ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି ନିଯୁକ୍ତ

ପୁରୁଷୋତ୍ତମପୁର,୯ା୨(ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି ଭାବେ ନାରାୟଣ ମହାପାତ୍ର ନିଯୁକ୍ତ ହୋଇଛନ୍ତି। ବ୍ରହ୍ମପୁର ଦେବୋତ୍ତର ବିଭାଗର ଅତିରିକ୍ତ ସହକାରୀ କମିଶନର ତାଙ୍କୁ ନିଯୁକ୍ତ କରିବା ସହ ମନ୍ଦିରର ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବା ଲାଗି ପୂର୍ବତନ ଟ୍ରଷ୍ଟିଙ୍କୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମନ୍ଦିର ପରିଚାଳନା ଲାଗି ଗତ ଡିସେମ୍ବର ୧୫ ତାରିଖରେ ନିର୍ଦ୍ଦେଶନାମା ଚିଠି ନଂ ୧୭୧୯(୧୧) ପ୍ରକାରେ ୧୧ ଜଣିଆ କମିଟିକୁ ନିଯୁକ୍ତି ଦେଇଥିଲେ। ଏଥିରେ ପୁରୁଷୋତ୍ତମପୁର ତହସିଲଦାର, ଏସଡିପିଓ, ଆଇଆଇସିଙ୍କ ସମେତ ଶିକ୍ଷାବିତ୍‌ ସୁବାଷ ଚନ୍ଦ୍ର ପାଢୀ, ପ୍ରଦ୍ୟୁମ୍ନ ମହାପାତ୍ର, ଆଇନଜୀବୀ ମନୋଜ କୁମାର ମହାପାତ୍ର, ଗଣମାଧ୍ୟମ ପ୍ରତିନିଧି ସୁରେନ୍ଦ୍ର ମହାନ୍ତି, ପ୍ରତାପ ଚନ୍ଦ୍ର ପଣ୍ଡା, ସମାଜସେବୀ ନାରାୟଣ ମହାପାତ୍ର, ନିରଞ୍ଜନ ମହାପାତ୍ର, ପରିବା ବ୍ୟବସାୟୀ ସଂଘ ସଭାପତି କିଶୋର ଚନ୍ଦ୍ର ଦାଶଙ୍କୁ ନିଯୁକ୍ତି ଦେଇ ସେଥିମଧ୍ୟରୁ ପରିଚାଳନା ଟ୍ରଷ୍ଟି ନିର୍ବାଚନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଗତ ଜାନୁଆରୀ ୨୪ରେ ହୋଇଥିବା ନିର୍ବାଚନରେ ନାରାୟଣ ମହାପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସି କାରଣ ବସତଃ…

ଯାତ୍ରା ମାଲିକ ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସାଇଙ୍କ ମା’, କହିଲେ ମୋ ପୁଅକୁ…

ଭୁବନେଶ୍ୱର,୬।୨: ଯାତ୍ରା ମାଲିକ ନାଣ୍ଡୁ ଧଳଙ୍କ ନାଁରେ ଏଫଆଇଆର ଆଣିଛନ୍ତି ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ଙ୍କ ମା’ ପଦ୍ମିନୀ ଦାଶ। ଏନେଇ ସାଇଙ୍କ ମା’ ବାଲିପାଟଣା ଥାନାରେ…

ପାକିସ୍ତାନର ଦୋମୁହାଁ ନୀତି: କ୍ରିକେଟରେ ରାଜନୀତି, ‘ଡଲାର’ ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ,୬।୨: ପାକିସ୍ତାନର ଦୋମୁହାଁ ଚରିତ୍ର ଏବେ ସାରା ବିଶ୍ୱ ଆଗରେ ପୁଣିଥରେ ପ୍ରକଟ ହୋଇଛି। ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କ୍ରିକେଟକୁ ଅସ୍ତ୍ର କରି ଟି-୨୦…

ଯାତ୍ରା ମଝିରେ ଷ୍ଟେଜ୍‌ରେ ଗଳିପଡିଲେ ସାଇ, ରାତି ଅଧରେ ଗଲେ ମେଡିକାଲ

ଭୁବନେଶ୍ୱର,୬।୨: ଅସୁସ୍ଥ ହେଲେ ତୁଳସୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡା। ଅଧାରୁ ବନ୍ଦ ହେଲା ଯାତ୍ରା। ଯାତ୍ରା ଅଧାରୁ ସାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri