ସୁଭଦ୍ରା ହାତରୁ ରାଖୀ ବାନ୍ଧି ଖୁସି ହେଲା ଜଗା

ଫୁଲବାଣୀ ଅଫିସ, ୧୨ା୮:କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା ଏବେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଛି। ଗୁରୁବାର ସେ ମେଡିକାଲରେ ରକ୍ଷାବନ୍ଧନ ଉତ୍ସବ ପାଳିଛି। ସାନ ଭଉଣୀ ସୁଭଦ୍ରାର କୁନି ହାତରୁ ରାଖୀ ବାନ୍ଧି ଜଗା ବହୁତ ଖୁସି ହୋଇଛି। ସୂଚନାଯୋଗ୍ୟ, ଯୋଡ଼ାମୁଣ୍ଡରୁ ଅଲଗା ହେବା ପରେ ଜଗା ଏବଂ କାଳିଆ ସୁସ୍ଥ ଥିଲେ। ହେଲେ କିଛିଦିନ ମଧ୍ୟରେ କାଳିଆର ସ୍ବାସ୍ଥାବସ୍ଥାରେ ଅବନତି ହୋଇଥିଲା। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା। ଜଗା ଭାଇକୁ ଝୁରି ହେଉଥିଲା। କିଛିିଦିନ ପରେ ଫୁୁଲବାଣୀ ମେଡିକାଲରେ ଭଉଣୀ ସୁଭଦ୍ରା ଜନ୍ମ ହୋଇଥିଲା। ସେବେଠାରୁ ଜଗା ଭଉଣୀ ସହ ମିଶି ମେଡିକାଲରେ ରହୁଛି। ରାଖୀ ପୂର୍ଣ୍ଣିମାରେ ଭଉଣୀ ହାତରୁ ରାଖୀ ବାନ୍ଧି ଜଗା ଖୁସି ହେଉଥିବା ଦେଖିବାକୁ ମିଳିଥିଲା।