ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଥିବା ଜଗବନ୍ଧୁ ଏବେ ଶଯ୍ୟାଶାୟୀ

ପରଜଙ୍ଗ,୧୧।୧୦: (ନିଗମାନନ୍ଦ ଦଳବେହେରା): ଇଚ୍ଛା ଥିଲା ଅଧ୍ୟାପକ ହେବେ। ରାଜମିସ୍ତ୍ରି କାମ କରୁଥିବା ବାପାଙ୍କ ଅଭାବୀ ସଂସାରର ବୋଝକୁ ସହଜ କରିଦେବେ। ସେଥିପାଇଁ ନାନା ଅଭାବ ଅସୁବିଧା ମଧ୍ୟରେ ବି ଅଧ୍ୟୟନ କ୍ଷେତ୍ରକୁ ସର୍ବଦା ଅଗ୍ରାଧିକାର ଦେଉଥିଲେ। ଏପରି କି ତାଳଚେର ସ୍ବୟଂଶାସିତ କଲେଜରୁ ଯୁକ୍ତ ୩ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। ଉଚ୍ଚତର ଶିକ୍ଷା ପାଇଁ ଅର୍ଥ ଯୋଗାଡ଼ ଉଦ୍ଦେଶ୍ୟରେ ଜଣେ ଠିକାଦାରଙ୍କ ନିକଟରେ ପାର୍ଟଟାଇମ୍‌ କାମ କରୁଥିଲେ। ହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପଥରେ ବାଧକ ସାଜିଲା କିଡ୍‌ନୀ ରୋଗ। ୨ଟି ଯାକ କିଡ୍‌ନୀର ୯୦ ଭାଗ ନଷ୍ଟ ହୋଇଯାଇଥିବାରୁ ଏବେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ଗାଁର ମେଧାବୀ ଛାତ୍ର ଜଗବନ୍ଧୁ ରାଉତ (୨୪)। ପୁଅକୁ ଗୋଟିଏ କିଡ୍‌ନୀ ଦେବାକୁ ବାପା ଦୁଃଖବନ୍ଧୁ ପ୍ରସ୍ତୁତ ଥିଲେ ହେଁ ଏଥିପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହୁଛନ୍ତି। ଫଳରେ ସରକାରୀ ଓ ବେସରକାରୀ ସହାୟତା ପାଇଁ ହାତ ପାତିଛନ୍ତି ଅସହାୟ ଛାତ୍ର ଜଗବନ୍ଧୁ ଓ ବାପା ଦୁଃଖବନ୍ଧୁ।
ଦୁଃଖବନ୍ଧୁ କହିଛନ୍ତି, ତାଙ୍କର ୩ ଝିଅ ଓ ଗୋଟିଏ ପୁଅ। ରାଜମିସ୍ତ୍ରି କାମ କରି ଯାହା ରୋଜଗାର କରନ୍ତି ତାହା ପରିବାର ଚଳାଇବାକୁ ନିଅଣ୍ଟ। ତଥାପି ପୁଅ ଜଗବନ୍ଧୁ ପିଲାବେଳୁ ଭଲ ପାଠ ପଢ଼ନ୍ତି। ଅଧ୍ୟାପକ ହେବାର ସ୍ବପ୍ନ ଥିବାରୁ ସେ ଦିଗରେ ଉଦ୍ୟମ କରିଆସିଛନ୍ତି। ହେଲେ ହଠାତ୍‌ ପୁଅର ଦେହ ଅସୁସ୍ଥ ହେଲା। ତୁରନ୍ତ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଜଗବନ୍ଧୁଙ୍କ ୨ଟି ଯାକ କିଡ୍‌ନୀ ୯୦ ଭାଗ ନଷ୍ଟ ହୋଇଯାଇଥିବା କହିଥିଲେ। ଏହା ଜାଣିବା ପରେ ତାଙ୍କ ପାଦ ତଳୁ ଯେପରି ମାଟି ଖସିଯାଇଥିଲା। ପରିବାରର ସମସ୍ତ ସଦସ୍ୟ ଭାଙ୍ଗି ପଡ଼ିଥିଲେ। ଜୀବନର ଲକ୍ଷ୍ୟ ପୂରଣ ସମୟ ପାଖେଇ ଆସୁଥିବା ବେଳେ ଭାଗ୍ୟର ଏମିତି ବିଡ଼ମ୍ବନା ପୂରା ପରିବାରକୁ ଅସହାୟ କରିଦେଇଥିଲା। ପାଖରେ ଅର୍ଥ ନ ଥିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସେ ପୁଅର ଚିକିତ୍ସା କରିଥିଲେ। ହେଲେ କିଡ୍‌ନୀ ପ୍ରତିରୋପଣ ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥିବା ଡାକ୍ତର କହିଥିଲେ। ପୁଅକୁ ଗୋଟିଏ କିଡ୍‌ନୀ ଦେବାକୁ ସେ ପ୍ରସ୍ତୁତ ଥିବା ଜଣାଇବା ପରେ ଡାକ୍ତର ଏଥିପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ପୁଅର ଚିକିତ୍ସା ପାଇଁ ହାତଉଧାରି ବହୁ ଟଙ୍କା ଆଣିଥିବା ବେଳେ ଜାଗାବାଡ଼ି ବୋଲି କିଛି ନାହିଁ। ତେଣୁ ସରକାର ଓ ସହୃଦୟ ବ୍ୟକ୍ତିଙ୍କ ସହାୟତା ହିଁ ତାଙ୍କ ପୁଅକୁ ଭଲ କରିପାରିବ ବୋଲି ଦୁଃଖବନ୍ଧୁ କହିଛନ୍ତି। ତେଣୁ ସହାୟତା କରିବାକୁ ଚାହଁୁଥିବା ଲୋକେ ଫୋନ ନମ୍ବର ୯୬୯୨୫୩୫୫୯୮ରେ ତାଙ୍କୁ ସାହାଯ୍ୟ କରିପାରିବେ ବୋଲି ଦୁଃଖବନ୍ଧୁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପରଜଙ୍ଗ ବିଡିଓ ମନ୍ମଥ ନାୟକ କହିଛନ୍ତି, ଘଟଣା ବିଷୟରେ ସେ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇବା ସହିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ମଧ୍ୟ ଚିଠି କରିଛନ୍ତି। ଖୁବ୍‌ଶୀଘ୍ର ଜଗବନ୍ଧୁଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri