୨୫ରେ ହେବ ଜ୍ୟାକଲିନ୍‌ଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୬।୧: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ୍‌ ସୋମବାର ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ହାଜର ହୋଇଥିଲେ। ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ସହ ଜଡିତ ୨୦୦ କୋଟର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାମ ସାମିଲ ରହିଛି। ଏହାପୂର୍ବରୁ ମଧ୍ୟ ସେ ଅନେକ ଥର କୋର୍ଟରେ ହାଜର ହୋଇସାରିଛନ୍ତି। ବିଦେଶ ଯିବା ପାଇଁ ଜ୍ୟାକଲିନ କୋର୍ଟଙ୍କ ଅନୁମତି ମାଗିଥିଲେ। ଯେଉଁଥିପାଇଁ ଅଭିନେତ୍ରୀଙ୍କ ଆବେଦନ ଉପରେ କୋର୍ଟ ଇଡିଙ୍କୁ ନୋଟିସ ଜାରି କରିଛନ୍ତି। ବର୍ତ୍ତମାନ ଜ୍ୟାକଲିନଙ୍କ ଆବେଦନର ଶୁଣାଣି ଜାନୁୟାରୀ ୨୫ରେ ପଟିଆଲା ହାଉସ କୋର୍ଟରେ ହେବ। ସୂଚନା ମୁତାବକ, ଜାନୁୟାରୀ ୨୯ରେ ଜ୍ୟାକଲିନ ଗୋଟିଏ ଦିନ ଦୁବାଇ ଯିବାକୁ ଅନୁମତି ମାଗିଛନ୍ତି। ଏହାପୂର୍ବରୁ ଜ୍ୟାକଲିନ ଗତ ବର୍ଷ ଡିସେମ୍ବର ୨୩ରୁ ଜାନୁୟାରୀ ୫ପର୍ଯ୍ୟନ୍ତ ବାହାରିନ ପରିଦର୍ଶନ କରିବାକୁ ଅନୁମତି ମାଗିଥିଲେ।

Share