Posted inଜାତୀୟ

ଜଗନ ମୋହନ ଓ୍ବାଇଏସ୍‌ଆର କଂଗ୍ରେସର ଆଜୀବନ ଅଧ୍ୟକ୍ଷ ନିର୍ବାଚିତ…

ହାଇଦ୍ରାବାଦ୍‌, ୯।୭ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀ ଶନିବାର ଓ୍ବାଇଏସ୍‌ଆର କଂଗ୍ରେସର ଆଜୀବନ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ସେ ଜୀବନସାରା ଓ୍ବାଇଏସ୍‌ଆର କଂଗ୍ରେସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଅମରାବତୀରେ ଆୟୋଜିତ ଦଳର ଦୁଇ ଦିନିଆ ବୈଠକର ଶେଷ ଦିନରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଦୁଇ ଦିନିଆ ବୈଠକରେ ଦଳର ସମ୍ବିଧାନରେ ସଂଶୋଧନ କରାଯାଇଛି ଯାହା ଦ୍ୱାରା ଜଗନ ଆଜୀବନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇପାରିଛନ୍ତି।

ମାର୍ଚ୍ଚ ୨୦୧୧ରେ ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀ କଂଗ୍ରେସ ଛାଡିବା ପରେ ଓ୍ବାଇଏସ୍‌ଆର କଂଗ୍ରେସ ପ୍ରତିଷ୍ଠା କରିଥିଲେ। ଆରମ୍ଭରୁ ସେ ତାଙ୍କ ମାତା ବିଜୟମାଙ୍କ ସହ ଦଳର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ଜଗନ ମୋହନ ରେଡ୍ଡୀ ଶେଷ ଥର ପାଇଁ ୨୦୧୭ରେ ଦଳର ଅଧ୍ୟକ୍ଷ ଭାବରେ ନିବାର୍ଚିତ ହୋଇଥିଲେ।

ଏହାପୂର୍ବରୁ ତାଙ୍କ ମା ବିଜୟମା ଶୁକ୍ରବାର ଦଳର ସମ୍ମାନିତ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ ସେ ଝିଅ ଶର୍ମିଲାଙ୍କ ସହ ତେଲେଙ୍ଗାନାରେ କାମ କରିବାକୁ ଦଳୀୟ ପଦବୀ ଛାଡୁଛନ୍ତି। ଜଗମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ପଡୋଶୀ ତେଲେଙ୍ଗାନା ରାଜ୍ୟରେ ଓ୍ବାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟିର ନେତୃତ୍ୱ ନେଉଛନ୍ତି। ଦଳ ଛାଡିବାକୁ ନିଷ୍ପତ୍ତି ଘୋଷଣା କରି ବିଜୟମା କହିଥିଲେ ଯେ ମୁଁ ଜଗନ ମୋହନ ରେଡ୍ଡୀଙ୍କ ସହ ସବୁବେଳେ ଯୋଗାଯୋଗରେ ରହିବି। ମୁଁ ଜଣେ ମାତା ଭାବରେ ସର୍ବଦା ଜଗନଙ୍କ ନିକଟରେ ରହିବି। ବିଜୟମା କହିଛନ୍ତି, ପିତାଙ୍କ ଆଦର୍ଶକୁ ଆଗେଇ ନେବା ପାଇଁ ଶର୍ମିଲା ତେଲେଙ୍ଗାନାରେ ଏକାକୀ ଯୁଦ୍ଧ କରୁଛନ୍ତି। ମୁଁ ତାଙ୍କୁ ସମର୍ଥନ କରିବାକୁ ଚାହୁଁଛି ମୁଁ ଦୁଇଟି ରାଜନୈତିକ ଦଳର ସଦସ୍ୟ ହୋଇପାରିବି କି ନାହିଁ ଦ୍ୱନ୍ଦ୍ୱରେ ଥିଲି। ଓ୍ବାଇଏସ୍‌ଆର କଂଗ୍ରେସର ସମ୍ମାନିତ ଅଧ୍ୟକ୍ଷା ଭାବରେ କାର୍ଯ୍ୟ ଜାରି ରଖିବା ମୋ ପାଇଁ କଷ୍ଟକର ହେଉଛି।

ଗଣମାଧ୍ୟମ ଖବର ଅନୁସାରେ ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ଜଗନ ମୋହନ ରେଡ୍ଡୀ ଏବଂ ତାଙ୍କ ଭଉଣୀ ଶର୍ମିଲାଙ୍କ ମଧ୍ୟରେ ବିବାଦ ରହିଛି। ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଏହା ପରେ ବିଜୟମା ତାଙ୍କ ପୁଅଠାରୁ ଦୂରେଇ ରହୁଥିଲେ।

ତେବେ ନିୟମ ଅନୁଯାୟୀ, ଜଗମୋହନ ଆଜୀବନ ଦଳର ମୁଖ୍ୟ ଭାବରେ ରଖିବା ପାଇଁ ଓ୍ବାଇଏସ୍‌ଆର କଂଗ୍ରେସକୁ ଭାରତର ନିର୍ବାଚନ ଆୟୋଗର ଅନୁମତି ନେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri