ଗଞ୍ଜାମ ଏସ୍‌ପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା

ଛତ୍ରପୁର,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ନୂତନ ଏସ୍‌ପି ଭାବେ ଆଇପିଏସ୍‌ ଅଧିକାରୀ ଜଗମୋହନ ମୀନା ରବିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ଅପରାଧୀ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଯୋଗ ଦେବା ଅବସରରେ ଏସ୍‌ପି କହିଛନ୍ତି । ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟଙ୍କୁ ଅନୁଗୋଳ ଡିଆଇଜି ଭାବେ ବଦଳି ହୋଇଥିବା ବେଳେ ରବିବାର ପୂର୍ବତନ ଏସ୍‌ପିଙ୍କ ଠାରୁ ନୂତନ ଏସ୍‌ପି ଭାବେ ଜଗମୋହନ ମୀନା ଦାୟିତ୍ୱ ଗ୍ରହଣ କରିଥିଲେ । ପୂର୍ବରୁ ସେ ଅନୁଗୋଳ ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ । ପୂର୍ବରୁ ମାଲକାନଗିରି ଭଳି ମାଓ ପ୍ରବଣ ଅଞ୍ଚଳରେ ସେ କାର୍ଯ୍ୟ କରିଛନ୍ତି । ଯୋଗ ଦେବା ପରେ ତାଙ୍କୁ ବିଭାଗୀୟ ଅଧିକାରୀମାନେ ଫୁଲତୋଡ଼ା ଦେଇ ସ୍ବାଗତ ଜଣାଇଛନ୍ତି ।