ଏତିକି କୋଟି ଟଙ୍କାର ମାଲିକାଣୀ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଫସିଥିବା ଜ୍ୟାକ୍‌ଲିନ୍‌ଙ୍କୁ ଦିଲ୍ଲୀର ଏକ କୋର୍ଟ ଜାମିନ ଦେଇଥିବା ବେଳେ ଏବେ ତାଙ୍କର ଦାମୀ ଗାଡ଼ି, ବିଳାସପୂର୍ଣ୍ଣ ଘରକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଜ୍ୟାକ୍‌ଲିନ୍‌ଙ୍କ ପାଖରେ ପ୍ରାୟ ୧୦୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏହା ବ୍ୟତୀତ ଜ୍ୟାକ୍‌ଲିନ୍‌ ଗୋଟିଏ ଫିଲ୍ମ କରିବା ପାଇଁ ୩ରୁ ୪ କୋଟି ଟଙ୍କା ନିଅନ୍ତି। ମୁମ୍ବାଇରେ ତାଙ୍କର ଏକ ବିଳାସପୂର୍ଣ୍ଣ ଘର ରହିଛି। ଏତେ କମ୍‌ ବୟସରେ ଏତେ କୋଟି ଟଙ୍କାର ମାଲିକାଣୀ କେମିତି ହେଲେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।

Share