ପ୍ରେମ ନିବେଦନକୁ ମନା କରିବାରୁ ଅଙ୍ଗନୱାଡି କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ହେମଗିର,୬ା୧୧(ଚେତୈନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଜୁଲୁମବାହାଲ ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମରେ ବୁଧବାର ଅପରାହ୍ନରେ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେ ହେଲେ ଉକ୍ତ ଗ୍ରାମର ଦିବ୍ୟଭାରତୀ ଅଢା(୨୨)।

ହେମଗିର ପୋଲିସ, ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛନ୍ତି। ଏନେଇ ହେମଗିର ଥାନାରେ ଏକ ମାମଲା (ନଂ.୫୦୧/୨୪)ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦିବ୍ୟଭାରତୀ ବୁଧବାର ଅଙ୍ଗନଓ୍ବାଡି କେନ୍ଦ୍ରରୁ ଫେରୁଥିବା ସମୟରେ ସେହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ହତ୍ୟାକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ହତ୍ୟାର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରିରେ ବନ୍ଦହେଲା ଷ୍ଟ୍ରବେରି ଚାଷ

ରାୟଗଡ଼ା,୯।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ମହକୁମାର ଲାକୁନୁ ଜାକାସିକା ଗତ ବର୍ଷ ପ୍ରଥମ ଥର ପାଇଁ ଷ୍ଟ୍ରବେରି ଚାଷ...

ପୁଅର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସହାୟତା ମାଗୁଛନ୍ତି ମା’

କାକଟପୁର/ଅସ୍ତରଙ୍ଗ,୯ା୧୨ (ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ): ଦିନେ ରୋଗାକ୍ରାନ୍ତ ପୁଅର ଚିକିତ୍ସା ପାଇଁ ବୃଦ୍ଧ ମା, ବାପା ଗାଁ ଗାଁ ବୁଲି ସହାୟତା ମାଗୁଥିଲେ।...

ଆଶିଷଙ୍କ ପରେ ଡେପୁଟେଶନରେ ଯିବେ କୁଟ୍ଟେ

ଭୁବନେଶ୍ୱର,୯ା୧୨(ସୁନିତ୍‌ ମିଶ୍ର): ଆଇପିଏସ୍‌ ଅଫିସର ଡି.ଏସ୍‌ କୁଟ୍ଟେ କେନ୍ଦ୍ରୀୟ ଡେପୁଟେଶନରେ ଯିବାନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ଡେପୁଟେଶନ ଯିବା...

ରାଜ୍ୟ ସଭା ପାଇଁ ଆଜି ନାମାଙ୍କନ ଭରିବେ ସୁଜିତ୍‌ କୁମାର

ଭୁବନେଶ୍ୱର,୯ା୧୨: ରାଜ୍ୟ ସଭା ପାଇଁ ସୁଜିତ୍‌ କୁମାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିବେ। ତେବେ ସେ ଆଜି ବିଧାନସଭାରେ ତାଙ୍କର ଏହି ନାମାଙ୍କନ ଭରିବେ। ସୁଜିତ୍‌...

ଚାର୍ଜରେ ବସିଥିବାବେଳେ ବ୍ୟାଟେରି ଗାଡ଼ିରେ ଲାଗିଲା ନିଆଁ, ଜଳିଗଲା ୫ ବାଇକ୍‌

ସୁନ୍ଦରଗଡ଼,୯ା୧୨(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସରକାରୀ କଲେଜ ରୋଡ୍‌ରେ ରବିବାର ରାତିରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ବ୍ୟାଟେରି ଚାଳିତ ସ୍କୁଟି ଚାର୍ଜରେ ବସିଥିବାବେଳେ ଶଟ୍‌ସର୍କିଟ୍‌ରୁ ନିଆଁ...

ଜଣଙ୍କ ଜୁଇ ଜଳୁଥିବାବେଳେ ଆଉ ଜଣଙ୍କୁ ସେହି ନିଆଁରେ ପକାଇ ଜାଳିଦେଲେ ଲୋକେ, କାରଣ ଜାଣିଲେ ହେବେ ଚକିତ

କୋରାପୁଟ,୯ା୧୨: କୋରାପୁଟ ଜିଲା ବନ୍ଧୁଗାଁ ଛାରପା ଗାଁରେ ଏକ ଅଭାବାନୀୟ କାଣ୍ଡ ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କ ଶବଦାହ ଚାଲିଥିବାବେଳେ ସେହି ନିଆଁରେ ଆଉ ଜଣଙ୍କୁ...

କଥା ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଧନୁଯାତ୍ରାକୁ ନିଶ୍ଚୟ…

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଦୀର୍ଘ ୧୧...

ରାସ୍ତା ସମ୍ପ୍ରସାରଣ ନ ହେଲେ ଗଣଧାରଣା ଦେବେ ଅଞ୍ଚଳବାସୀ, ଚେତାବନୀ ଦେଇ କହିଲେ…

କେସିଙ୍ଗା,୯ା୧୨(ତୁମୋଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ନିର୍ମାଣ ହେଉଥିବା ଆର୍‌ ଓ ବି (ରେଳ ଓଭର ବ୍ରିଜ୍‌)କୁ ବିଶିଷ୍ଟ ସମାଜବେୀ ସୁରେଶ ରାଓଙ୍କ ନେତୃତ୍ୱରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri