Posted inଖେଳ

ଏକବିଂଶ ଶତାବ୍ଦୀରେ ଜାଡେଜା ଭାରତର ସବୁଠାରୁ ମୂଲ୍ୟବାନ ଟେଷ୍ଟ ଖେଳାଳି

ନୂଆଦିଲ୍ଲୀ, ୧ା୭: ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପାଇଁ ଖୁସି ଖବର। କ୍ରିକେଟର ବାଇବେଲ ଭାବେ ପରିଚିତ ଓ୍ବିଜଡେନ ଜାଡେଜାଙ୍କୁ ଏକବିଂଶ ଶତାବ୍ଦୀର ସବୁଠାରୁ ମୂଲ୍ୟବାନ ଭାରତୀୟ ଟେଷ୍ଟ ଖେଳାଳିଭାବେ ଅଭିହିତ କରିଛି। ଗତ ୨ ବର୍ଷ ଧରି ଜାଡେଜା ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି। ଗତବର୍ଷ ଜାଡେଜା ଦ୍ରୁତ ୨୦୦ ଉଇକେଟ ପୂରଣ କରିବାରେ ଦ୍ୱିତୀୟ ଭାରତୀୟ ବୋଲର ମଧ୍ୟ ବିବେଚିତ ହୋଇଥିଲେ। ସେ ୪୪ ଟେଷ୍ଟରୁ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ ୩୭ ମ୍ୟାଚରେ ଏହି ସଂଖ୍ୟା ସ୍ପର୍ଶ କରିଥିଲେ। ରେକର୍ଡ ବିଶ୍ଳେଷଣ ପାଇଁ ଓ୍ବିଜଡେନ ପକ୍ଷରୁ କ୍ରିକ୍‌ଭିଜ୍‌(କ୍ରିକେଟରେ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପାଇଁ ବ୍ୟବହୃତ ହେଉଥିବା ଟୁଲ୍‌)ର ସହାୟତା ନିଆ ଯାଇଥିଲା। ଏଥିରେ ମ୍ୟାଚ ଉପରେ ଖେଳାଳିଙ୍କ ପ୍ରଦର୍ଶନର ପ୍ରଭାବକୁ ବିଚାରକୁ ନିଆ ଯାଇଥିଲା। ଏ କ୍ଷେତ୍ରରେ ସେ ଭାରତର ନମ୍ବରଓ୍ବାନ ହୋଇଥିବାବେଳେ ଏକବିଂଶ ଶତାବ୍ଦୀରେ ବିଶ୍ୱର ସବୁଠାରୁ ମୂଲ୍ୟବାନ ଖେଳାଳି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର ସ୍ପିନ କିମ୍ବଦନ୍ତୀ ମୁଥୟା ମୁରଲୀଧରନ ତାଲିକାର ଶୀର୍ଷରେ ରହିଛନ୍ତି। ଜାଡେଜା ୯୭.୩ ରେଟିଂ ପଏଣ୍ଟ ପାଇଛନ୍ତି।
” ସ୍ପିନ ବୋଲିଂ ଅଲରାଉଣ୍ଡର ଜାଡେଜାଙ୍କୁ ଭାରତୀୟଙ୍କ ମଧ୍ୟରେ ଶୀର୍ଷରେ ଦେଖିବା ବିସ୍ମିତ ଲାଗୁ ଥାଇପାରେ, ମାତ୍ର ସେ ଯେତେବେଳେ ଖେଳିଛନ୍ତି ଭାରତର ଆଗଧାଡ଼ିର ବୋଲର ବିବେଚିତ ହୋଇଛନ୍ତି। ଏହା ବ୍ୟତୀତ ସେ ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିଲେ ହେଁ ଦଳପାଇଁ ତାଙ୍କ ଯୋଗଦାନ ଉଚ୍ଚକୋଟୀର ରହିଛି“ ବୋଲି କ୍ରିକ୍‌ଭିଜ୍‌ର ଫ୍ରେଡି ଓ୍ବାଇଲ୍ଡ ପ୍ରକାଶ କରିଛନ୍ତି। ୩୧ ବର୍ଷୀୟ ଜାଡେଜାଙ୍କର ବୋଲିଂ ଆଭରେଜ ୨୪.୬୨। ଯାହାକି ଶେନ ଓ୍ବର୍ନଙ୍କଠାରୁ ଉନ୍ନତ। ସେହିପରି ତାଙ୍କ ବ୍ୟାଟିଂ ଆଭରେଜ ୩୫.୨୬। ଯାହାକି ଶେନ ଓ୍ବାଟସନଙ୍କଠାରୁ ଭଲ। ତାଙ୍କ ବ୍ୟାଟିଂ ଓ ବୋଲିଂ ଆଭରେଜ ମଧ୍ୟରେ ଭିନ୍ନତା ହେଉଛି ୧୦.୬୨ ରନ। ଏହା ତାଙ୍କୁ ୧୦୦୦ରୁ ଊର୍ଦ୍ଧ୍ୱ ରନ ଏବଂ ୧୫୦ରୁ ଊର୍ଦ୍ଧ୍ୱ ଉଇକେଟ ନେଇଥିବା ଖେଳାଳିଙ୍କ ମଧ୍ୟରେ ଶତାବ୍ଦୀର ଦ୍ୱିତୀୟ ମୂଲ୍ୟବାନ ଖେଳାଳିଭାବେ ପରିଗଣିତ କରିଛି। ଉଚ୍ଚ କ୍ୱାଲିଟି ବିଶିଷ୍ଟ ସେ ଜଣେ ଅଲରାଉଣ୍ଡର ବୋଲି ଫ୍ରେଡି କହିଛନ୍ତି।
୨୦୧୨ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ଜାଡେଜା ୨୦୧୯ ବେଳକୁ ଜଣେ ସଫଳ ଅଲରାଉଣ୍ଡରଭାବେ ପ୍ରତିଷ୍ଠିତ ହୋଇ ସାରିଥିଲେ। ସୌରାଷ୍ଟ୍ରରେ ଜନ୍ମିତ ଏହି କ୍ରିକେଟର ୪୯ଟି ଟେଷ୍ଟ ଖେଳି ୧ ଶତକ ଏବଂ ୧୪ ଅର୍ଦ୍ଧଶତକ ସହ ୧୮୬୯ ରନ ସ୍କୋର କରିଛନ୍ତି। ୨୦୧୮ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସେ ରାଜକୋଟଠାରେ କ୍ୟାରିୟରର ଏକମାତ୍ର ଟେଷ୍ଟ ଶତକ ହାସଲ କରିଥିଲେ। ସେହିପରି ବୋଲିଂରେ ସେ ୨୧୩ଟି ଉଇକେଟ ନେବାରେ ସକ୍ଷମ ହୋଇଛନ୍ତି। ସେ ୯ ଥର ୫ ଉଇକେଟ ନେଇଥିବାବେଳେ ଥରେ ୧୦ ଉଇକେଟ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri