ମାଲାମାଲ ହେଲେ ଜାହ୍ନବୀ: ‘ପେଡ୍ଡି’ ପାଇଁ ମିଳିଲା…

ଦକ୍ଷିଣ ସୁପରଷ୍ଟାର ରାମ ଚରଣ ତାଙ୍କ ଆଗାମୀ ଫିଲ୍ମ ‘ପେଡ୍ଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସ୍ପୋଟର୍‌ସ ଆକ୍ସନ-ଡ୍ରାମାରେ ସେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ନଜର ଆସିବେ। ଏହା ସେମାନଙ୍କର ପ୍ରଥମ ଫିଲ୍ମ। ଉଭୟଙ୍କ ଯୋଡିକୁ ଦେଖିବାକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ଜୁନ ୪, ୨୦୨୬ରେ ସିନେମା ହଲରେ ରିଲିଜ ହେବାର ଯୋଜନା ରହିଛି।

‘ପେଡ୍ଡି’ର ବଜେଟ ୩୦୦ କୋଟି। ରାମଚରଣ ଫିଲ୍ମ ନିର୍ମାତାଙ୍କଠାରୁ ୧୦୦ କୋଟି ଟଙ୍କା ନେଇଛନ୍ତି। ଏହା ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ସର୍ବାଧିକ ଫିସ। ପୂର୍ବରୁ ସେ ବ୍ଲକବଷ୍ଟର ଫିଲ୍ମ ‘RRR’ ପାଇଁ ୪୦ କୋଟି ନେଇଥିଲେ। ଜାହ୍ନବୀ ମଧ୍ୟ ଏହି ଫିଲ୍ମରେ ଏକ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ଯାହା ପାଇଁ ସେ ୬ କୋଟି ଟଙ୍କା ପାଇଛନ୍ତି। ଏହି ଫିଲ୍ମ ପାଇଁ ଜାହ୍ନବୀ ବହୁତ ପରିଶ୍ରମ କରିଛନ୍ତି।

ଅଭିନେତା ଦିବ୍ୟେନ୍ଦୁ ଶର୍ମା ‘ପେଡ୍ଡି’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସେ ରାମବୁଜ୍ଜୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଭୂମିକା ପାଇଁ ତାଙ୍କୁ ୭ କୋଟି ପାରିଶ୍ରମିକ ଦିଆଯାଉଛି। ଜଗତପତି ବାବୁ ହେଉଛନ୍ତି ଫିଲ୍ମର ଆଉ ଜଣେ ପ୍ରମୁଖ ସଦସ୍ୟ। ଦର୍ଶକମାନେ ତାଙ୍କୁ ଏହି ସ୍ପୋଟର୍‌ସ ଆକ୍ସନ-ଡ୍ରାମାରେ ଏକ ସ୍ବତନ୍ତ୍ର ଅବତାରରେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ତାଙ୍କ କାମ ପାଇଁ ସେ ୪ କୋଟି ପାଇଛନ୍ତି।

 

Dharitri – Odisha’s No.1 Odia Daily

 

Share