ସୁକେଶଙ୍କ ସହ ବନ୍ଧୁତା ମୋ କ୍ୟାରିୟରକୁ ନଷ୍ଟ କରିଦେଲା, ଜୀବନକୁ ନର୍କ କରିଦେଲା: ଜ୍ୟାକଲିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଜବରଦସ୍ତ ଆଦାୟ ମାମଲାରେ ବୁଧବାର ଦିଲ୍ଲୀର ଏକ ଅଦାଲତରେ କହିଛନ୍ତି ସୁକେଶ ଚନ୍ଦ୍ରଶେଖର ତାଙ୍କ ଭାବନା ସହ ଖେଲିଛନ୍ତି । ସୁକେଶଙ୍କ ସହ ତାଙ୍କର ବନ୍ଧୁତା ତାଙ୍କ ଜୀବନକୁ ନର୍କ କରିଦେଇଛି । ପଟିଆଲା ହାଉସ କୋର୍ଟରେ ଚାଲିଥିବା ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଦାବି କରିଛନ୍ତି ଯେ ସୁକେଶଙ୍କ ସହଯୋଗୀ ପିଙ୍କି ଇରାନୀ ନିଜକୁ ଜଣେ ସରକାରୀ ଅଧିକାରୀ ଭାବେ ଉପସ୍ଥାପନ କରିଥିଲେ ଓ ତାଙ୍କୁ କହିଥିଲେ କି ସେ ତାଙ୍କୁ କାରରେ ବୁଲାଇ ନେଇଯାଉଛନ୍ତି । ଜ୍ୟାକଲିନଙ୍କ ବୟାନ ଅନୁଯାୟୀ ଚନ୍ଦ୍ରଶଖର ନିଜକୁ ସନ ଟିଭିର ମାଲିକ କହିବା ସହ ସେ ଦାବି କରିଥିଲେ କି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ. ଜୟାଲଳିଥା ତାଙ୍କର ମାଉସି ଥିଲେ ।
ଜ୍ୟାକଲିନ କହିଛନ୍ତି, ସୁକେଶ ମୋତେ କହିଥିଲେ ଯେ ସେ ତାଙ୍କର ଜଣେ ବଡ ପ୍ରଶଂସକ, ଆଉ ମୋତେ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିବା ଦରକାର । ତାଙ୍କ ନିକଟରେ ବହୁତ ପ୍ରୋଜେକ୍ଟ ରହିଛି । ସେ କହିଥିଲେ ଆମେ ଦକ୍ଷିଣ ଭାରତୀୟ ଫିଲ୍ମରେ ମିଳିମିଶି କାମ କରିବାକୁ ଚେଷ୍ଟା କରିବା । ଅଭିନେତ୍ରୀ କହିଛନ୍ତି ସୁକେଶ ମୋତେ ଠକିଛନ୍ତି, ମୋର କ୍ୟାରିୟର ଓ ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି । ହେଲେ ମୋତେ ପରେ ଜଣାପଡିଥିଲା କି ଗୃହ ଓ ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଭାବେ ପରିଚୟ ଦେଇଥିବା ଅପରାଧରେ ଚନ୍ଦ୍ରଶେଖରଙ୍କୁ ଗିରଫ କରାଯାଇଥିଲା ।
ଜ୍ୟାକଲିନ ଦାବି କରିଛନ୍ତିି ସେ ସୁକଶେଙ୍କ ସମ୍ପର୍କରେ ସେତେବେଳେ ଜାଣିଥିଲେ ଯେତେବେଳେ ସେ ତାଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ ଜାଣିଥିଲେ । ଅଭିନେତ୍ରୀ କହିଛନ୍ତି ପିଙ୍କି ଇରାନୀ ତାଙ୍କୁ ଧୋକା ଦେଇଛନ୍ତି । କାରଣ ସେ ସୁକଶେଙ୍କ ସମ୍ପର୍କରେ ସବୁକଥା ଜାଣିଥିଲେ ମଧ୍ୟ ତାଙ୍କୁ ସେ ସମ୍ପର୍କରେ କିଛି କହି ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?