ବାପାଙ୍କ ଉପରେ ରାଗିଗଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ବାସ୍ତବ ଜୀବନରେ ବହୁତ ଶାନ୍ତ ସ୍ବଭାବର। ନିକଟରେ ଜାନବୀ ନିଜ ପରିବାର ସହ ଛୁଟି କାଟିବା ପାଇଁ ବିଦେଶ ଯାଇଥିଲେ। ଏହି ସମୟର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଛୁଟି ସାରି ସେ ଏବେ ମୁମ୍ବାଇ ଫେରିଛନ୍ତି। ନିକଟରେ ତାଙ୍କୁ ବାପା ବୋନି କପୁରଙ୍କ ସହ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏୟାରପୋର୍ଟରେ ବାପ, ଝିଅ ଯାଉଥିବାବେଳେ କିଛି ଫଟୋଗ୍ରାଫର ବୋନି କପୁରଙ୍କୁ ମାସ୍କ କାଢିବାକୁ କହିଥିଲେ। ବାପା ମାସ୍କ କାଢିବା କ୍ଷଣି ଜାହ୍ନବୀ ତାଙ୍କ ଉପରେ ରାଗି ଗାଳି ଦେଇଥିଲେ ଏବଂ ଭୁଲ ଉପଦେଶ ନ ଦେବାକୁ ଫଟୋଗ୍ରାଫରଙ୍କୁ କହିଥିଲେ। ଏହା ପରେ ଦୁହେଁ ଏକାଠି ମାସ୍କରେ ପୋଜ ଦେଇଥିଲେ।
ଜାହ୍ନବୀ ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ମା’ ଶ୍ରୀଦେବୀଙ୍କର ଦେହାନ୍ତ ହୋଇଥିଲା। ସେ ଫିଲ୍ମ ‘ଧଡକ’ ସହିତ ବଲିଉଡରେ ଏଣ୍ଟ୍ରି କରିଥିଲେ। ଏହା ପରେ ଦର୍ଶକ ‘ରୁହି’ ଏବଂ ‘ଗୁଞ୍ଜନ ସକ୍ସେନା’ ଫିଲ୍ମରେ ତାଙ୍କୁ ପସନ୍ଦ କରିଥିଲେ। ୱାର୍କ ଫ୍ରଣ୍ଟରେ ସେ ଖୁବ ଶୀଘ୍ର ‘ଗୁଡଲକ ଜେରୀ’, ‘ତଖ୍ତ’, ‘ଦୋସ୍ତାନା ୨’ ଏବଂ ‘ରଣଭୂମି’ ଫିଇ୍ମରେ ନଜର ଆସିବେ।

Share