ଭବାନୀପାଟଣାରୁ ବିଶାଖାପାଟଣାକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍‌

ଭବାନୀପାଟଣା,୬ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ୍‌ ଭଲ୍‌ବୋ ବସ୍‌ ସେବାର ଶୁଭାରମ୍ଭ ହୋଇଛି। ବୁଧବାର ଅପରାହ୍ନରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି କଳାହାଣ୍ଡି ଜିଲାପାଳ ସଚିନ ପାଓ୍ବାର ପ୍ରକାଶ। ଏହି ଅତ୍ୟାଧୁନିକ ବସ୍‌ରେ ଶୀତତାପ ନିୟନ୍ତ୍ରିତ ଓ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ଆରାମଦାୟକ ବ୍ୟବସ୍ଥା ରହିଛି। ଏହି ବସ୍‌ ଭବାନୀପାଟଣାରୁ ଅପରାହ୍ନ ସାଢ଼େ ୬ଟାରେ ଯାତ୍ରା ଆରମ୍ଭ କରି ବିଶାଖାପାଟଣାରେ ଭୋର୍‌ ୫ଟା ବେଳେ ପହଞ୍ଚିବ।
ସେହିପରି ବିଶାଖାପାଟଣାରୁ ରାତି ୮ଟାରେ ବାହାରି ଭବାନୀପାଟଣାଠାରେ ସକାଳ ୬ଟାରେ ପହଞ୍ଚିବ। ଏହା ଦ୍ୱାରା ସାଧାରଣ ଜନତା ଓ ବିଶେଷ କରି ସ୍ବାସ୍ଥ୍ୟକ୍ଷେତ୍ରରେ ବିଶାଖାପାଟଣା ଉପରେ ନିର୍ଭର କରୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଉପକୃତ ହେବେ ବୋଲି ଓ ଏସ୍‌ଆର୍‌ଟିସି ତରଫରୁ ଜିଲା ପରିଚାଳକ ସ୍ବଦେଶ କୁମାର ପାତ୍ର ସୂଚନା ଦେଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ଏମ୍‌ପି ପ୍ରତିନିଧି ଜୟଶଙ୍କର ନାଏକ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଓ୍ବାନ, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ସହକାରୀ ଜିଲାପାଳ ଶରତ ଚନ୍ଦ୍ର ସାହୁ, (ଏଷ୍ଟାବ୍ଲିସ୍‌ମେଣ୍ଟ) ସହକାରୀ ଜିଲାପାଳ ମମତା ଦାଶ (ଜୁଡିସିଆଲ) ଓ ସହକାରୀ ଜିଲାପାଳ ସୌଦାମିନୀ ମାଝୀ (ଏମାରଜେନସି) ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲଷ୍ଟର ହେଡ୍‌ ବିଶ୍ୱଜିତ୍‌ ପଣ୍ଡା, ଅଭିଜିତ ଦାସ, ଗିରିଧାରୀ ବାଗ୍‌, ରାଜେଶ ଦାସ, ଆଶିଷ କୁମାର ନାୟକ, ଅରବିନ୍ଦ ସାହା,ଭଗବାନ ନିଆଲ, ପାର୍ବନ ମିଶ୍ର, ଦୀପକ ନିଆଲ, ଶିଶିର ବାଗ ଓ ଜ୍ୟୋତିଶଙ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri