Posted inଜାତୀୟ

ଜାହାଙ୍ଗୀରପୁରୀ ହିଂସା ମାମଲା: କୋର୍ଟରେ ୨ ହଜାର ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୪।୭: ଜାହାଙ୍ଗୀରପୁରୀ ହିଂସା ମାମଲାରେ ଗୁରୁବାର ଦିଲ୍ଲୀ ପୋଲିସ ରୋହିଣୀ କୋର୍ଟରେ ୨୦୬୩ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି। ମୋଟ ୩୭ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏହି ଚାର୍ଜଶିଟ୍‌ରେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଦଙ୍ଗା, ଆକ୍ରମଣ, ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ଅଭିଯୋଗ ହୋଇଛି। ଜାହାଙ୍ଗୀରପୁରୀ ହିଂସା ମାମଲାରେ ଏହା ଦିଲ୍ଲୀ ପୋଲିସର ପ୍ରଥମ ଚାର୍ଜଶିଟ୍‌।
ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ତିନିଜଣ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩୭ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ମୋବାଇଲ ଏବଂ ସିସିଟିଭି ଫୁଟେଜ ସହିତ ଫେସ ରିକଗନିସନ ସଫ୍ଟୱେର୍‌ (ଏଫଆର୍‌ଏସ୍‌) ସିଷ୍ଟମ ବ୍ୟବହାର କରିଛି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୬ରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଉପଲକ୍ଷେ ଏକ ଶୋଭାଯାତ୍ରା କରାଯାଇଥିଲା। ପଥର ଫିଙ୍ଗିବା କାରଣରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି ହୋଇଥିଲା। ହିଂସାରେ ପ୍ରବଳ ପଥର ମାଡ ହୋଇଥିଲା ଏବଂ ଅନେକ ଗାଡିରେ ନିଆଁ ଲଗାଇଦିଆଯାଇଥିଲା। କେବଳ ଏତିକି ନୁହେଁ, ଅଭିଯୁକ୍ତମାନେ ବେଆଇନ ପିସ୍ତଲରୁ ଗୁଳି ଚଳାଇଥିଲେ। ଏହି ହିଂସାରେ ୮ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ, ଯୁଦ୍ଧ ମଝିରେ ଛାଡିଦେଲେ ହାତ, ଏବେ କରିବେ କ’ଣ?

ଓ୍ବାଶିଂଟନ୍‌,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧଜାହାଜ…

କ୍ରସ୍‌ ଭୋଟିଂକୁ ମାନିନେଲେ ସୌଭିକ୍‌, କହିଲେ ବାପାଙ୍କୁ ବହିଷ୍କାର କରିଥିଲେ, ପ୍ରତିଶୋଧ ନେଲି

ଭୁବନେଶ୍ୱର,୧୬ା୩:  ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍‌ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ…

ଭାରତୀୟ ଜାହାଜକୁ ହର୍ମୁଜ ଷ୍ଟ୍ରେଟ ଦେଇ ଆସିବାକୁ କେମିତି ଅନୁମତି ଦେଲା ଇରାନ୍? ଜୟଶଙ୍କର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବଂ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ଇରାନର କଠୋର ଆଭିମୁଖ୍ୟ ମଧ୍ୟରେ, ଏଲପିଜି ବୋଝେଇ ଦୁଇଟି ଭାରତୀୟ ଜାହାଜ ଗୁଜୁରାଟ ଉପକୂଳରୁ ଆସିବାକୁ ଯାଉଛି…

ଆଉ ଅଭାବ ହେବନି ଗ୍ୟାସ! ଗୋଟିଏ ଘଣ୍ଟା ମଧ୍ୟରେ ଏଲପିଜି ନେଇ ଭାରତରେ ପହଞ୍ଚିବ ‘ଶିବାଲିକ’, ଜାଣନ୍ତୁ ଶିବାଲିକ କ’ଣ….

ନୂଆଦିଲ୍ଲୀ,୧୬।୩: ଉପସାଗରୀୟ ଅଞ୍ଚଳରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁ ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ମାର୍ଗଗୁଡ଼ିକ ଚାପରେ ପଡ଼ିଛି। ହର୍ମୁଜ ପ୍ରଣାଳୀ…

ଆଇସିସି ଚେୟାରମ୍ୟାନ୍‌ ଜୟ ଶାହାଙ୍କ ବଡ଼ ବୟାନ, କହିଲେ…

ମୁମ୍ୱାଇ,୧୬ା୩: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଦେଖାଦେଇଥିବା ବିବାଦ ଏବଂ ଅନିଶ୍ଚିତତା ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଚେୟାରମ୍ୟାନ୍‌ ଜୟ ଶାହା ପ୍ରଥମଥର ପାଇଁ ମୁହଁ…

କୂଅରେ ପଡିଛି ଯୁବକଙ୍କ ମୃତଦେହ: କୁକୁର ଧରି ପହଞ୍ଚିଲେ ସାଇଣ୍ଟିଫିକ୍‌ ଟିମ୍‌

ଗଞ୍ଜାମ,୧୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।  ରବିବାର କୂଅରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri