Categories: ଖେଳ

ଜଗା ୟୁନାଇଟେଡ୍‌ ସେମିଫାଇନାଲରେ

ଭୁବନେଶ୍ୱର, ୨୧ା୧୨ (ସ୍ପୋଟର୍‌ସ ବ୍ୟୁରୋ): ଶିବଶକ୍ତି କ୍ଲବ ଆନୁକୂଲ୍ୟରେ ଚାଲିଥିବା ତମାଣ୍ଡୋ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଜଗା ୟୁନାଇଟେଡ୍‌ ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଭୁବନେଶ୍ୱରର ଦୁଇ ଦଳ କିଶୋର କ୍ଲବ ଓ ଜଗା ୟୁନାଇଟେଡ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟରଫାଇନାଲ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଗୋଲ୍‌ ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ୪୬ତମ ମିନିଟ୍‌ରେ ଜଗା ୟୁନାଇଟେଡର ଅଜୟ ବରୁଆ ଗୋଲ୍‌ ସ୍କୋର କରି ତାଙ୍କ ଦଳକୁ ଅଗ୍ରଣୀ କରାଇଥିଲେ। ଖେଳର ଶେଷ ଭାଗରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳିଥିଲେ ମଧ୍ୟ ଗୋଲ୍‌ ସ୍କୋର ହୋଇ ପାରି ନ ଥିଲା। ଫଳରେ ଜଗା ୟୁନାଇଟେଡ୍‌ ୧-୦ଗୋଲରେ ବିଜୟୀ ହୋଇଥିଲା। ଭୀମ ଛେତ୍ରୀ, ଶିବଶଙ୍କର ପଣ୍ଡା, ସୁଜିତ କୁମାର ପାତ୍ର, ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଖେଳ ପରିଚାଳନା କରିଥିଲେ। ମ୍ୟାଚ ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ପୂର୍ବତନ ଖୋର୍ଦ୍ଧା ଜିଲା କ୍ରୀଡ଼ା ଅଧିକାରୀ ଲଳିତ ମୋହନ ମହାନ୍ତି ଓ ଭୁବନେଶ୍ୱର ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବେନ୍ଦ୍ର ନାଥ ବେହେରା ବିଜୟୀ ଦଳର ଅଜୟ ବରୁଆଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ବୁଧବାର ଆର.ଏନ୍‌. କ୍ଲବ ଫୁଲବାଣୀ ଓ ଏ.କେ. କ୍ଲବ ଅନୁଗୋଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

Share