Categories: ଫୁରସତ

ଏହି ବଳଦର ପ୍ରଶଂସାରେ ଶତମୁଖ ହେଲେ ଆନନ୍ଦ ମହିନ୍ଦ୍ରା, କାରଣ ଜାଣିଲେ ଆପଣ ବି ଚକିତ ହେବେ…

ବୁଦ୍ଧିମାନ କେବଳ ମନୁଷ୍ୟ ନୁହନ୍ତି, କିଛି ଜୀବ ମଧ୍ୟ ନିଜର ବୁଦ୍ଧିମତାର ପ୍ରମାଣ ଦେଇଥାନ୍ତି। କୁହାଯାଏ ଯେ ଗୋରିଲା ଅନ୍ୟ ଜୀବଙ୍କ ତୁଳନାରେ ହୁସିଆର ହୋଇଥାନ୍ତି। ତାଙ୍କର ବୁଝିବା ଶକ୍ତି ଦେଖି ମନୁଷ୍ୟ ବି ଚକିତ ହୁଏ। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବଳଦର ଭିଡିଓ ଭାଇରାଲ ହେଉଛି, ଯାହାର ବୁଦ୍ଧି ଦେଖି କେବଳ ଯେ ସାଧାରଣ ଲୋକେ ତାହା ନୁହେଁ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରଶଂସକ ପାଲଟିଛନ୍ତି। ବଳଦଟିର ନାମ ରାମୁ। ସେ ପଞ୍ଜାବରେ ରହୁଛି।

ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଆନନ୍ଦ ମହିନ୍ଦ୍ରା ବଳଦର ଭିଡିଓ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ଯଦି ରାମୁ କଥା ହୋଇପାରୁଥାନ୍ତା, ତେବେ ସେ ଦୁନିଆର ଯେକୌଣସି ମୋଟିଭେସନାଲ ସ୍ପିକର୍‌ ତୁଳନାରେ ସକରାତ୍ମକ ଜୀବନ ବିଷୟରେ ଉଚିତ ପରାମର୍ଶ ଦେଇପାରୁଥାନ୍ତା ବୋଲି ବିଶ୍ୱାସ।

ସାଧାରଣତଃ ବଳଦଦ୍ୱାରା କାମ କରାଇବାକୁ ମାଲିକକୁ ସାଙ୍ଗରେ ରହିବାକୁ ପଡ଼ିଥାଏ। ହେଲେ ଏହି ବଳଦଟି ଗୋଶାଳାରେ ସମସ୍ତ କାମ ନିଜେ କରିଥାଏ। କାହାରି ସହାୟତା ନ ନେଇ ସେ ଶଗଡ଼ ଗାଡ଼ିକୁ ଟାଣୁଛି। ଜିନିଷପତ୍ର ନେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛି। ସେ ସବୁ ରାସ୍ତା ବିଷୟରେ ଜାଣିଛି। ସକାଳୁ ଉଠି ସେ ପ୍ରତ୍ୟେହ ଏହି କାମ କରୁଛି, ଥକୁ ନାହିଁ। କହିବାକୁ ଗଲେ ଭିଡିଓରେ ତାର ଦିନଚର୍ଯା ଦେଖିବାକୁ ମିଳିଛି।

ପ୍ରାୟ ୪ ମିନିଟର ଏହି ଭିଡିଓକୁ ହଜାର ହଜାର ସଂଖ୍ୟାରେ ଲୋକ ଦେଖିସାରିଲେଣି। କେହି କେହି ‘ରାମୁ ଆଜିକାଲି ସମୟର ଏଆଇଠାରୁ ଲକ୍ଷେଗୁଣା ଭଲ’ ବୋଲି କହୁଛନ୍ତି।

Share