Posted inଖେଳ

ଜଗା ୟୁନାଇଟେଡ୍‌ ସେମିଫାଇନାଲରେ

ଭୁବନେଶ୍ୱର, ୨୧ା୧୨ (ସ୍ପୋଟର୍‌ସ ବ୍ୟୁରୋ): ଶିବଶକ୍ତି କ୍ଲବ ଆନୁକୂଲ୍ୟରେ ଚାଲିଥିବା ତମାଣ୍ଡୋ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଜଗା ୟୁନାଇଟେଡ୍‌ ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଭୁବନେଶ୍ୱରର ଦୁଇ ଦଳ କିଶୋର କ୍ଲବ ଓ ଜଗା ୟୁନାଇଟେଡ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟରଫାଇନାଲ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଗୋଲ୍‌ ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ୪୬ତମ ମିନିଟ୍‌ରେ ଜଗା ୟୁନାଇଟେଡର ଅଜୟ ବରୁଆ ଗୋଲ୍‌ ସ୍କୋର କରି ତାଙ୍କ ଦଳକୁ ଅଗ୍ରଣୀ କରାଇଥିଲେ। ଖେଳର ଶେଷ ଭାଗରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳିଥିଲେ ମଧ୍ୟ ଗୋଲ୍‌ ସ୍କୋର ହୋଇ ପାରି ନ ଥିଲା। ଫଳରେ ଜଗା ୟୁନାଇଟେଡ୍‌ ୧-୦ଗୋଲରେ ବିଜୟୀ ହୋଇଥିଲା। ଭୀମ ଛେତ୍ରୀ, ଶିବଶଙ୍କର ପଣ୍ଡା, ସୁଜିତ କୁମାର ପାତ୍ର, ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଖେଳ ପରିଚାଳନା କରିଥିଲେ। ମ୍ୟାଚ ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ପୂର୍ବତନ ଖୋର୍ଦ୍ଧା ଜିଲା କ୍ରୀଡ଼ା ଅଧିକାରୀ ଲଳିତ ମୋହନ ମହାନ୍ତି ଓ ଭୁବନେଶ୍ୱର ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବେନ୍ଦ୍ର ନାଥ ବେହେରା ବିଜୟୀ ଦଳର ଅଜୟ ବରୁଆଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ବୁଧବାର ଆର.ଏନ୍‌. କ୍ଲବ ଫୁଲବାଣୀ ଓ ଏ.କେ. କ୍ଲବ ଅନୁଗୋଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ରେକର୍ଡ ପ୍ରତିଷ୍ଠା କଲେ ଶାକିବ

ଅଲ ଆମେରାତ,୧୭।୧୦: ଟି୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ। ଚଳିତ ଟି୨୦ ବିଶ୍ୱକପ୍‌ରେ...

ଆଡିଲେଡ୍‌ରେ ଭାରତୀୟ ଖେଳାଳି ୨ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବେ

ମେଲବୋର୍ନ,୨୨।୭(ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳିମାନଙ୍କୁ ୨ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିବ। ଭାରତ ଆଡିଲେଡ୍‌ରେ ପହଞ୍ଚିବା ପରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବ...

ଭାରତ ୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବ

ନୂଆଦିଲ୍ଲୀ, ୩।୫:ଭାରତ ୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବ। କୋଭିଡ୍‌-୧୯ ଆଶଙ୍କା ଦୂର ହେବା ପରେ ଭାରତ ଯେପରି ଅଲିମ୍ପିକ୍ସ ସମେତ ଅନ୍ୟ ଅନ୍ତର୍ଜାତୀୟ...

ଭାରତ ବିପକ୍ଷ ସିରିଜ୍‌ରୁ ଏତିକି ଲାଭ କରିଛି ଶ୍ରୀଲଙ୍କା

କଲମ୍ବୋ, ୧୨।୮: ଖେଳାଳିମାନେ କୋଭିଡ୍‌-୧୯ରେ ସଂକ୍ରମିତ ହେବା ପରେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍‌କୁ ଜାରି ରଖିଥିଲା ଭାରତ। ଉଭୟ ଦଳ ମଧ୍ୟରେ...

ଦୁଇ ପଦକ ଜିତିବାରେ ରୂପାଲ ପ୍ରଥମ ଭାରତୀୟ

କାଲି(କଲମ୍ବିଆ),୬ା୮: ୨୦ବର୍ଷରୁ କମ୍‌ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଭାରତୀୟ ଆଥ୍‌ଲେଟ ଭାବେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ରୂପାଲ ଚୌଧାରୀ। ସେ...

ଷ୍ଟୋକ୍ସ ଆଇପିଏଲ୍‌ରୁ ଆଉଟ୍‌

ଲଣ୍ଡନ/ମୁମ୍ବାଇ,୧୪ା୪ (ପି.ଟି.)-ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ବାହାର ହୋଇଯାଇଛନ୍ତି। ଏପ୍ରିଲ ୧୨ରେ ରାଜସ୍ଥାନ ରୟାଲ୍ସର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଏହାର...

ବାୟୋ- ବବଲରେ ଦୀର୍ଘ ସମୟଧରି ରହିବା କଷ୍ଟକର: ଷ୍ଟାର୍କ

ମେଲବୋର୍ନ,୧୦।୧୧(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବେ ବାୟୋ- ବବଲ ତଥା ଜୈବ ସୁରକ୍ଷିତ ପରିବେଶ ନେଇ...

ପଞ୍ଜାବ ନାମରେ ଲଜ୍ଜାଜନକ ରେକର୍ଡ

ଦୁବାଇ,୯।୧୦: ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏଥର ମଧ୍ୟ ପ୍ଲେ-ଅପ୍‌ରେ ପ୍ରବେଶ କରିପାରି ନାହିଁ। ଦଳ ୬ଟି ବିଜୟରୁ ୧୨ ପଏଣ୍ଟ ସହ...

Advertisement
Archives

Model This Week