Categories: ଖେଳ

‘ଯାଦୁ’ ଦେଖାଇଲେ ଜାଡେଜା

କାନପୁର,୨୯।୧୧: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ତଥା ଶେଷ ଦିନରେ ରବିନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରିଛନ୍ତି। ପଞ୍ଚମ ଦିନର ପ୍ରଥମ ଅଧିବେଶନ ନ୍ୟୁଜିଲାଣ୍ଡ ସପକ୍ଷରେ ଯାଇଥିବାବେଳେ ଶେଷ ଦୁଇଟି ଅଧିବେଶନ ଭାରତ ସପକ୍ଷରେ ରହିଛି। ନ୍ୟୁଜିଲାଣ୍ଡକୁ ଆଉ ୩୦ ବଲ୍‌ରେ ୧୨୫ ରନ୍‌ କରିବାକୁ ବାକି ଥିବାବେଳେ ହାତରେ ମାତ୍ର ଗୋଟିଏ ଉଇକେଟ୍‌ ଅଛି।
ମ୍ୟାଚ୍‌ର ଚତୁର୍ଥ ଦିନରେ ୭ ଉଇକେଟ୍‌ ହରାଇ ୨୩୪ ସ୍କୋର କରିବା ପରେ ଟିମ ଇଣ୍ଡିଆ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଶ୍ରେୟାସ ଆୟର ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ବ୍ୟତୀତ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହା ମଧ୍ୟ ୬୧ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ପ୍ରଥମ ଇନିଂସରେ ଭାରତ ୩୪୫ ସ୍କୋର କରିଥିବାବେଳେ ନ୍ୟୁଜିଲାଣ୍ଟ ୨୯୬ ରନ ସଂଗ୍ରହ କରିଥିଲା।

Share