Posted inଖେଳ

ଜାଡେଜା ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର: ଆକାଶ

ନୂଆଦିଲ୍ଲୀ,୧୨।୭: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା କହିଛନ୍ତି। ଭାରତର ଶ୍ରେଷ୍ଠ ୬ଜଣ ଫିଲ୍ଡର ଚୟନ ପାଇଁ ସେ ପ୍ରୟାସ କରୁଥିଲେ। ତେବେ ସେ ଦେଖିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଚୟନ କରିଛନ୍ତି ବୋଲି କହିଛନ୍ତି। ଜାଡେଜା ଜଣେ ଉଚ୍ଚକୋଟୀର ଫିଲ୍ଡର। ତାଙ୍କର ରକେଟ ଆର୍ମ ରହିଛି। ବିଶ୍ୱ କ୍ରିକେଟରେ ତାଙ୍କ ସର୍ବଶ୍ରେଷ୍ଠ ଆର୍ମ ରହିଛି। ତାଙ୍କର ଗ୍ରାଉଣ୍ଡ କଭରେଜ ଉଚ୍ଚକୋଟୀର। ତେବେ ସ୍ଲିପ୍‌ରେ ସେ ଫିଲ୍ଡର ହିସାବରେ ଶ୍ରେଷ୍ଠ ପ୍ରଦର୍ଶନ କରି ନ ଥାନ୍ତି ବୋଲି ଚୋପ୍ରା ତାଙ୍କ ଅଫିସିଆଲ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି।
ପୂର୍ବରୁ ଜାଡେଜାଙ୍କୁ ଟେଷ୍ଟ କ୍ରିକେଟରେ ଏକବିଂଶ ଶତାବ୍ଦୀରେ ଭାରତର ‘ମୋଷ୍ଟ ଭେଲ୍ୟୁଏବଲ୍‌’ କ୍ରିକେଟର ବିବେଚନା କରାଯାଇଥିଲା। ଜାଡେଜାଙ୍କ ପରେ ଚୋପ୍ରା ସୁରେଶ ରାଇନା, ମହମ୍ମଦ କୈଫ୍‌, ଯୁବରାଜ ସିଂ, କପିଳ ଦେବ ଓ ବିରାଟ କୋହଲିଙ୍କୁ ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର ତାଲିକାରେ ସାମିଲ କରିଛନ୍ତି। ୧୯୮୩ ବିଶ୍ୱକପ୍‌ ଫାଇନାଲରେ କପିଳ ଚମତ୍କାର ଢଙ୍ଗରେ ଓ୍ବେଷ୍ଟଇଣ୍ଡିଜ୍‌ର ଭିଭିଆନ ରିଚାଡର୍‌ସ କ୍ୟାଚ୍‌ ଧରି ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହିପରି ଯୁବରାଜ ଓ କୈଫ୍‌ ମଧ୍ୟ ଭାରତୀୟ ଫିଲ୍ଡିଂରେ ଆସିଥିବା ବିପ୍ଳବରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ। ପ୍ରଥମ ୧୫ ଓଭରରେ ୩୦ ୟାର୍ଡ ସର୍କଲରେ ଏହି ଫିଲ୍ଡର ଚମତ୍କାର ଫିଲ୍ହିଂ କରିଥିଲେ ଏବଂ ଶେଷରେ ସ୍ଲଗ୍‌ ଓଭରରେ ଆଉଟ୍‌ ଫିଲ୍ଡରେ ଫିଲ୍ଡିଂ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଏବେ କୋହଲି ଓ ଜାଡେଜା ଠିକ୍‌ ଏହି ଢଙ୍ଗ୍‌ରେ ଫିଲ୍ଡିଂ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri