ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ହେବ

ଭୁବନେଶ୍ୱର, ୧୭ା୩ (ବ୍ୟୁରୋ): ଓଡ଼ିଶା ଓ ଅନ୍ୟ ୬ ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ୩୫,୨୭୨ ଏକର ଜମିକୁ ବିକ୍ରି କରାଯିବା ନିମନ୍ତେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଭାଜପା ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମଙ୍ଗଳବାର ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ତତ୍କାଳୀନ ରାଜ୍ୟପାଳ ବି.ଡି. ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଅନୁଯାୟୀ ସରକାର ୩୫,୨୭୨.୨୩୫ ଏକର ଜମି ବିକ୍ରି କରିବା ଲାଗି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ରାଜ୍ୟର ୩୦ ଜିଲା ମଧ୍ୟରୁ ୨୪ ଜିଲାରେ ଜଗନ୍ନାଥଙ୍କ ୬୦,୪୨୬.୯୪୩ ଏକର ଜମି ରହିଛି। ଏଥିମଧ୍ୟରୁ ଶ୍ରୀମନ୍ଦିର ପ୍ରଶାସନ ୩୪,୮୭୬.୯୮୩ ଏକର ଉପରେ ଚୂଡ଼ାନ୍ତ ମାଲିକାନା ସ୍ବତ୍ୱ(ଆର୍‌ଓଆର୍‌) କରିବାକୁ ସ୍ଥିର କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ବୀକୃତ ଏକକ ନୀତି(ସମାନ ନୀତି) ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ଓଡ଼ିଶା ବ୍ୟତୀତ ଅନ୍ୟ ୬ ରାଜ୍ୟରେ ୩୯୫.୨୫୨ ଏକର
ଜମି ବିକ୍ରି ହେବା ଲାଗି ମଧ୍ୟ ପ୍ରସ୍ତୁତି ଚାଲିଛି। ଏନେଇ ସରକାର ସମ୍ପୃକ୍ତ ଜିଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଲିଖିତ ଭାବେ ଜଣାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରର ଜମି ରାଜ୍ୟ ବାହାରେ ସର୍ବାଧିକ ୩୩୨.୯୩୦ ଏକର ପଶ୍ଚିମବଙ୍ଗରେ ରହିଛି। ସେହିପରି ୨୮.୨୧୮ ଏକର ମହାରାଷ୍ଟ୍ରରେ, ୨୫.୧୧୦ ଏକର ମଧ୍ୟପ୍ରଦେଶ, ୧୭.୦୨୦ ଏକର ଆନ୍ଧ୍ରପ୍ରଦେଶ, ୧.୭୦୦ ଏକର ଛତିଶଗଡ଼ ଏବଂ ବିହାରରେ ୦.୨୭୪ ଏକର ଜମି ଅଛି। ମନ୍ତ୍ରୀ ଆହୁରି କହିଛନ୍ତି, ୧୦୦ ଏକର ବାଘା ଅଞ୍ଚଳରେ ଚିହ୍ନଟ କରାଯାଇଥିବାବେଳେ ସରକାର ଉକ୍ତ ଜମିରୁ ଭାଗଚାଷୀଙ୍କ ଠାରୁ ନିର୍ଦ୍ଧାରିତ ଭାଗ ସଂଗ୍ରହ କରୁଛନ୍ତି। ଏଥିପାଇଁ ଜଣେ ଖମାରିଙ୍କୁ ବାଘାରେ ଏବଂ ଅନ୍ୟ ଜଣଙ୍କୁ ଦୋଚାଇନରେ ନିୟୋଜିତ କରାଯାଇଛି। ଏଥିସହିତ ଦୋଚାଇନ୍‌ରୁ ସଂଗ୍ରହ ହେଉଥିବା ଧାନକୁ ପ୍ରତ୍ୟେକ ବର୍ଷ ମଧ୍ୟ ବିକ୍ରି କରାଯାଉଛି। ଖୋର୍ଦ୍ଧା ଅଞ୍ଚଳରେ ଥିବା ୫୮୨.୨୫୫ ଏକର ଜମିକୁ ଓଡ଼ିଶା କାଜୁ ବିକାଶ ନିଗମକୁ ଲିଜ୍‌ ସୂତ୍ରରେ ଦିଆଯାଇଛି। ଏହାର ପ୍ରତିବଦଳରେ ସରକାର ବାର୍ଷିକ ୩ଲକ୍ଷ ଟଙ୍କା ନିଗମଠାରୁ ପାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ଜମିକୁ ଯେଉଁମାନେ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅକ୍ତିଆର କରି ରଖିଛନ୍ତି, ସେମାନେ ତାହାକୁ ନିଜ ଦଖଲକୁ ନେବାକୁ ଚାହିଁଲେ ଏକର ପିଛା ୬ଲକ୍ଷ ଟଙ୍କା ସରକାରଙ୍କୁ ଦେବାକୁ ପଡ଼ିବ। ଆଉ ଯେଉଁମାନେ ୨୦ବର୍ଷରୁ ଊର୍ଦ୍ଧ୍ୱ ଏବଂ ୩୦ବର୍ଷରୁ କମ୍‌ ସମୟ ଧରି ରଖିଛନ୍ତି ସେମାନେ ଏକର ପିଛା ୯ଲକ୍ଷ ଟଙ୍କା ଦେଇ ଜମି ଦଖଲକୁ ନେଇପାରିବେ। ସେହିପରି ୨୦ବର୍ଷରୁ କମ୍‌ ଏବଂ ୧୨ବର୍ଷରୁ ଅଧିକ ସମୟ ଧରି ଜମି ଅକ୍ତିଆର କରିଛନ୍ତି ସେମାନେ ଏକର ପିଛା ୧୫ଲକ୍ଷ ଟଙ୍କା ଦେବେ। ଆଇନ ମନ୍ତ୍ରୀ ପୁଣି କହିଛନ୍ତି, ସରକାର ମନ୍ଦିର ଜମି ସଂକ୍ରାନ୍ତ ଘଟଣାର ତଦନ୍ତ ଓ ସଂସ୍କାର ଆଣିବା ନିମନ୍ତେ ବିଭିନ୍ନ ସମୟରେ ୪ଟି କମିଶନ ଗଠନ କରିଛନ୍ତି। ବି.ଡି. ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସହ ଜଷ୍ଟିସ୍‌ ବି.କେ. ପାତ୍ର କମିଶନ, ଜଷ୍ଟିସ ପି.କେ. ମହାନ୍ତି କମିଶନ ଏବଂ ଜଷ୍ଟିସ୍‌ ବି.ପି. ଦାସ କମିଶନ କାର୍ଯ୍ୟ କରିଛନ୍ତି। କମିଶନଙ୍କ ବିଭିନ୍ନ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି, ଯାହାକି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ସ୍ବୀକୃତ।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri