କୋର୍ଟରେ ପହଞ୍ଚିଲେ ଜଗବନ୍ଧୁ, ୧୫ ଦିନିଆ ରିମାଣ୍ଡ ଆବେଦନ କଲା ଇଡି

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ବହୁ ଚର୍ଚ୍ଚିିିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ମଙ୍ଗଳବାର ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି। ତେବେ ଜଗବନ୍ଧୁଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଛି। ଅନ୍ୟପଟେ, ୭ ଦିନିଆ ରିମାଣ୍ଡ ସରିଥିବାରୁ ଅର୍ଚ୍ଚନାଙ୍କୁ ମଧ୍ୟ ଇଡି ଆଜି କୋର୍ଟରେ ହାଜର କରିବା ସହ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିପାରେ ବୋଲି ସୂଚନା ମିଳିଛି। ଏହି ଦମ୍ପତିଙ୍କୁ ଇଡି ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଯୋଜନା ହୋଇଥିବା ଜଣାପଡିଛି।