Posted inଖେଳ

ସ୍ତ୍ରୀଙ୍କ ସପକ୍ଷରେ ମତ ଦେଇ ଟ୍ରୋଲ ହେଲେ ଜାଡେଜା

ନୂଆଦିଲ୍ଲୀ,୨୮।୧୨: ଭାରତୀୟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜିକାଲି କ୍ରିକେଟ ଅପେକ୍ଷା ଅନ୍ୟ ଫିଲ୍ଡରେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ସେ ସ୍ତ୍ରୀ ରିଭାବାଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ରିଭାବା ଜାମନଗର ଉତ୍ତରରୁ ନିର୍ବାଚନ ଜିତି ଏବେ ବିଧାୟକ ଅଛନ୍ତି। ତେବେ ନିର୍ବାଚନ ଫଳାଫଳର କିଛି ଦିନ ପରେ ଜାଡେଜା ପୁଣି ଥରେ ଖବରରେ ଅଛନ୍ତି। ରିଭାବା ଏକ ସାକ୍ଷାତକାର ସମୟରେ ଆରଏସଏସ ଉପରେ ଏକ ମନ୍ତବ୍ୟ ଦେଇଥିଲେ। ଏହା ପରେ ଜାଡେଜା ରିଭାବା ମନ୍ତବ୍ୟକୁ ନେଇ ତାଙ୍କୁ ପ୍ରଶଂସା କରିଥିଲେ। ସେବେଠାରୁ ଭାରତୀୟ ଅଲରାଉଣ୍ଡର ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ।
ଏହା ପରେ ଜାଡେଜା ଟୁଇଟର୍‌ରେ ଏକ ରିଭାଭ ଆରଏସଏସ ଉପରେ ମନ୍ତବ୍ୟ ଦେଉଥିବା ଭିଡିଓ କ୍ଲିପ୍‌ ଶେୟାର କରି ଲେଖିଛନ୍ତି, ଆରଏସଏସ ହେଉଛି ଏକ ସଂଗଠନ ଯାହା ଦେଶପ୍ରେମ, ଜାତୀୟତା, ବଳିଦାନ ଏବଂ ଏକତା ଶିକ୍ଷା ଦିଏ। ଆରଏସଏସ ବିଷୟରେ ତୁମର ଜ୍ଞାନ ଦେଖି ବହୁତ ଭଲ ଲାଗିଲା। ଭାରତୀୟ ସଂସ୍କୃତିର ଆଦର୍ଶକୁ ପ୍ରୋତ୍ସାହିତ କରୁଥିବା ତଥା ଆମ ସମାଜର ମୂଲ୍ୟବୋଧକୁ ସମର୍ଥନ କରୁଥିବା ଏକ ସଂଗଠନ। ତୁମର ଜ୍ଞାନ ଏବଂ ପରିଶ୍ରମ ହିଁ ତୁମକୁ ଅନ୍ୟମାନଙ୍କଠାରୁ ପୃଥକ କରେ। ଏହାକୁ ଜାରି ରଖ।
ଏହା ପରେ ପ୍ରଶଂସକମାନେ ଜାଡେଜାଙ୍କୁ ଟ୍ରୋଲ କରି ଲେଖିଥିଲେ – ଜଣେ ଖେଳାଳି ହେବା, ଏକ ସଂସ୍ଥାକୁ ସମର୍ଥନ କରିବା ଆପଣଙ୍କ ପାଇଁ ଉପଯୁକ୍ତ ନୁହେଁ। ଏହା ବ୍ୟତୀତ କିଛି କଂଗ୍ରେସ ନେତା ମଧ୍ୟ ଜାଡେଜାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ବିସିସିଆଇକୁ ମଧ୍ୟ ଏହି ପ୍ରସଙ୍ଗରେ ଟାଣି ନେଇଛନ୍ତି। କଂଗ୍ରେସ ନେତା ରସିଦ ଅଲଭି କହିଛନ୍ତି – କ୍ରୀଡ଼ାପ୍ରେମୀଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଇଡି ଏବଂ ଆୟକର ଭୟ ଯୋଗୁଁ ଭାଜପାକୁ ଖୁସି ରଖିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ବର୍ଷା, ଏହି ଜିଲାରେ ଲଗାତାର ୩ ଦିନ ସ୍କୁଲ ଛୁଟି, ଜାଣନ୍ତୁ…

ଭବାନୀପାଟଣା ୨୪।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ୩ ଦିନ ହେଲା କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଏନେଇ ଜନଜୀବନ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?