ସାଉଥ୍ ସୁପରଷ୍ଟାରଙ୍କ ସହ ନଜର ଆସିବେ ଜ୍ୟାକଲିନ

ମୁମ୍ବାଇ: ଲକ୍ଷେ ଦିଲ୍ କି ଧଡକନ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ଫିଲ୍ମକୁ ତାଙ୍କ ପ୍ରଶଂସକମାନେ ବହୁ ଉତ୍କଣ୍ଠାର ସହ ଅପେକ୍ଷା ରଖି ଥାଆନ୍ତି । ଏଥର କିନ୍ତୁ ବଲିଉଡ୍ ନୁହେଁ ସାଉଥ୍ ସୁପରଷ୍ଟାରଙ୍କ ସହ ନଜର ଆସିବେ ଏହି ନାୟିକା । ସେ ଏବେ ବାଦଶାହ କିଚ୍ଚା ସୁଦିପଙ୍କ ଅପକମିଂ ମୁଭି ‘ବିକ୍ରାନ୍ତ ରୋନା’ର ଏକ ଅଂଶ ପାଲଟି ଯାଇଛନ୍ତି । ଏବେ ନିର୍ମାତା ଜ୍ୟାକଲିନଙ୍କ ପ୍ରଥମ ଲୁକ୍ ରିଲିଜ୍ କରିଛନ୍ତି । ଏଥିରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ସମଗ୍ର ମୁମ୍ବାଇରେ ଜ୍ୟାକଲିନଙ୍କ ହୋଡିଂ ଦେଖିବାକୁ ମିଳିଛି । ସେ ଏହି ଫିଲ୍ମରେ ଗଡଂଗ ରକ୍କମ୍ମା ଭୂମିକାରେ ନଜର ଆସିବେ । ଯିଏ ଏକ କାଳ୍ପନିକ ସ୍ଥାନରେ ମଧୁଶାଳା ଚଲାଉଥିବେ । ସେ ଏଥିରେ କେବଳ ମହତ୍ୱପୂର୍ଣ୍ଣ ଭୂମିକାରେ ନୁହେଁ ବରଂ ଜ୍ୟାକଲିନଙ୍କ ଜବରଦସ୍ତ ଡ୍ୟାନ୍ସ ବି ଏଥିରେ ଦେଖିବାକୁ ମିଳିବ । ଜ୍ୟାକଲିନଙ୍କୁ ନେଇ ମେକର୍ସ ଖୁବ୍ ଆଶାବାଦୀ ଥିବା ବେଳେ କହିଛନ୍ତି ଜ୍ୟାକଲିନଙ୍କ ଏଣ୍ଟ୍ରି ସହ ବିଶ୍ୱର ନୂଆ ନାୟକଙ୍କ ଷ୍ଟୋରୀ ଆହୁରି ରୋମାଞ୍ଚକର ହୋଇଯାଏ ।

Share