ ଯବାନ, ଜୟ କିଷାନ ସ୍ଲୋଗାନ୍‌ ଆରମ୍ଭ କରିଥିବା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଗୁଜୁରାଟ ଆନନ୍ଦର ଅମୁଲ ଦୁଗ୍ଧ ସମବାୟ ସମିତିକୁ ସମର୍ଥନ କରି ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ କରି ଦୁଗ୍ଧର ଉତ୍ପାଦନ ତଥା ଯୋଗାଣ ବୃଦ୍ଧି ପାଇଁ ଏକ ଜାତୀୟ ଅଭିଯାନ ଆରମ୍ଭ କରିଥିଲେ। ଏହା ସହିତ ସେ ଭାରତର ଖାଦ୍ୟ ଉତ୍ପାଦନକୁ ବୃଦ୍ଧି କରିବାର ଆବଶ୍ୟକତାକୁ ଦର୍ଶାଇ ଶାସ୍ତ୍ରୀ ୧୯୬୫ରେ ଭାରତରେ ସବୁଜ ବିପ୍ଳବକୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ। ବିଶେଷ କରି ତାଙ୍କ ସମୟରେ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ବୃଦ୍ଧି ଘଟିଥିଲା।
ସେ ଭଲ ଭାବେ ହୃଦୟଙ୍ଗମ କରିଥିଲେ ଯେ, ଦେଶର ସୁରକ୍ଷା ଏବଂ ଖାଦ୍ୟ ନିରାପତ୍ତା ଉଭୟ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ।
୧୯୦୪ ଅକ୍ଟୋବର ୨ରେ ମୁଗଲସରାଇଠାରେ ଲାଲ୍‌ ବାହାଦୂର ଜନ୍ମଗ୍ରହଣ କରିଥିଲେ। ଶାରଦା ପ୍ରସାଦ ଶ୍ରୀବାସ୍ତବ ଏବଂ ମାତା ରାମଦୁଲାରୀ ଦେବୀଙ୍କୁ ଅତି ସ୍ନେହ କରୁଥିଲେ।
ମହାପ୍ରୟାଣ
୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଦେଶବାସୀଙ୍କ ମନୋବଳ ବଢ଼ାଇବା ପାଇଁ “ଜୟ ଯବାନ, ଜୟ କିଷାନ” ସ୍ଲୋଗାନ୍‌ ଦେଇଥିଲେ।
୧୦ ଜାନୁଆରୀ ୧୯୬୬ରେ ତାସକେଣ୍ଟ ଚୁକ୍ତିନାମା ସହିତ ଯୁଦ୍ଧ ଶେଷ ହୋଇଥିଲା। ଜାନୁୟାରୀ ୧୧ରେ ତାଙ୍କର ହୃଦ୍‌ଘାତରେ ପରଲୋକ ଘଟିଥିଲା।

Share