ଯନ୍ତ୍ରଣାରେ ଛଟପଟ ଜଗଦୀଶ

କାଏମା,୨୮ା୮(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅଧୀନ ବଡ଼କାଏମା ପଞ୍ଚାଯତ ଡେରାବର ଗ୍ରାମର ସନ୍ତୋଷ ଦାଶଙ୍କ ପୁଅ ଜଗଦୀଶ(୧୪) କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଜଗଦୀଶ ୮ମ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି। ଏବେ ତାଙ୍କର ଦୁଇ ଗୋଡ଼ ବଙ୍କା ହେବାକୁ ଲାଗିଲାଣି। ସେ ଆଉ ଚାଲି ପାରୁନାହାନ୍ତି। ଖେଳିବା, ବୁଲିବା ଓ ପାଠ ପଢ଼ିବା ସବୁକିଛି ତାଙ୍କର ବନ୍ଦ ହୋଇଯାଇଛି। ଏବେ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ମା’ ନଳିନୀ ପୁଅର ଏପରି ଅବସ୍ଥା ଦେଖି ଭାଙ୍ଗି ପଡ଼ିଛନ୍ତି। ତେଣୁ ପୁଅକୁ ବଞ୍ଚାଇ ଦେବାକୁ ସେ ସହୃଦୟ ବ୍ୟକ୍ତିଙ୍କୁ ନିବେଦନ କରିଛନ୍ତି।
ସନ୍ତୋଷ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ବିଭିନ୍ନ ଆଡୁ ଧାର କରଜ କରି ପୁଅର ଚିକିତ୍ସା ନିମନ୍ତେ ଅନେକ ଟଙ୍କା ଖର୍ଚ୍ଚ କରିସାରିଲେଣି। ମାତ୍ର ଚିକିତ୍ସାରେ କୌଣସି ଉନ୍ନତି ହୋଇପାରୁନାହିଁ। ଏବେ ଆଉ ଚିକିତ୍ସା କରିବାକୁ ଟଙ୍କା ନାହିଁ। ଜଗଦିଶ ସ୍କୁଲ୍‌ ଯିବା ସମୟରେ ତାଙ୍କୁ ବାରମ୍ବାର ପରିସ୍ରା ଲାଗେ। ବେଳେବେଳେ ସେ ଜାଣି ନ ପାରି ପ୍ୟାଣ୍ଟ୍‌ରେ ପରିସ୍ରା କରିଦିଅନ୍ତି। ଏମିତି ହେବା ପରେ ସନ୍ତୋଷ ତାଙ୍କୁ ମେଡିକାଲ ନେଇଥିଲେ। ଡାକ୍ତରଙ୍କ ପରୀକ୍ଷା ପରେ ଜାଣିବାକୁ ପାଇଥିଲେ ଯେ, ଏହା କିଡ୍‌ନୀଜନିତ ରୋଗ। ତେଣୁ ପୁଅକୁ ଭଲ କରିବା ପାଇଁ ସୁନ୍ତୋଷ ଧର୍ମଶାଳା, ଯାଜପୁର, କଟକ ଓ ଭୁବନେଶ୍ୱରଠାରୁ ଆରମ୍ଭ କରି ଓଡ଼ିଶା ବାହାର ମେଡିକାଲ ପର୍ଯ୍ୟନ୍ତ ଯାଇଛନ୍ତି। ହେଲେ କିଛି ସୁଫଳ ମିଳି ପାରିନାହିଁ। ସନ୍ତୋଷ କହିଛନ୍ତି, ପୁଅକୁ ଭଲ କରିବା ପାଇଁ ଯିଏ ଯେତେବେଳେ ଯୁଆଡେ କହିଲେ ଯାଇଛି। କିନ୍ତୁ ରୋଗ ଏବେ ଚତୁର୍ଥ ସୋପାନରେ ପହଞ୍ଚତ୍ଛି। ଜୀବନ ବଞ୍ଚତ୍ବାର ଏକ ମାତ୍ର ବିକଳ୍ପ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ୍‌। ଯଦିକେହି ସହୃଦୟ ବ୍ୟକ୍ତି, ସରକାର, ସ୍ବେଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀ ସାହାଯ୍ୟର ହାତ ବଢ଼ାନ୍ତେ ତାହେଲେ ପୁଅ ଜୀବନ ବଞ୍ଚତ୍ୟାଆନ୍ତା। ଏ ସମ୍ପର୍କରେ କୋତପୁର ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ପ୍ରତ୍ୟୁଷ ମହାରଣା କହିଛନ୍ତି, ପିଲାଟିକୁ ଯଦି କେହି କିଡ୍‌ନୀ ଦାନ କରିବେ ଓ ତାଙ୍କୁ ଚିକିତ୍ସା କରାଯିବ ତେବେ ସ୍ବାସ୍ଥ୍ୟ ଅବସ୍ଥା କିଛି ସୁଧୁରିବ।